ପୁରୀ ଗଣଦୁଷ୍କର୍ମ ମାମଲା: ୨୦ ଦିନରେ ଚାର୍ଜସିଟ୍‌ ଦାଖଲ କଲା ପୁରୀ ପୋଲିସ, ଫାଷ୍ଟଟ୍ରାକ କୋର୍ଟରେ ହେବ ଶୁଣାଣି

ପୁରୀ: ପୁରୀ ଗଣଦୁଷ୍କର୍ମ ମାମଲାରେ ଚାର୍ଜସିଟ୍‌ । ୨୦ ଦିନରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ କଲା ପୁରୀ ପୋଲିସ ୬ ଜଣଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ କରାଯାଇଛି । ଫାଷ୍ଟଟ୍ରାକ କୋର୍ଟରେ ହେବ ମାମଲାର ଶୁଣାଣି । ପୁରୀ ଏସ୍‌ପି ଏହି ସୂଚନା ଦେଇଛନ୍ତି । ଗତ ୨ ତାରିଖ ଦିନ ପୁରୀ ଝାଡ଼େଶ୍ୱରୀ ମନ୍ଦିର ନିକଟରେ ପୋଲିସ କ୍ୱାର୍ଟରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଘଟଣାଦିନ ପୀଡ଼ିତା ଜଣଙ୍କ ନିମାପଡ଼ାରୁ କୋଣାର୍କ ଯିବାର ଥିଲା । ହେଲେ ତାଙ୍କୁ ଲିଫ୍ଟ ଦେବାକୁ କହି ଅଭିଯୁକ୍ତମାନେ ପୁରୀ ଆଣିଥିଲେ ।

ଏନେଇ ପୀଡ଼ିତା ପୁରୀ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିଲେ । ଏହି ଗଣଦୁଷ୍କର୍ମ ମାମଲାରେ ପୁରୀ ପୋଲିସ ମୁଖ୍ୟ ଅଭିଯୁକ୍ତ ପୂର୍ବତନ କନେଷ୍ଟବଳ ଜିତେନ୍ଦ୍ର ସେଠୀ, ସହଯୋଗୀ ରାଜେଶ ସେଠୀ ଓ ରାମଚନ୍ଦ୍ର ପ୍ରଧାନ ଓ ପୀଡ଼ିତାଙ୍କ ପୁରୁଷ ବନ୍ଧୁ ରଞ୍ଜିତ ପରିଡ଼ା ଓ ତାଙ୍କ ସ୍ତ୍ରୀ ସୌମ୍ୟା ଶେଫାଳି ପରିଡାଙ୍କ ସମେତ ୬ ଜଣଙ୍କୁ ପୋଲିସ ଗିରଫ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.