Below header

ବଲିଉଡ୍‌ ପରେ ଡ୍ରଗ୍ସ ପଞ୍ଝାରେ ଟଲିଉଡ୍‌: ରକୁଲପ୍ରୀତ, ରାଣା ଡଗୁବତୀ, ରବି ତେଜାଙ୍କୁ ଇଡିର ସମନ

ବଲିଉଡ୍‌ ପରେ ଡ୍ରଗ୍ସ ପଞ୍ଝାରେ ଟଲିଉଡ୍‌ । ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଟପ୍‌ ସାଉଥ୍‌ ସେଲିବ୍ରିଟ୍‌ଙ୍କୁ ଇଡିର ସମନ ଜାରି । ୪ ବର୍ଷ ତଳର ଏକ ଡ୍ରଗ୍ସ ମାମଲାରେ ରକୁଲ ପ୍ରୀତ୍‌, ରାଣା ଡାଗୁବତୀ, ରବି ତେଜା ଓ ପୁରୀ ଜଗନାଥଙ୍କ ସମେତ ମୋଟ ୧୨ ଜଣଙ୍କୁ ହାଜର ହେବା ପାଇଁ ଇଡି ସମନ ଜାରି କରିଛି । ଏପରିକି ଏହି ମାମଲାର ତଦନ୍ତ କରୁଥିବା ଅବକାରୀ ବିଭାଗ ଅଧିକାରୀଙ୍କୁ ମଧ୍ୟ ସମନ ହୋଇଛି ।

ଆସନ୍ତା ୩୧ ତାରିଖରେ ଟଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କୁ ହାଜର ହେବାକୁ ସମନ ହୋଇଛି। ସେହିପରି ସେପ୍ଟେମ୍ବର ୨ରୁ ୨୨ ମଧ୍ୟରେ ଅନ୍ୟ ସମସ୍ତଙ୍କୁ ହାଜର ହେବାକୁ କହିଛି ଇଡି । ସେପ୍ଟେମ୍ବର ୬ରେ ରକୁଲ ପ୍ରୀତ୍‌, ସେପ୍ଟେମ୍ବର ୮ରେ ରାଣା ଡାଗୁବତୀ, ସେପ୍ଟେମ୍ବର ୯ରେ ରବି ତେଜା ହାଜର ହେବା ପାଇଁ ନୋଟିସ୍‌ ହୋଇଛି। ଏହି ମାମଲାରେ ୨୦୧୭ରେ ଦକ୍ଷିଣ ଆଫ୍ରିକା ନାଗରିକ ରାଫେଲ ଆଲେକ୍ସଙ୍କୁ ଗିରଫ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.