ବାହାଘର ବରଯାତ୍ରୀକୁ ଆସିଥିବା ହାତୀ କଲା ତୂମୁଳକାଣ୍ଡ, ଜୀବନ ବିକଳରେ ଦୌଡିଲା ବର: ଭିଡିଓ ଭାଇରାଲ

ବାହାଘର ପ୍ରୋସେସନରେ ସାମିଲ ଥିବା ଗୋଟିଏ ହାତୀ ତୂମୁଳକାଣ୍ଡ ରଚାଇଛି। ବର ଘୋଡ଼ାଗାଡ଼ିରେ ବିବାହ ମଣ୍ଡପକୁ ଆସିଥିବା ବେଳେ ହାତୀଟି ମଧ୍ୟ ତାଙ୍କ ଆଗେଆଗେ ସେଠାରେ ପହଞ୍ଚିଥିଲା। କିଛି ସମୟ ପାଇଁ ସବୁ କିଛି ଠିକ୍ ଥିଲା। ହେଲେ ହଠାତ୍‌ ବାଣ ଫୁଟିବାରୁ ହାତୀଟି ରାଗି ଯାଇ ବ୍ୟାପକ ଭଙ୍ଗାରୁଜା କରିଛି।
ହାତୀର ଏମିତି ଉଗ୍ର ରୂପ ଦେଖି ଘୋଡ଼ା ଗାଡ଼ିରେ ବସିଥିବା ବର ଜଣଙ୍କ ମଧ୍ୟ ଜୀବନ ବିକଳରେ ଦୌଡ଼ିଛନ୍ତି। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଘଟିଥିବା ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁସାରେ, ଜୁନ୍‌ ୧୧ ତାରିଖ ରାତିରେ ଅମଲପୁରରେ ଏହି ଘଟଣା ଘଟିଛି। ବାହା ହେବାକୁ ଆନନ୍ଦ ତ୍ରିପାଠୀ ଘୋଡ଼ା ଗାଡ଼ିରେ ବସି ହାତୀର ପ୍ରୋସେସନରେ ଅମଲପୁରକୁ ନାରାୟଣପୁର ଗାଁରୁ ଆସିଥିଲେ। ପରିବାର ଲୋକ ଓ ବର ଯାତ୍ରୀମାନେ ମଧ୍ୟ ଅମଲପୁରରେ ଥିବା ମଣ୍ତପରେ ପହଞ୍ଚି ନାଚଗୀତ କରୁଥିବା ସମୟରେ ହାତୀ ଏଭଳି ଉପଦ୍ରବ କରିଥିଲା।

ହାତୀ କିଛି ସମୟ ଏପରି କରିବା ପରେ ମାହୁନ୍ତ ହାତୀକୁ କାବୁ କରିନେଇଥିଲା। ହାତୀ କେବଳ କାରକୁ ଭଙ୍ଗାରୁଜା କରିଥିଲା କିନ୍ତୁ ଏଥିରେ କୌଣସି ଜୀବନ ହାନି ଘଟିନାହିଁ। ଏହି ଘଟଣାକୁ ନେଇ ହାତୀ ବୁକିଂ କରିଥିବା ବ୍ଯକ୍ତି ବିରୋଧରେ ମାମଲା ରୁଜୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.