ହୈଦର୍ ଫିଲ୍ମରେ ସାହିଦଙ୍କ ସହ ନଜର ଆସିଥିବା ସାକିବ ବିଲାଲ୍ ଶେଖ୍ , ଏବେ ଭାରତୀୟ ସେନାର ଗୁଳିରେ ହେଲେ ନିହତ

କିଛି ଦିନ ପୂର୍ବେ କଶ୍ମୀରରେ ପାଖାପାଖି ୧୮ ଘଣ୍ଟା ପର୍ୟ୍ୟନ୍ତ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିଲା ଗୁଳିବିନିମୟ । ଏଥିରେ ଅତଙ୍କବାଦୀ ସାକିବ ବିଲାଲ ଶେଖ ନାମକ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ। ଆପଣ ଭାବୁଥିବେ ଆମେ ଜଣେ ଆତଙ୍କବାଦୀ ବିଷୟରେ କାହିଁକି କଥାକହୁଛୁ। ଏହାର ଉତ୍ତରରେ ଆପଣଙ୍କୁ କହିବାକୁ ଚାହିଁବୁ ସାକିବ ବିଲାଲ ଶେଖ ଜଣେ ଭାରତୀୟ ଅଭିନେତା ଥିଲେ। ଯିଏ ପରେ ଆତଙ୍କୀ ସଂଗଠନ ଲସ୍କର ଏ ତେୟାବରେ ସାମିଲ ହୋଇଥିଲେ।
ଆପଣଙ୍କ ସୂଚନା ପାଇଁ, ବିଶାଲ ଭରଦ୍ବାଜ୍ ଦ୍ବାରା ର୍ନିମିତ ସୁପରହିଟ ଫିଲ୍ମ ହୈଦରରେ ସାକିବ କେମିଓ ଚରିତ୍ରରେ ଦେଖାଯାଇଥିଲେ। ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ସାହିଦ କପୁର ଏବଂ ତବୁ ଥିଲେ। ଏହି ଫିଲ୍ମ ୨୦୧୪ ମସିହାରେ ରିଲିଜ୍ ହୋଇଥିଲା। ସାକିବ ଜଣେ କଶ୍ମିରୀ ଥିବା ବେଳେ ହୈଦର ପରେ ତାଙ୍କୁ ଅନ୍ୟ କୌଣସି ଫିଲ୍ମରେ କେବେ ଦେଖାଯାଇନାହିଁ।
ସୂଚନା ଅନୁଯାୟୀ, ସାକିବ୍ ଅଗଷ୍ଟ ମାସରେ ତାଙ୍କ ସାଙ୍ଗ ମାନଙ୍କ ସହ କୁଆଡ଼େ ପଳାଇଯାଇଥିଲେ। କିଛି ଦିନ ପୂର୍ବେ ସାକିବଙ୍କ ଏକ ଫଟୋ ଆସିଥିବା ବେଳେ ତାଙ୍କ ହାତରେ ଏକ ଗନ ନଜର ଆସିଥିଲା। ଯାହାପରେ ସେ ଆତଙ୍କୀ ଦଳ ସହ ଜଡ଼ିତ ଥିବା ଜଣାପଡ଼ିଥିଲା। ସାକିବଙ୍କ ସହ ଆଉ ତିନି ଆତଙ୍କବାଦୀଙ୍କୁ ମଧ୍ୟ ଭାରତୀୟ ସେନା ଗୁଳି କରିଥିଲେ।
ସାକିବଙ୍କ ମାଁ କହିଛନ୍ତି , ସାକିବଙ୍କୁ ଥ୍ରିଏଟର ଏବଂ ଫୁଟବଲ ବହୁତ ପସନ୍ଦ ଥିଲା। ଏଥିସହ ତାଙ୍କୁ କ୍ରିକେଟ ଖେଳିବା ମଧ୍ୟ ଖୁବ ପସନ୍ଦ ଥିଲା। ତେବେ ଏନେଇ ବଲିଉଡ଼ରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
I have a tragic news to share today.
Saqib Bilal 👇🏿acted in a very small role in Vishal Bharadwaj’s film #Haider, which had Tabu and Shahid Kapoor in lead roles.
Saqib’s body has been identified as one of the militants killed at the Mujgund encounter in the outskirts of Srinagar pic.twitter.com/8ijyIwtEfK— Soumyadipta (@Soumyadipta) December 12, 2018