Below header

ସ୍କ୍ରିପ୍ଟ ଭୁଲି ଷ୍ଟେଜରେ ହଠାତ୍ କିସ୍ କରିବାକୁ ଲାଗିଲେ ନାୟକ- ନାୟିକା, ଜାଣନ୍ତୁ କଣ ହେଲା ତା ପରେ

ଫିଲ୍ମରେ କିସ୍ ସିନ୍ ହେବା ଏକ ସାଧାରଣ କଥା । ହେଲେ ଥିଏଟରରେ ଏପରି ସିନ୍ ହେବ ଆଉ ହଙ୍ଗାମା ହେବନି ! ଏଭଳି ଏକ ମାମଲା ଆସିଛି ଭୋପାଳରୁ । ଯେଉଁ ଅଭିନେତା – ଅଭିନେତ୍ରୀ ନିଜ ଭାବନାରେ ଏମିତି ବହି ଯାଇଥିଲେ ଯେ ସମସ୍ତଙ୍କ ସାମ୍ନାରେ ଲିପ୍ ଲକ୍ କରିବାକୁ ପଛାଇନଥିଲେ । ଆଉ ପ୍ଲେ ଶେଷ ହେବା ପରେ ଯେତେବେଳେ ହଙ୍ଗମା ହେଲା ସେତେବେଳେ ଜଣା ପଡିଲା ଏହି ସିନ୍ ନାଟକରେ ହିଁ ନଥିଲା ।

kiss seen bhopalସିନ୍ ଥିଲା ଯେତେବେଳେ ଜୁଲିଏଟ୍ ନିଜ ପ୍ରେମୀ ରୋମିଓ ସାମ୍ନାରେ ମିଛରେ ବିଷ ପିଇ ମରିବାର ନାଟକ କରୁଛି , ଯାହାକୁ ସତ ଭାବି ନିଜ ଜୀବନ ନେଇ ଯାଉଛି ରୋମିଓ । ଉଠିବା ପରେ ରୋମିଓକୁ ମରିଯାଇଥିବାର ଦେଖି ନିଜ ଜୀବନ ଦେଇ ଦେଉଛି ଜୁଲିଏଟ୍ । ଏହି ନାଟକରେ ରୋମିଓ ଭୂମିକାରେ ନିଶାନ୍ତ ରଘୁବଂଶୀ ଅଭିନୟ କରୁଥିବା ବେଳେ ଜୁଲିଏଟ୍ ହୋଇଥିଲେ ମୃଣାଳି ପାଣ୍ଡେ । ତେବେ ଉଭୟ ନିଜ ଅଭିନୟରେ ଏମିତି ହଜି ଯାଇଥିଲେ ଯେ ସ୍କ୍ରିପ୍ଟରୁ ବାହାରି ମଂଚରେ ଲିପ୍ ଲକ୍ ସିନ୍ କରିଥିଲେ ।

kiss seenଜୁଲିଏଟ୍ ମରିଯାଇଥିବା ଭାବି ବିଳାପ ସିନ୍ ସମୟରେ ପ୍ରଥମେ ରୋମିଓ ଚରିତ୍ରରେ ଅଭିନୟ କରୁଥିବା ନିଶାନ୍ତ କିସ୍ କରୁଛନ୍ତି । ଏହା ପରେ ରୋମିଓ ମରିଯିବା ପରେ ଜୁଲିଏଟ୍ ଚରିତ୍ରରେ ଥିବା ମୃଣାଳି ଲିପ୍ ଲକ୍ କରୁଛନ୍ତି । ତେବେ ଖୋଲା ମଂଚରେ ଏଭଳି ସିନ୍ ହୋଇଥିବାରୁ ଖୁବ୍ ହଙ୍ଗାମା ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.