Below header

ନୂଆବର୍ଷ ପାଇଁ ଲୋକାରଣ୍ୟ ପୁରୀ, ମହୋଦଧିରେ ସ୍ନାନ ସହ ପହିଲି ସୂର୍ଯ୍ୟଙ୍କୁ ଦର୍ଶନ କରିଛନ୍ତି ଭକ୍ତ

ପୁରୀ: ନୂଆବର୍ଷ ପାଇଁ ପୁରୀ ଲୋକାରଣ୍ୟ । ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ଶ୍ରୀକ୍ଷେତ୍ରରେ । ଶ୍ରୀଜିଉଙ୍କୁ ଦର୍ଶନ କରି ନୂଆବର୍ଷ ଆରମ୍ଭ କରିବା ପାଇଁ ରାଜ୍ୟ ତଥା ଦେଶ ବିଦେଶକୁ ଭକ୍ତ ଓ ପର୍ଯ୍ୟଟକ ଛୁଟି ଆସିଛନ୍ତି ପୁରୀ । ମହୋଦଧିରେ ସ୍ନାନ ସହ ନୂଆବର୍ଷର ପହିଲି ସୂର୍ଯ୍ୟଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ପରେ ମହାପ୍ରଭୁଙ୍କ ଆଶୀର୍ବାଦନ କାମନା କରିଛନ୍ତି । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ବ୍ୟାରିକେଡ୍ ଦେଇ ଭକ୍ତ ଶାନ୍ତିଶୃଙ୍ଖଳାରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି । ସିଂହଦ୍ୱାର ଦେଇ ପ୍ରବେଶ କରି ଅନ୍ୟ ତିନି ଦ୍ୱାର ଦେଇ ବାହାରୁଛନ୍ତି ଶ୍ରଦ୍ଧାଳୁ । ନୂଆବର୍ଷ ପାଇଁ ଶ୍ରୀମନ୍ଦିର ସୁନ୍ଦର ଭାବରେ ସଜେଇ ହୋଇଛି । ନୂଆବର୍ଷ ପାଇଁ ବଡ଼ଦାଣ୍ଡ, ବଡ଼ଦେଉଳ ଓ ସମୁଦ୍ର କୂଳ ସବୁଠି ଗହଳି ଚହଳି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.