ସ୍ମାର୍ଟ ଫୋନ ଓ ସ୍ମାର୍ଟ ଝାଡୁ ପରେ ଏବେ ସାଓମୀ ଆଣୁଛି ସ୍ମାର୍ଟ ବାଇସାଇକେଲ, ଜାଣନ୍ତୁ କଣ ରହିଛି ଫିଚର୍ସ

ସ୍ମାର୍ଟ ମୋବାଇଲ ଓ ସ୍ମାର୍ଟ ଝାଡୁ ମାର୍କେଟକୁ ଛାଡିବା ପରେ ଖୁବ ଶୀଘ୍ର ବଜାରକୁ ସ୍ମାର୍ଟ ବାଇସାଇକେଲ ଆଣିବାକୁ ଯାଉଛି ସାଓମୀ । ଯାହା ବାଇକ ଠାରୁ କମ ଦାମରେ ମିଳିପାରିବ ।  ଏହି ଇଲେକ୍ଟ୍ରି ସ୍ମାର୍ଟ ବାଇସାଇକେଲ ଗ୍ରାହଙ୍କ ପ୍ରଥମ ପସନ୍ଦ ହେବ ବୋଲି କମ୍ପାନୀ ତରଫରୁ କୁହାଯାଇଛି । ଆଉ ଏହାର ନାମ ରହିଛି  Mi Himo electric bicycle T1 । ଏହି ହିମୋ ବାଇସାଇକେଲର ମୂଲ୍ୟ ହେଉଛି ୪୫୦ ଡଲାର ଅର୍ଥାତ ୩୧,୦୦୦ଟଙ୍କା ।

କଣ ରହିଛି ଫିଚର୍ସ 

himo bicycle

ଏହି ସ୍ମାର୍ଟ ବାଇସାଇକେଲ କୁ ସ୍କୁଟର ଭଳି ଡିଜାଇନ କରାଯାଇଛି । ଏହା ସହ ଏଥିରେ ବ୍ୟବହାର କରାଯାଇଛି ଫାୟାର ରେଜିଷ୍ଟାଣ୍ଟ ମେଟେରିଆଲ ଏବଂ ଡିଜିଟାଲ ଡିସପ୍ଲେ । ଏହି ବାଇକର ହେଡଲାଇଟ ୧୮୦୦୦Cd ର ବ୍ରାଇଟନେସ ଦେଇଥାଏ । ବାଇସାଇକେଲରେ ୩୫୦ଓ୍ଵାଟର ବ୍ରସ ଲେସ ପର୍ମାନେଣ୍ଟ ମୋଟର ଦିଆଯାଇଛି । ଏଥି ସହିତ ଟାୟାରର ସାଇଜ ୮୮mm ମୋଟା ରହିଛି ଓ ଦୁଇ ଚକାରେ ଡୁଆଲ ବ୍ରେକ ରହିଛି । ଏହି ବାଇକଟିରେ ୪୦୦୦୦mAh ବ୍ୟାଟେରୀ ଦିଆଯାଇଛିି ଯାହାକୁ ଥରେ ଚାର୍ଜ କଲେ ୧୨୦ କିମି ପର୍ଯ୍ୟନ୍ତ ଚଲାଇ ପାରିବେ । ତେବେ ଏହି ବାଇକଟିକୁ ଖୁବ ଜଲଦି ଭାରତ ବଜାରରେ ପ୍ରବେଶ କରାଯିବ ବୋଲି କମ୍ପାନୀ ତରଫରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.