Below header

ଶସ୍ତା ହେବ ପେଟ୍ରୋଲ ! ଏନେଇ ସରକାର ନେଉଛନ୍ତି ବଡ ପଦକ୍ଷେପ, ଶୀଘ୍ର ହେବ କାର୍ଯ୍ୟକାରୀ

କେନ୍ଦ୍ର ସରକାର ଖୁବ ଶୀଘ୍ର ସାଧାରଣ ଜନତାଙ୍କୁ ଶସ୍ତା ତଥା ପରିବେଶ ଉପଯୋଗୀ ଇନ୍ଧନ ଯୋଗେଇବାକୁ ଉଦ୍ୟମ ଚଳାଇଛନ୍ତି  ।  ପେଟ୍ରୋଲ ବଦଳରେ ମିଥେନଲ ବ୍ଲେଣ୍ଡେଡ ଇନ୍ଧନକୁ ବଜାରରେ ପ୍ରବେଶ କରାଇବାକୁ ଯୋଜନା ଚଳେଇଚନ୍ତି ।  ଏହି ଇନ୍ଧନର ବ୍ୟବହାର ଫଳରେ ପରିବେଶ ପ୍ରଦୂଷଣ ମଧ୍ୟ ୩୦ ପ୍ରତିଶତ ପର୍ଯ୍ୟନ୍ତ କମିଯିବ ବୋଲି ଆଶା କରାଯାଉଛି । ମିଥେନଲ ବ୍ଲେଣ୍ଡେଡ ଇନ୍ଧନର ବ୍ୟବହାର ବଢିବା ଫଳରେ ବିଦେଶରୁ କଞ୍ଚା ତେଲର ଆମଦାନୀ ମଧ୍ୟ ଖୁବ କମିଯିବ ।  ଯାହାଦ୍ୱାରା ସରକାର ପ୍ରତିବର୍ଷ ୫ ହଜାର କୋଟି ଟଙ୍କା ସଞ୍ଚୟ କରି ପାରିବେ ।  ସାରା ଦେଶରେ ମିଥେନଲ ବ୍ଲେଣ୍ଡେଡ ପେଟ୍ରୋଲ ବ୍ୟବହାର ପ୍ରଚଳନ ବାବଦରେ ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଏକ ପତ୍ର ମଧ୍ୟ ଲେଖିଛନ୍ତି ।  ପ୍ରକୃତରେ ମିଥୋନେଲ କୋଇଲାରୁ ପ୍ରସ୍ତୁତ ହୋଇଥାଏ ।

petrol price  

ପେଟ୍ରୋଲ ଠାରୁ ଏହା ଅଧିକ ପରିବେଶ ଉପଯୋଗୀ ।  ବିଶେଷ ଭାବେ ଆଖୁ ରସରୁ ଚିନି କଳରେ ହିଁ ଏହାକୁ ପ୍ରସ୍ତୁତ କରାଯାଇଥାଏ ।  ଏହା  ଟକ୍ସିକ ବିହୀନ, ବାୟୋଡିଗ୍ରେଡେବଲ ଇନ୍ଧନ ହୋଇଥିବା ବେଳେ ଏହାକୁ ସାଇତିବା ବା ନବାଆଣିବା କରିବା ମଧ୍ୟ ଖୁବ ସହଜ ଓ ସୁରକ୍ଷିତ ହୋଇଥାଏ ।  ଆହୁରି ମଧ୍ୟ ଏହା ଏକ ଅକ୍ସିଜେନ ଯୁକ୍ତ ଇନ୍ଧନ ଅଟେ ।  ଯେଉଁଥିରେ ୩୫ ପ୍ରତିଶତ ପର୍ଯ୍ୟନ୍ତ ଅକ୍ସିଜେନ ରହିଥାଏ ।  ତେଣୁ କରି ସରକାର ପେଟ୍ରୋଲ ସ୍ଥାନରେ ଇଥନେଲ ବ୍ୟବହାର ନେଇ ଚେଷ୍ଟା କରୁଛନ୍ତି ।  ପୂର୍ବରୁ ପେଟ୍ରୋଲରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଏଥୋନେଲ ମିଶାଇବା ନେଇ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିଲେ ।  ଏବେ ଏଥୋନେଲର ମୂଲ୍ୟ ଲିଟର ପିଛା ୫୨. ୪୩ ଟଙ୍କା ଥିବା ବେଳେ ପେଟ୍ରୋଲ ଲିଟର ପିଛା ୭୨ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.