ନୂଆବର୍ଷ ୨୦୨୦ ବିଶ୍ୱ କ୍ରୀଡ଼ା ପାଇଁ ହେବ ସ୍ମରଣୀୟ, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: ନୂଆବର୍ଷ ୨୦୨୦ ବିଶ୍ୱ କ୍ରୀଡ଼ା ପାଇଁ ସ୍ମରଣୀୟ ହେବ । କାରଣ ଚଳିତ ବର୍ଷ ଆୟୋଜିତ ହେବ ଅଲିମ୍ପିକ୍ସ ଓ ଟି-୨୦ ବିଶ୍ୱକପ୍‌ । ସର୍ବବୃହତ କ୍ରୀଡ଼ା ପ୍ରୟତିଯୋଗିତା ତଥା କ୍ରୀଡ଼ା ମହାକୁମ୍ଭ ଭାବେ ପରିଚିତ ଅଲିକ୍ପିକ୍ସର ୩୨ ତମ ସଂସ୍କରଣ ଆୟୋଜିତ ହେବ । ଟୋକିଓରେ ଆସନ୍ତା ଜୁଲାଇ ୨୪ରୁ ଆରମ୍ଭ ହେବାକୁ ଥିବା ପ୍ରତିଯୋଗିତା ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ୨୦୬ଟି ଦେଶର ୧୧ ହଜାରରୁ ଅଧିକ ଆଥ୍‌ଲେଟ୍‌ ଭାଗ ନେବେ । ୩୩୯ଟି ଇଭେଣ୍ଟର ଆୟୋଜନ କରିବା ପାଇଁ ଟୋକିଓ ସହର ଏକ ବର୍ଷ ପୂର୍ବରୁ ପ୍ରସ୍ତୁତି ହୋଇ ସାରିଛି । କେବଳ ଅଲିମ୍ପିକ୍ସ ପାଇଁ ୪ ପ୍ରକାର ରୋବୋର୍ଟ ତିଆରି ହୋଇଛି । ଅଲିମ୍ପିିକ୍ସ ସମୟରେ ଷ୍ଟାଡିୟମ୍‌ରୁ ଆରମ୍ଭ କରି କ୍ରୀଡ଼ାଗ୍ରାମ ଓ ଟୋକିଓ ସହରର ବିଭିନ୍ନ ସ୍ଥାନରେ ମାସ୍କର୍ଟ ରୋବୋର୍ଟ ରଖାଯିବ ।

ସେହିପରି ଚଳିତ ବର୍ଷ ରହିଛି ଆଇସିସି ଟି-୨୦ ବିଶ୍ୱକପ୍‌ । ଏଥର ବିଶ୍ୱକପ୍‌ ଅଷ୍ଟ୍ରେଲିଆ ଆୟୋଜନ କରୁଛି । ଅକ୍ଟୋବର ୧୮ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବିଶ୍ୱକପ୍‌ ଖେଳାଯିବ । ଏଥିରେ ୧୬ଟି ଦେଶ ଅଂଶଗ୍ରହଣ କରିବେ । ଏହା ବାଦ୍‌ ଚଳିତବର୍ଷ ଅନେକ ଟୁର୍ଣ୍ଣାମଣ୍ଟେ ଖେଳିବ ଭାରତ । ଜାନୁଆରୀ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଭାରତ-ଶ୍ରୀଲଙ୍କା ମଧ୍ୟରେ ତିନିଟି ଟି-୨୦ ମ୍ୟାଚ୍‌ ଖେଳାଯିବ । ଜାନୁଆରୀ ୧୪ରୁ ୧୯ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ବିପକ୍ଷରେ ତିନିଟି ଦିନିକିଆ ଖେଳିବ ଟିମ୍‌ ଇଣ୍ଡିଆ । ଜାନୁଆର ୧୭ରୁ ଫେବୃଆରୀ ୯ ତାରିଖ ପର‌୍ୟ୍ୟନ୍ତଅଣ୍ଡର୧୯ ବିଶ୍ୱକପ୍‌ ଦକ୍ଷିଣ ଆଫ୍ରିକାରେ ଖେଳାଯିବ । ଜାନୁଆରୀ ୨୪ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଭାରତ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ୫ଟି ଟି-୨୦, ତିନିଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବ । ଫେବୃଆରୀ ୨୧ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ମହିଳା ଟି-୨୦ ବିଶ୍ୱକପ୍‌ ଅନୁଷ୍ଠିତ ହେବ । ସେପ୍ଟେମ୍ବରରେ ଅନୁଷ୍ଠିତ ହେବ ଏସିଆ କପ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.