Below header

ଖୁବଶୀଘ୍ର ପରଦାକୁ ଆସୁଛି ‘ଖତରୋଁ କେ ଖିଲାଡି ସିଜିନ ୧୧’, ରିଲିଜ ହେଲା ପ୍ରେମୋ

ରିଆଲିଟି ଶୋ ‘ଖତରୋଁ କେ ଖିଲାଡି’ ସିଜିନ ୧୧କୁ ଫ୍ଯାନ ବେଶ ଉତ୍ସାହର ସହିତ ଚାହିଁ ରହିଛନ୍ତି। ଗତ କିଛି ଦିନ ହେଲାଣି ଶୋର ସୁଟିଂ କେପଟାଉନରେ ହେଉଛି। ଏବେ ଫ୍ଯାନଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି। ଖୁବଶୀଘ୍ର ଟିଭି ପରଦାରେ ଆସିବାକୁ ଯାଉଛି ‘ଖତରୋଁ କେ ଖିଲାଡି’ ସିଜିନ ୧୧।

କଲର୍ସ ଚ୍ଯାନେଲ ଶୋର ଏକ ପ୍ରୋମୋ ଭିଡିଓ ନିଜ ଇନଷ୍ଟାଗ୍ରମା ଆକାଉଣ୍ଟରେ ସେୟାର କରିଛି। ଯେଉଁଥିରେ ରୋହିତ ସେଟ୍ଟୀ ଜଙ୍ଗଲୀ ଜନ୍ତୁ ସହିତ ନଜର ଆସିଛନ୍ତି। ଚ୍ଯାନେଲର ଟିମ ଏହାକୁ ପୋଷ୍ଟ କରି କ୍ଯାପସନ ଲେଖିଛନ୍ତି, ୭ ବର୍ଷ ଏବଂ ୭ଟି ସିଜି ପରେ ଖତରୋଁ କେ ଖିଲାଡି ୧୧’’ ୱାଇଡେଲ୍ଟ ସିଜି ଆରମ୍ଭ କରିବାକୁ ଯାଉଛି। ଖୁବଶୀଘ୍ର ଏହା ପରଦାରେ ଆସିବ।

ଏହି ପ୍ରୋମୋ ଭିଡିଓରେ ରୋହିତ ସେଟ୍ଟୀ ବାଜ୍ ପକ୍ଷୀ ସହିତ ଲାଲ କାରରେ ନଜର ଆସିଛନ୍ତି। ଭିଡିଓକୁ ଦବରଦସ୍ତ ରେସପନ୍ସ ମଧ୍ୟ ମିଳୁଛି। ଦୁଇ ଘଣ୍ଟାରେ ପାଖାପାଖି ୨ ଲକ୍ଷ ଭ୍ଯୁ ହୋଇସାରିଛି। ଏହାକୁ ରୋହିତ ସେଟ୍ଟୀ ହୋଷ୍ଟ କରୁଛନ୍ତି।

 

View this post on Instagram

 

A post shared by ColorsTV (@colorstv)

ଏହି ସିଜିନରେ ଆସ୍ଥା ଗିଲ, ବିଶାଲ ଆଦିତ୍ଯ ସିଂ, ନିକ୍କି ତାମ୍ବୋଲୀ, ରାହୁଲ ବୈଦ, ଅର୍ଜୁନ ବିଜଲାନୀ, ବରୁନ ସୁଦ, ସନା ମକବୁଲ, ଅଭିନବ ଶୁକ୍ଲା, ମହକ ଚହଲ, ଦିବ୍ଯାଙ୍କ ତ୍ରିପାଠୀ, ଶ୍ବେତା ତିୱାରୀ ଏବଂ ସୌରଭ ରାଜ ଜୈନ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.