Below header

ସଡ଼କ ଦୁର୍ଘଟଣାର ଶିକାର ହେଲେ କନ୍ନଡ ଷ୍ଟାର ସୁରଜ କୁମାର, ଜୀବନ ବଞ୍ଚାଇବା ପାଇଁ କାଟିବାକୁ ପଡିଲା ଡାହାଣ ଗୋଡ

କନ୍ନଡ ଇଣ୍ଡଷ୍ଟ୍ରୀରେ ଧ୍ରୁବନ ନାମରେ ପରିଚିତ ଲୋକପ୍ରିୟ ଅଭିନେତା ସୁରଜ କୁମାର ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ତାଙ୍କ ଜୀବନ ବଞ୍ଚାଇବା ପାଇଁ ଡାକ୍ତରଙ୍କୁ ତାଙ୍କ ଗୋଡ କାଟିବାକୁ ପଡିଛି । ଏବେ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ସୁରଜ ।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି କନ୍ନଡ ଫିଲ୍ମ ଷ୍ଟାର ସୁରଜ କୁମାର । ଦୁର୍ଘଟଣାରେ ଗୁରୁତର ଭାବେ ଶିକାର ହୋଇଥିବା ଅଭିନେତାଙ୍କର ଜୀବନ ବଞ୍ଚାଇବା ପାଇଁ ଡାହାଣ ଗୋଡ କାଟିବାକୁ ପଡିଛି । ମେସୁରୁ-ଗୁଣ୍ଡଲୁପୁର ହାଇୱେରେ ବାଇକରେ ଉଟି ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା ।

ଖବର ମୁତାବକ, ଜୁନ୍‌ ୨୪ ତାରିଖ ସନ୍ଧ୍ୟାରେ ସୁରଜ ଦୁର୍ଘଟଣାର ଶିକାର ହୋଇଥିଲେ । ବେଙ୍ଗାଲୁରୁ ପାଖରେ ମେସୁରୁ-ଗୁଣ୍ଡଲୁପୁର ହାଇୱେରେ ସୁରଜ ଉଟି ଯାଉଥିଲେ । ଟ୍ରାକ୍ଟରକୁ ଓଭରଟେକ କରୁଥିବା ସମୟରେ ତାଙ୍କ ବାଇକର ବାଲାନ୍ସ ବିଗିଡି ଯାଇଥିଲା । ଆଉ ତାଙ୍କ ଗାଡି ଯାଇ ଏକ ଲରୀରେ ଧକ୍କା ଖାଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ସୁରଜଙ୍କୁ ଗୁରୁତର ଆଘାତ ଲାଗିଥିଲା । ଯାହାପରେ ତାଙ୍କୁ ତୁରନ୍ତ ମେସୁରର ମଣିପାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏଠାରେ ଡାକ୍ତର ତାଙ୍କ ଗୋଡକୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଅଭିନେତାଙ୍କ ଡାହାଣ ଗୋଡ କାଟିବାକୁ ପଡିଥିଲା । ଏବେ ଅଭିନେତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ହେଉଛି ।

କାମ କଥା କହିବାକୁ ଗଲେ, ସୁରଜ କୁମାର ଏବେ ରଥମ ନାମକ ଏକ ଫିଲ୍ମ ଏବଂ ପ୍ରିୟା ପ୍ରକାଶ ୱାରିୟରଙ୍କ ସହିତ ଅନ୍ୟ ଏକ ପ୍ରୋଜେକ୍ଟରେ କାମ କରୁଥିଲେ । ଆଉ ଏହା ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଗଲା । ତେବେ ଏଭଳି ଦୁର୍ଘଟଣାକୁ ନେଇ ସମଗ୍ର କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀ ଶୋକରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.