Below header

ରାଜ୍ୟରେ ଲାଗାତାର ୨ୟ ଦିନରେ ୫ ହଜାର ତଳେ ସଂକ୍ରମଣ,ଆଜି ୪ହଜାର ୪୬୯ କୋଭିଡ ଆକ୍ରାନ୍ତ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଲାଗାତାର ୨ୟ ଦିନରେ ୫ ହଜାର ତଳେ ସଂକ୍ରମଣ। ଆଜି ପଜିଟିଭିଟି ରେଟ୍‌ ରହିଛି ୭.୨୦ ପ୍ରତିଶତ। ଯାହାକି ଗତକାଲି ଥିଲା ୭.୨୨ ପ୍ରତିଶତ। ୨୪ଘଣ୍ଟାରେ ୬୨ହଜାର ୩୪ଟେଷ୍ଟିଂ ହୋଇଥିବାବେଳେ ୪ହଜାର ୪୬୯ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୧୬ ଜିଲ୍ଲାରେ ୧୦୦ ତଳେ ରହିଛି ଦୈନିକ ସଂକ୍ରମଣ । ଟପ୍‌ ୫ ଜିଲ୍ଲାରେ ରହିଛି ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର ଓ ଢେଙ୍କାନାଳ। ଖୋର୍ଦ୍ଧାରୁ ସର୍ବାଧିକ ୬୧୨ ଆକ୍ରାନ୍ତ ହୋଇଛନ୍ତି । କଟକରୁ ୪୧୩, ଯାଜପୁରରୁ ୩୭୦, ବାଲେଶ୍ୱରରୁ ୩୧୮ ଓ ଢେଙ୍କାନାଳରୁ ୨୫୨ ନୂଆ କେସ୍‌ ରହିଛି। କେବଳ ଏହି ୫ ଜିଲ୍ଲାରୁ ୧ ହଜାର ୯୬୫ ରହିଛି କରୋନା କେସ୍‌ । ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୫୯ ହଜାର ୩୬୧ । ୩ହଜାର ୩୦୨କୁ ବୃଦ୍ଧି ପାଇଛି ମୃତ୍ୟୁସଂଖ୍ୟା।

ରାଜ୍ୟରେ ରେଡ୍‌ ଜୋନ୍‌ କମୁଥିବାବେଳେ ଗ୍ରୀନ୍‌ ଜୋନ୍‌ ବଢୁଛି । ୯ ଜିଲ୍ଲା ରେଡ୍‌ ଜୋନରେ ଥିବାବେଳେ ୧୨ ଜିଲ୍ଲା ଗ୍ରୀନ୍‌ ଜୋନରେ ରହିଛି। ସେହିପରି ୟେଲୋ ଜୋନରେ ଅଛି ୯ ଜିଲ୍ଲା । ୧୧ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଛି। ଯାଜପୁରରେ ପଜିଟିଭିଟି ରେଟ୍‌ ସର୍ବାଧିକ ୧୯.୫ ପ୍ରତିଶତ ରହିଛି। ସେହିଭଳି ପୁରୀରେ ୧୪.୩, କେନ୍ଦ୍ରାପଡ଼ାରେ ୧୨.୬ ଓ ଖୋର୍ଦ୍ଧାରେ ୧୧.୫ ପ୍ରତିଶତ ରହିଛି ସଂକ୍ରମଣ ହାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.