୨୨ ବର୍ଷ ହେଲା ଗୁମ୍‌ନାମ୍‌ ‘ପରଦେଶୀ ପରଦେଶୀ’ ର ଅଭିନେତ୍ରୀ ପ୍ରତିଭା ସିହ୍ନା, ଗିତିକାର ନଦୀମଙ୍କ ସହ ସମ୍ପର୍କକୁ ନେଇ ହୋଇଥିଲା ହଙ୍ଗାମା

୧୯୯୬ ମସିହାରେ ଫିଲ୍ମ ‘ରାଜା ହିନ୍ଦୁସ୍ଥାନୀ’ର ସଂଗୀତ ‘ପରଦେଶୀ ପରଦେଶୀ’ରେ ଅଭିନୟ କରିଥିଲେ ବଲିଉଡ୍‌ର ଖ୍ୟାତନାମା ଅଭିନେତ୍ରୀ ମାଲା ସିହ୍ନାଙ୍କ ଝିଅ ପ୍ରତିଭା ସିହ୍ନା । ସେତେବେଳେ ଖୁବ୍‌ ନାଁ କରିଥିଲା ଏହି ସଂଗୀତ ।

ନିଜ ଫିଲ୍ମ କ୍ୟାରିୟରରେ ୧୩ ଟି ଫିଲ୍ମ କରିଥିବା ଅଭିନେତ୍ରୀ ପ୍ରତିଭା ସିହ୍ନା ୨୨ ବର୍ଷ ହେଲା ଅଛନ୍ତି ଗୁମ୍‌ନାମ୍‌ । ପ୍ରତିଭା ଶେଷ ଥର ପାଇଁ ୧୯୯୮ରେ ରିଲିଜ୍‌ ହୋଇଥବା ଫିଲ୍ମ ‘ମିଲିଟାରୀ ରାଜ୍‌’ରେ ଶେଷ ଥର ପାଇଁ ଦେଖାଯାଇ ଥିଲେ ।

pratibha-sinha-1

ଅମୀର ଖାନ୍‌ଙ୍କ ସହ ରାଜା ହିନ୍ଦୁସ୍ଥାନୀ ଫିଲ୍ମ ଛଡ଼ା ସଲ୍‌ମାନଙ୍କ ସହ ମଧ୍ୟ ପ୍ରତିଭା ଏକ ଫିଲ୍ମ କରିଥିଲେ । ହେଲେ କୈାଣସି କାରଣରୁ ଉକ୍ତ ଫିଲ୍ମ ମୁକ୍ତି ଲାଭ କରିପାରିନଥିଲା । ସାଧାରଣତଃ ବଲିଉଡ୍‌ରେ ଅଭିନେତ୍ରୀମାନଙ୍କ ଆଫେୟାର୍‌ସ ଅଭିନେତାଙ୍କ ସହ ଦେଖିବାକୁ ମିଳିଥାଏ ।

 

pratibha-sinha-with-aamir-khan-5

ହେଲେ ପ୍ରତିଭାଙ୍କର ବଲିଉଡ଼୍‍ ଗାୟକ ନଦୀମ୍‌ ଶ୍ରବଣଙ୍କ ସମ୍ପର୍କକୁ ନେଇ ବହୁତ ଚର୍ଚ୍ଚା ଚାଲିଥିଲା । ଟି ସିରିଜ୍‌ ସଂଗୀତର ସ୍ରଷ୍ଟା ଗୁଲସନ୍‌ କୁମାରଙ୍କ ହତ୍ୟାକାଣ୍ଡରେ ନଦୀମଙ୍କ ନାମ ଆସିବା ପରେ ନଦୀମ୍‌ ଦେଶରୁ ଫେରାର୍‌ ହୋଇଯାଇଛନ୍ତି ।

pratibha-sinha.jpg-4

ପ୍ରତିଭା ସେତେବେଳେ କୈାଣସି ଏକ ଇଣ୍ଟରଭ୍ୟୁରେ, ନଦୀମଙ୍କୁ ସେ ଖୁବ୍‌ ଶୀଘ୍ର ବିବାହ କରୁଛନ୍ତି ବୋଲି କହିଥିଲେ । ତେବେ ମାଲା ସିହ୍ନାଙ୍କୁ ନିଜ ଝିଅ ପ୍ରତିଭାଙ୍କର ଏପରି ସମ୍ପର୍କକୁ ପସନ୍ଦ ନଥିଲା ।

pratibha-sinha-2

କାରଣ ପ୍ରଥମ କାରଣ ଥିଲା ନଦୀମ ଥିଲେ ବିବାହିତ ଓ ଅନ୍ୟ କାରଣ ଥିଲା ଯେ ନଦୀମଙ୍କ ନାମ ଗୁଲ୍‌ସନ୍‌ କୁମାରଙ୍କ ହତ୍ୟାକାଣ୍ଡରେ ଜଡ଼ିତ ଥିଲା । ମା‘ଙ୍କ ଆପତ୍ତି ଯୋଗୁ ପ୍ରତିଭା ନଦୀମଙ୍କୁ ବିବାହ କଲେ ନାହିଁ । ପ୍ରତିଭା ଆଜିଯାଏ କୁମାରୀ ଅଛନ୍ତି ।

ନଦୀମ ସେତେବେଳେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ଯେ ମୋର ପ୍ରତିଭାଙ୍କ ସହ କୈାଣସି ସେମିତି କିଛି ବିଶେଷ ସମ୍ପର୍କ ନାହିଁ । ତେବେ ପ୍ରତିଭା ଜଣେ ଭଲ କଳାକାର ହୋଇଥିବାରୁ ମୁଁ ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି ବୋଲି ନଦୀମ୍‌ ସେତେବେଳେ କହିଥିଲେ । ପ୍ରତିଭା ମଧ୍ୟ ସେବେଠୁ ଆଉ କୈାଣସି ଫିଲ୍ମରେ ଦେଖିବାକୁ ମଳିନାହାଁନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.