ଦିନେ ବଡ଼ବଡ଼ କଳାକାରଙ୍କ ସହ କରିଥିଲେ କାମ, ଆଜି ଫୁଟପାଥରେ ଗୀତଗାଇ ପୋଷୁଛନ୍ତି ପେଟ

ଗ୍ଲାମର ୱାଲ୍ଡରେ ନାମ କରିବା କିଛି ସହଜ କଥା ନୁହଁ। ପ୍ରତିଦିନ ଦେଶରେ ଲକ୍ଷାଧିକ ଲୋକ ଏହି ଗୋଟିଏ ସୁଯୋଗର ଅପେକ୍ଷାରେ ରହୁଛନ୍ତି। ବର୍ତ୍ତମାନ ଯୁଗରେ ଭାଗ୍ୟରେ ଥିଲେ ଏବଂ ବହୁ କଷ୍ଠ ପରେ ଗ୍ଲାମର ଲାଇନ୍ ଲୋକଙ୍କୁ ଭଲ କାମ କରିବାକୁ ମିଳୁଛି। କିନ୍ତୁ ଆଜି ଆମେ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଦିନ ଥିଲା ବଲିଉଡ଼ର ବଡ଼ବଡ଼ କଳାକାରଙ୍କ ସହ ଅଭିନୟ କରିଥିଲେ। କିନ୍ତୁ ଏବେ ପରିଣତ ବୟସରେ ରାସ୍ତାରେ ଗୀତ ଗାଇ ନିଜର ପେଟ ପୋଷୁଛନ୍ତି। ଏହି ବ୍ୟକ୍ତିଙ୍କ ନାମ ହେଉଛି କେଶବଲାଲ।

କେଶବ ବଲିଉଡ଼ର ଉଚ୍ଚକୋଟୀର ଗାୟକ ଲକ୍ଷ୍ମୀକାନ୍ତ ପ୍ୟାରୀଲାଲଙ୍କ ସହ ମଧ୍ୟ କାମ କରିଛନ୍ତି। ଏହା ସହ ସେ ହେମନ୍ତ କୁମାରଙ୍କ ପାଇଁ ଗୀତ ମଧ୍ୟ ଗାଇଛନ୍ତି। କେଶବ ପୁରୁଣା ନାଗିନ ଫିଲ୍ମ ପାଇଁ ହାରମୋନିୟମ ମଧ୍ୟ ବଜାଥିଲେ। କିନ୍ତୁ ଏବେ ସମୟ ତାଙ୍କୁ ଏପରି ଅବସ୍ଥାରେ ଆଣି ପହଞ୍ଚାଇଛି ଯେତେବେଳେ ଦୁଇ ବେଳା ଖାଇବା ପାଇଁ ତାଙ୍କୁ ରାସ୍ତାରେ ବୁଲିବୁଲି ଗୀତ ଗାଇବାକୁ ପଡ଼ୁଛି। ଖରା ହେଉବା ବର୍ଷା ସେ ନିଜର ପେଟ ପୋଷିବା ପାଇଁ ଦିନରାତି ଏହି କାମ କରିବା ଛାଡ଼ନ୍ତି ନାହିଁ ।

kesab

କେଶବ ତାଙ୍କ ପତ୍ନୀଙ୍କ ସହ ପୁଣେର ବାରଜୀ ଅଞ୍ଚଳରେ ରହିଥାନ୍ତି। ସେଠାରେ ଏକ ଏନଜିଓ ତାଙ୍କୁ ସରକାରୀ ଯୋଜନା ଅନ୍ତର୍ଗତ ଗୋଟିଏ କୋଠରୀ ଯୋଗାଇଛି। ସେ ଦେଶର ସବୁ ସହରରେ ବୁଲିବୁଲି ନିଜର ପେଟ ପୋଷିବା ପରେ ଏବେ ପୁଣେରେ ଆସି ପହଞ୍ଚିଛନ୍ତି। ସେ ୧୦ବର୍ଷ ବୟସରୁ ହିଁ ହାରମୋନିୟମ ବଜାଇବା ଶିଖିଥିଲେ।ପରେ ଥରେ ସେ ଏକ ମ୍ୟୁଜିକ୍ କମ୍ପାନି ବାହାରେ ହାରମୋନିୟମ ବଜାଉଥିବା ବେଳେ ତାଙ୍କୁ ଫିଲ୍ମ ର୍ନିମାତା ହ୍ବି ସୀତାରାମର ତାଙ୍କ ଉପରେ ନଜର ପଡ଼ିଥିଲା ଏବଂ ସେ ତାଙ୍କୁ ଫିଲ୍ମରେ ବାଜା ବଜାଇବାକୁ ସୁଯୋଗ ଦେଇଥିଲେ।

ନିଶ୍ଚିତ ପଢ଼ନ୍ତୁ : ଯେଉଁ ଜ୍ୟୋତିଷ କରିଥିଲେ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁର ଭବିଷ୍ୟବାଣୀ , ଆଜି ମୋଦିଙ୍କ ପାଇଁ…

ନିକଟରେ କେଶବଙ୍କୁ ତାଙ୍କ ପତ୍ନୀଙ୍କ ସହିତ ଇଣ୍ଡିଆନ ଆଇଡ଼ଲର ସୋରେ ଦେଖିବାକୁ ମଳିଥିଲା । ସେଠାରେ ସେ ଆବାରା ହୁଁ ଗୀତକୁ ବହୁତ ସୁନ୍ଦର ଭାବେ ଗାଇଥିଲେ। ଏହି ସମୟରେ ତାଙ୍କର କଷ୍ଠ ଶୁଣି ସେଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କ ଆଖିରେ ଲୁହ ଆସିଯାଇଥିଲା। ତେବେ ଇଣ୍ଡିଆନ ଆଇଡ଼ଲ ମଞ୍ଚରେ ଉପସ୍ଥିତ ବିଚାରକ ମଣ୍ଡଳି ତାଙ୍କୁ ଏକ-ଏକ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ। କେଶବ କହିଥିଲେ ତାଙ୍କ ବଞ୍ଚିବାର ମୂଳମନ୍ତ୍ର ହେଉଛି ଗୀତ ସେ ଏହାକୁ କେବେ ମଧ୍ୟ ଛାଡ଼ି ପାରିବେ ନାହିଁ।