Below header

୨୦୦ବର୍ଷ ପୁରୁଣା ଏହି ମନ୍ଦିରରେ ହୋଇଥାଏ ବେଙ୍ଗର ପୂଜା, ଜାଣନ୍ତୁ କାହିଁକି

ଭାରତରେ ଏପରି ଅନେକ ମନ୍ଦିର ରହିଛି, ଯାହା ନିଜର କାହାଣୀ ଏବଂ ରହସ୍ୟକୁ ନେଇ ବେଶ ଚର୍ଚ୍ଚିତ। ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଏପରି ଅନେକ ମନ୍ଦିର ବିଷୟରେ ମଧ୍ୟ ଶୁଣିଥିବେ। କିନ୍ତୁ କଣ ଆପଣ ଏପରି ଏକ ମନ୍ଦିର ବିଷୟରେ ଶୁଣିଛନ୍ତି ଯେଉଁଠାରେ ଦେବତା ସ୍ବରୁପ ବେଙ୍ଗର ଅରାଧନା କରାଯାଇଥାଏ। କଥାଟି ଶୁଣିବାକୁ ଆଶ୍ଚର‌୍ୟ୍ୟ ଲାଗିଥିଲେ ମଧ୍ୟ ସତ।

frog temple

ଏହି ବିଚିତ୍ର ମନ୍ଦିର ଉତ୍ତରପ୍ରଦେଶର ଲଖିମପୁର-ଖିରି ଜିଲ୍ଲାର ଓୟଲ କସ୍ବ୍ରେରେ ରହିଛି। ଏହା ଭାରତର ଏକମାତ୍ର ମନ୍ଦିର ଯେଉଁଠାରେ ବେଙ୍ଗର ପୂଜା କରାଯାଇଥାଏ। କୁହାଯାଇଥାଏ କି ଏହି ମନ୍ଦିର ଓୟଲ ଶୈବ ସମ୍ପ୍ରଦାୟର ପ୍ରମୁଖ କେନ୍ଦ୍ର ଅଟେ। ଏଠାକାର ଶାସକ ଭଗବାନ ଶିବଙ୍କର ଉପାସକ ଥିଲେ। ଏହି କସ୍ବ୍ରେର ମଝିରେ ବେଙ୍ଗର ଯନ୍ତ୍ର ଅଧାର କରିବା ସହ ସେ ଶୈବ ମନ୍ଦିର ନିର୍ମାଣ କରିଥିଲେ।

ଏହି କ୍ଷେତ୍ର ୧୧ଦଶ ଶତାବ୍ଦୀରୁ ୧୯ତମ ଶତାବ୍ଦୀ ପର୍ଯ୍ୟନ୍ତ ଚାହାମାନର ଶାସକଙ୍କ ଅଧିନରେ ରହିଥିଲା। ଚାହାମାନ ବଂଶର ରାଜା ବକ୍ଷ ସିଂ ଏହି ବିଚିତ୍ର ମନ୍ଦିରର ନିର୍ମାଣ କରିଥିଲେ। କୁହାଯାଇଥାଏ , ଏହି ମନ୍ଦିରର ବାସ୍ତୁ ପରିକଳ୍ପନା ଜଣେ ମହାନ ତାନ୍ତ୍ରିକ କରିଥିଲେ। ତନ୍ତ୍ରବାଦ ଉପରେ ଆଧାରିତ ଏହି ମନ୍ଦିରର ବାସ୍ତୁ ସଂରଞ୍ଚନା ଶୈଳୀ ଏଠାକୁ ଆସିଥିବା ପର୍ଯ୍ୟଟକଙ୍କ ମନ ମୋହିଥାଏ।

frog

ଏହି ମନ୍ଦିରର ନିର୍ମାଣ ୨୦୦ବର୍ଷ ପୂର୍ବେ କରାଯାଇଥିଲା। ମାନ୍ୟତା ରହିଛି ମରୁଡି ଏବଂ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ବଞ୍ଚିବା ପାଇଁ ଏହି ମନ୍ଦିରରେ ପୂଜା କରାଯାଇଥାଏ। ବେଙ୍ଗ ମନ୍ଦିରରେ ଦୀପାବଳୀ ବ୍ୟତୀତ ମହାଶିବରାତ୍ରୀ ଖୁବ ଧୁବଧାମରେ ପାଳନ କରାଯାଇଥାଏ। ଏପରିକି ଏଥିରେ ସାମିଲ ହେବା ପାଇଁ ଲୋକଙ୍କ ବେଶ ଭିଡ଼ ମଧ୍ୟ ଜମିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.