Below header

ଜନ୍ମର ୩ ମାସ ପରେ ଝିଅର ମୁହଁ ଦେଖାଇଲେ ଗୁର୍‌ମିତ ଓ ଦେବିନା, ‘ଲିୟାନା’କୁ ଟେକି ଧରି ଦୁହେଁ କଲେ କିସ୍‌

ଅନେକ ବର୍ଷ ତଳେ ଟିଭିରେ ରାମ ଏବଂ ସୀତା ଭୂମିକାରେ ଜବରଦସ୍ତ ଅଭିନୟ କରିଥିବା ଗୁର୍‌ମିତ ଚୌଧୁରୀ ଓ ଦେବିନା ବାନାର୍ଜୀ ବର୍ତ୍ତମାନ ସମୟରେ ପ୍ୟାରେଣ୍ଟସ୍‌ହୁଡକୁ ଏନ୍‌ଜୟ କରୁଛନ୍ତି। ଚଳିତ ବର୍ଷ ଏପ୍ରିଲ ୩ରେ ସେମାନେ ଏକ ଶିଶୁ କନ୍ୟାର ବାପା, ମାଆ ହୋଇଥିଲେ। ଝିଅକୁ ୩ ମାସ ହେବା ପରେ ଏବେ ଦୁଇଜଣ ଝିଅ ‘ଲିୟାନା’ର ମୁହଁ କ୍ୟାମେରା ସାମ୍ନାରେ ଦେଖାଇଛନ୍ତି, ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଫଟୋରେ କପଲ୍‌ ଝିଅର ମୁଣ୍ଡକୁ କିସ୍‌ କରି ବହୁତ ଭଲ ପାଇବା ଦେଉଛନ୍ତି।

ଗୁର୍‌ମିତ ଓ ଦେବିନା ଗୋଟିଏ ପ୍ରକାରର ଫଟୋକୁ ନିଜ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ସେମାନେ ଫଟୋ ସେୟାର କରି କ୍ୟାପସନ ଲେଖିଛନ୍ତି କି, ‘ଆପଣ ସମସ୍ତଙ୍କୁ ଲିୟାନା ସହିତ ଭେଟ କରାଉଛୁ। ଆମ ହୃଦୟ ଏବେ ଏକ ହୋଇଯାଇଛି। ହୃଦୟ ବହୁତ ଅଧିକ ଭରି ଯାଇଛି। ଏହା ଜାଣିବା ପରେ ଭଲ ଲାଗୁଛି ଯେ ଆମେ ଏକ ଭଲ ସମ୍ପ୍ରଦାୟର ଅଂଶ, ଯେଉଁମାନେ ଆମମାନଙ୍କ ପାଇଁ ପ୍ରାର୍ଥନା କଲେ ଏବଂ ଝିଅର ଚେହେରା ଦେଖିବା ପାଇଁ ଦୀର୍ଘ ଦିନ ପର୍ଯ୍ୟନ୍ତ ଅପେକ୍ଷା କଲେ’।

ଇନ୍‌ଷ୍ଟାଗ୍ରାମରେ ଦେବିନା ଓ ଗୁର୍‌ମିତ ଝିଅକୁ ଧରି ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ଦୁଇଜଣ ଲିୟାନାର ମୁଣ୍ଡକୁ କିସ୍‌ କରୁଥିବାର ନଜର ଆସୁଛନ୍ତି। ସେମାନେ ଏହି ଫଟୋ ସେୟାର କରିବା ପରେ ସୋସିଆଲ ମିଡିଆରେ ସେଲିବ୍ରିଟି ଏବଂ ଫ୍ୟାନମାନଙ୍କର କମେଣ୍ଟ ଆସିବାରେ ଲାଗିଛି। ଟିଭି ଅଭିନେତ୍ରୀ ଅନିତା କମେଣ୍ଟରେ ହାର୍ଟ ଆଇକନ ସେୟାର କରିଥିବା ବେଳେ କିଶ୍ୱର ମର୍ଚାଣ୍ଟ କ୍ୟୁଟେଷ୍ଟ୍‍ ଲେଖି କମେଣ୍ଟ କରିଛନ୍ତି। କହି ରଖୁଛୁ, ଗୁର୍‌ମିତ ଓ ଦେବିନା ବାପା, ମାଆ ହେବା ନେଇ ଚଳିତ ବର୍ଷ ଫେବୃଆରୀରେ ସୂଚନା ଦେଇଥିଲେ।

 

View this post on Instagram

 

A post shared by Debina Bonnerjee (@debinabon)

 

View this post on Instagram

 

A post shared by Debina Bonnerjee (@debinabon)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.