Below header

ପରଦାରେ ଅନେକ ବିବାହ କରିସାରିଥିବା ବଲିଉଡ୍‌ ତାରକା ନିଜ ଅସଲି ବିବାହରେ କେମିତି ଦିଶୁଥିଲେ, ଥରେ ନଜର ପକାନ୍ତୁ

ବଲିଉଡ୍‌ରେ ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ଫିଲ୍ମଜଗତରେ ପାଦ ଥାପିବା ପୂର୍ବରୁ ହିଁ ହାତକୁ ଦି ହାତ ହୋଇସାରିଥିଲେ। ସେହିପରି ଆଉ କିଛିଙ୍କୁ କାମ କରିବା ବେଳେ ଜୀବନସାଥୀ ମିଳିଥିଲେ। ଅଧିକାଂଶ ବଲିଉଡ୍‌ ହିରୋ ନିଜ ମନପସନ୍ଦର ଝିଅକୁ ବିବାହ କରିଛନ୍ତି। ତେବେ ଆଜି ଆସନ୍ତୁ ଦେଖିବା ପରଦାରେ ଅନେକ ବିବାହ କରିସାରିଥିବା ବଲିଉଡ୍‌ ଷ୍ଟାର ନିଜ ଅସଲି ବିବାହ ବେଳେ କେମିତି ଦିଶୁଥିଲେ…

ଶାହାରୁଖ ଖାନ୍‌:

ଶାହାରୁଖ ଖାନ୍‌ ଓ ଗୌରୀଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମର କାହାଣୀଠାରୁ କମ୍‌ ନୁହେଁ। ଉଭୟେ ପରସ୍ପରକୁ ପାଇବାକୁ ବହୁ କଷ୍ଟ କରିଥିଲେ ଓ ଶେଷରେ ଜିତିଥିଲେ ମଧ୍ୟ। ୧୯୮୪ ମସିହାରେ ଏକ ପାର୍ଟିରେ ଉଭୟଙ୍କ ସାକ୍ଷାତ ହୋଇଥିଲା। ସେତେବେଳେ ଶାହାରୁଖ ମାତ୍ର ୧୮ ବର୍ଷର ଥିଲେ। ଶାହାରୁଖ ଗୌରୀଙ୍କ ହୃଦୟ ଜିଣିବାକୁ ୫ ବର୍ଷ ହିନ୍ଦୁ ହେବାର ନାଟକ କରିଥିଲେ। ଉଭୟେ ୨୫ ଅକ୍ଟୋବର ୧୯୯୧ ମସିହାରେ ବିବାହ କରିଥିଲେ।

ଅମିତାଭ ବଚ୍ଚନ:

ଅମିତାଭ ବଚ୍ଚନ ଓ ଜୟାଙ୍କ ପ୍ରେମ କାହାଣୀ ଫିଲ୍ମ ସେଟ୍‌ରୁ ଆରମ୍ଭ ହୋଇଥିଲା। ଏକ ଇଣ୍ଟରଭ୍ୟୁ ବେଳେ ୧୯୭୦ ମସିହାରେ ଜୟା ପ୍ରଥମେ ଅମିତାଭଙ୍କୁ ଦେଖିଥିଲେ। ଅମିତାଭଙ୍କ ପର୍ସନାଲିଟି ତାଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଫିଲ୍ମ ‘ଗୁଡ୍ଡି’ର ସୁଟିଂ ସେଟ୍‌ରେ ଉଭୟେ ବନ୍ଧୁ ହୋଇଥିଲେ ଓ ପରେ ପ୍ରେମ ଆରମ୍ଭ ହୋଇଥିଲା। ୩ ଜୁନ୍‌ ୧୯୭୩ ମସିହାରେ ଏହି ପ୍ରେମ ପକ୍ଷୀ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ଅନୀଲ କପୁର:

ଫିଲ୍ମଜଗତରେ ପାଦ ଥାପିବାର କିଛି ଦିନ ପରେ ଅନୀଲ କପୁର ସୁନିତାଙ୍କୁ ବିବାହ କରିଥିଲେ। ୧୯ ମେ ୧୯୮୪ ମସିହାରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସବୁ ପରିସ୍ଥିତିରେ ସେ ଅନୀଲଙ୍କ ସାଥ୍‌ ଦେଇଛନ୍ତି। ଫିଲ୍ମରେ ଅଭିନୟ କରିବା ବେଳେ ବହୁ ଅଭିନେତ୍ରୀଙ୍କ ନାମ ସହ ଅନୀଲଙ୍କ ନାଁ ଯୋଡ଼ାଯାଇଥିଲା କିନ୍ତୁ ସୁନିତା ସବୁବେଳେ ଅନୀଲଙ୍କୁ ବିଶ୍ୱାସ କରୁଥିଲେ। ଦୁଇ ବର୍ଷ ପୂର୍ବେ ସେମାନେ ଝିଅ ସୋନମ୍‌ଙ୍କ ବିବାହ କରାଇଛନ୍ତି।

ଧର୍ମେନ୍ଦ୍ର:

ଧର୍ମେନ୍ଦ୍ର ଦୁଇଟି ବିବାହ କରିଛନ୍ତି। ତାଙ୍କ ପ୍ରଥମ ପତ୍ନୀଙ୍କ ନାମ ଥିଲା ପ୍ରକାଶ। ୧୯୫୪ ମସିହାରେ ସେ ପ୍ରକାଶଙ୍କୁ ବିବାହ କରିଥିଲେ। ତାଙ୍କର ୪ଟି ସନ୍ତାନ ମଧ୍ୟ ଅଛନ୍ତି। ପରେ ୧୯୭୯ ମସିହାରେ ସେ ହେମାମାଳିନୀଙ୍କୁ ବିବାହ କରିଥିଲେ।

ଶତ୍ରୁଘ୍ନ ସିହ୍ନା:

ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀଙ୍କ ନାଁ ପୁନମ୍‌ ସିହ୍ନା। ଉଭୟଙ୍କ ପ୍ରେମ ଟ୍ରେନ୍‌ରୁ ଆରମ୍ଭ ହୋଇଥିଲା। ଟ୍ରେନ୍‌ରେ ଯାତ୍ରା କରିବା ବେଳେ ଶତ୍ରୁଘ୍ନ ଓ ପୁନମ୍‌ଙ୍କ ସିଟ୍‌ ସାମ୍ନାସାମ୍ନି ଥିଲା। କିଛି ସମୟ କଥାବାର୍ତ୍ତା ହେବା ପରେ ଉଭୟେ ପରସ୍ପର ପ୍ରତି ଆକୃଷ୍ଟ ହୋଇଥିଲେ। ପରେ ୯ ଜୁଲାଇ ୧୯୮୦ ମସିହାରେ ଉଭୟେ ବିବାହ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.