Below header

ଟିକ୍‌ଟକ୍‌ କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହିସବୁ ଷ୍ଟାର, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ

ଆଜିକାଲିର ଯୁବପିଢି ଟିକ୍‌ଟକ୍‌ ମାୟାରେ ବାୟା। ଯୁଆଡେ ଦେଖିବ ସିଆଡେ ଟିକ୍‌ଟକ୍‌ ନିଶା। ସ୍ମାର୍ଟଫୋନ ଯୋଗୁଁ ପ୍ରାୟତଃ ସମସ୍ତେ ଏହି ଟିକ୍‌ଟକ୍‌ ନିଶାରେ ବୁଡି ରହୁଛନ୍ତି। କିଏ ଘରେ ତ ଆଉ କିଏ କଲେଜରେ, ଆଉ କେଉଁଠି ଟ୍ରେନରେ କିଏ ପାର୍କରେ ବିଭିନ୍ନ ସ୍ଥାନରେ ଟିକ୍‌ଟିକ୍‌ କରି ଅପଲୋଡ କରୁଛନ୍ତି। ଏହି ଟିକ୍‌ଟକ୍‌କୁ ନେଇ ଅନେକ ସାଧାରଣ ଲୋକ ଷ୍ଟାର ପାଲଟିଥିବା ବେଳେ ଏଥିରୁ ରୋଜଗାର ମଧ୍ୟ କରିପାରୁଛନ୍ତି।

Mr-Faisu

ଏଭଳି କେତେକ ଟିକ୍‌ଟକ୍‌ ଷ୍ଟାର ରହିଛନ୍ତି, ଯେଉଁମାନେ ମାସକୁ ଲକ୍ଷଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି। ଏମାନଙ୍କୁ ଦେଖି ସାଧାରଣ ଯୁବପିଢି ଟିକ୍‌ଟିକ୍‌ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। କ’ଣ ଆପଣ ଜାଣନ୍ତି କି, ଏହି ଟିକ୍‌ଟକ୍‌ ଷ୍ଟାର ମାସକୁ କେତେ ଟଙ୍କା ରୋଜଗାର କରନ୍ତି। ଟିକ୍‌ଟକ୍‌ରେ ଫୈଜଲ ବୋଲଚା, ଅଂଶିକା ଭାଟିଆ, ଆଦନାନ ଶୈଖ, ମଞ୍ଜୁଲା ଖଟ୍ଟର, ଗରିମା ଚୌରାସିଆ, ହସ୍‌ନୈନ ଖାନ୍‌, ଫୈଜ ଦରବାର, ଅଭନୀତ କୌର, ଜନ୍ନତ ଜୁବୈର, ଫୈଜୁ ପ୍ରମୁଖ।

anshika

ଫୈଜଲ ମାସକୁ ୧ ଲ୪ରୁ ଉର୍ଦ୍ଧ୍ୱ ଟଙ୍କା ରୋଜଗାର କରୁଥିବା ବେଳେ ଅଂଶିକା ମାସକୁ ୧.୩ ଲକ୍ଷ, ମଞ୍ଜୁଲା ୧.୭ ଲକ୍ଷ, ଗରିମା ୨ ଲକ୍ଷ, ହସନୈନ ମାସକୁ ୨ ଲକ୍ଷ, ଅଭନୀତ କୌର ମାସକୁ ୨.୫ ଲକ୍ଷ, ଜନ୍ନତ ଜୁବେର ୨.୭ ଲକ୍ଷ ଏବଂ ଫୈଜୁ ମାସକୁ ୩ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି।

jant

ଆମେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ଏମାନେ ସେଲିବ୍ରିଟି ବୋଲି ଏତେ ଟଙ୍କା ରୋଜଗାର କରିପାରୁଛନ୍ତି। ଏମାନେ ଭିଡିଓ ବନାଇଲେ ବେଳେ ନିଜର ଧ୍ୟାନ ରଖିବା ସହିତ ସତର୍କତା ଅବଲମ୍ବନ ମଧ୍ୟ କରୁଛନ୍ତି। କିନ୍ତୁ ଏମାନଙ୍କୁ ଦେଖି ଟିକ୍‌ଟକ୍‌ ବନାଉଥିବା ଆଜିକାଲିର ଯୁବପିଢି କିଛି ଧ୍ୟାନ ରଖୁନାହାନ୍ତି। ଏହି ଟିକ୍‌ଟକ୍‌ ଯୋଗୁଁ ଅନେକ ଜୀବନ ମଧ୍ୟ ଚାଲିଯାଉଛି। ତେଣୁ ଟିକ୍‌ଟକ୍‌ ଭିଡିଓ କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.