Below header

ରିଲିଜ୍ ହେଲା ସୀମା ଓ ସଚିନଙ୍କ ଉପରେ ଆଧାରିତ ‘କରାଚୀ ଟୁ ନୋଏଡା’ ଫିଲ୍ମର ପ୍ରଥମ ପୋଷ୍ଟର

ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ସୀମା ଏବଂ ସଚିନ୍ ଏବେ ଆଲୋଚନାର ପ୍ରମୁଖ ବିଷୟ । ଏବେ ସେମାନଙ୍କ ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି, ଯାହାର ନାମ ରଖାଯାଇଛି ‘କରାଚି ଟୁ ନୋଏଡା’। ଯାହାର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଯାଇ ଥିବାବେଳେ ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୨୦ରେ ଫିଲ୍ମର ପ୍ରଥମ ଗୀତ ରିଲିଜ୍ ହେବ ।

ନୋଏଡ଼ା: ସୀମା ପାର କରି ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ଏବଂ ତାଙ୍କ ପ୍ରେମିକ ସଚିନ୍‌ଙ୍କ ଲଭଷ୍ଟୋରୀ ଆଉ କାହାକୁ ଅଛପା ନାହିଁ । ସୋସିଆଲ ମିଡିଆରେ ସବୁଠୁ ଅଧିକ ଟ୍ରେଣ୍ଡ କରୁଛି ଏହି ଖବର । ସୀମା ହାଇଦରଙ୍କୁ ନେଇ ଚର୍ଚ୍ଚା ଥମୁନାହିଁ । ପ୍ରତିଦିନ ନୂଆ ନୂଆ ଆଲୋଚନା ହେଉଛି । ତେବେ ରିୟଲ ଲାଇଫରେ ପାକିସ୍ତାନୀ ପ୍ରେମିକା ସୀମା ହାଇଦର ଓ ଭାରତର ସଚିନଙ୍କୁ ନେଇ ସୃଷ୍ଟି ହୋଇଥିବା ପ୍ରେମ କାହାଣୀ ଏବେ ରିଲ ହେବାକୁ ଯାଉଛି ।

ଏକଥା ସମସ୍ତଙ୍କୁ ଜଣା ଉଭୟ ଅନଲାଇନ୍ ଗେମ୍ ପବ୍‌ଜୀ ଖେଳିବା ବେଳେ ପ୍ରେମରେ ପଡିଥିଲେ। ସୀମା ସଚିନଙ୍କ ପ୍ରେମ ପାଇଁ ନିଜ ସ୍ୱାମୀଙ୍କୁ ଛାଡ଼ି ନେପାଳ ଦେଇ ଗ୍ରେଟର ନୋଏଡାକୁ ଆସିଥିଲେ । ନିଜର ଚାରି ପିଲାଙ୍କୁ ମଧ୍ୟ ତାଙ୍କ ସହିତ ନେଇ ଆସିଥିଲେ । ବେନିୟମ ଭାବେ ଭାରତକୁ ଆସିଥିଲେ ସୀମା ହାଇଦର ।

ଏହାପରେ ସବୁ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ସୀମା ଏବଂ ସଚିନ୍ ପାଲଟିଗଲେ ଆଲୋଚନାର ଏକ ପ୍ରମୁଖ ବିଷୟ । ଏବେ ତାଙ୍କ ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି, ଯାହାର ନାମ ରଖାଯାଇଛି ‘କରାଚି ଟୁ ନୋଏଡା’ । ଯାହାର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଯାଇ ଥିବାବେଳେ ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୨୦ରେ ଫିଲ୍ମର ପ୍ରଥମ ଗୀତ ରିଲିଜ୍ ହେବ ।

 

View this post on Instagram

 

A post shared by Amit Jani (@amitjani_ind)

ଅମିତ ଜାନୀଙ୍କ କମ୍ପାନି ‘ଜାନି ଫାୟାରଫକ୍ସ ଫିଲ୍ମସ’ ସୀମା ହାଇଦର ଏବଂ ସଚିନ ମୀନାଙ୍କ ପ୍ରେମ କାହାଣୀ ଉପରେ ଏହି ଚଳଚ୍ଚିତ୍ର ନିର୍ମାଣ କରୁଛି । ଏହାର ନିର୍ମାତା ହେଉଛନ୍ତି ଅମିତ ଜାନି ଏବଂ ସେ ଫିଲ୍ମର ଗୀତଗୁଡ଼ିକ ମଧ୍ୟ ଲେଖିଛନ୍ତି । ଗାୟକ ହେଉଛନ୍ତି ପ୍ରୀତି ସରୋଜ । ସୀମାଙ୍କ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ଫରହିନ୍ ଫାଲକ । ନିର୍ମାତା ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି ।

ଏପଟେ ଫିଲ୍ମର ଥିମ୍ ଗୀତ ଆସନ୍ତାକାଲି ରିଲିଜ୍ ହେବ । ଏହି ଗୀତ ଶୀର୍ଷକ ରହିଛି ‘ଚଲ୍ ପଡେ ହେଁ ହମ୍’। ତେବେ ସୂଚନା ଥାଉକି, ଫିଲ୍ମ ନିର୍ମାଣ ନେଇ ଅମିତ ଜାନୀ ଯେତେବେଳେ ଘୋଷଣା କରିଥିଲେ, ତାଙ୍କୁ ଚେତାବନି ଦେଇଥିଲା ଏମଏନଏସ । କହିଥିଲା କି, ଏପରି ନାଟକ ବନ୍ଦ କର ନହେଲେ ଏମଏନଏସ ର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ । ତେବେ ଦୁଇ ଜଣଙ୍କ ଲଭ ଷ୍ଟୋରୀ ଉପରେ ‘କରାଚୀ ଟୁ ନୋଏଡା’ ନାମକ ଏହି ଫିଲ୍ମ ନିର୍ମାଣ କରିବାକୁ ଘୋଷଣା କରିଥିବା ଜାନୀ କିନ୍ତୁ ଏହାର ସୁଟିଂ ଆରମ୍ଭ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.