ମାର୍ଚ୍ଚ ୭ରୁ ଆରମ୍ଭ ହେବ +୨ ପରୀକ୍ଷା, ପ୍ରକାଶ ପାଇଲା କାର୍ଯ୍ୟସୂଚୀ

ଭୁବନେଶ୍ବର : ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ । ମାର୍ଚ୍ଚ ୭ରୁ ୩୦ ତାରିଖ ଯାଏ ଚାଲିବ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା । ୭ ତାରିଖରୁ ହେବ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା । ସେହିପରି ୮ ତାରିଖରୁ ଆରମ୍ଭ ହେବ କଳା ବିଭାଗର ଏକଜାମ । ସେପଟେ ଥିଓରୀ ପୂର୍ବରୁ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ପରୀକ୍ଷା । ୨୮ଜାନୁଆରୀରୁ ୮ଫେବ୍ରୁଆରୀ ଯାଏ ପ୍ରାକ୍ଟିକାଲ ହେବ । ଦିନ ୧୦ଟାରୁ ମଧ୍ୟାହ୍ନ ଗୋଟାଏ ପର‌୍ୟ୍ୟନ୍ତ ପରୀକ୍ଷା ଚାଲିବ । ଉଭୟ ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.