Below header

ଜାଣନ୍ତୁ କିଏ ବେଷ୍ଟ ଆକ୍ଟର ଆଓ୍ଵାର୍ଡ ବିଜେତା ସୂର୍ଯ୍ୟ, ଦିନେ କପଡା ଫ୍ୟାକ୍ଟୋରୀରେ କରୁଥିଲେ କାମ

୬୮ ତମ ନେସନାଲ ଫିଲ୍ମ ଆଓ୍ଵାର୍ଡ ଘୋଷଣା ହୋଇ ସାରିଛି । ଯେଉଁଥିରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ମହାନ ଅଭିନେତା ସୂର୍ଯ୍ୟଙ୍କ ଅଭିନୟ ଦେଖିବାକୁ ମିଳିଛି । ସୂର୍ଯ୍ୟଙ୍କ ଅସଲ ନାମ ସରାବନନ ଶିବକୁମାର । ତାଙ୍କର ଫିଲ୍ମ‘ସୋରାରଇ ପୋଟ୍ଟୁ ’କୁ ବେଷ୍ଟ ଫିଲ୍ମ ଆଓ୍ଵାର୍ଡ ଦିଆଯାଇଛି । ଆପଣ ଜାଣନ୍ତି କି ଏତେ ଲୋକପ୍ରିୟତା ହାସଲ କରିଥିବା ଏହି କଳାକାରଙ୍କ ପ୍ରକୃତ ପରିଚୟ କଣ ?

କିଏ ଅଭିନେତା ସୂର୍ଯ୍ୟ

ତାମିଲ ଅଭିନେତା ଶିବକୁମାରଙ୍କ ଜନ୍ମ ୨୩ ଜୁଲାଇ ୧୯୭୫ ରେ । ସୂର୍ଯ୍ୟ ତାଙ୍କର ଫିଲ୍ମ ସିଂଘମ ପାଇଁ ବେଶ ପରିଚିତ । ଏହି ଅଭିନେତା ୨୨ ବର୍ଷ ବୟସରେ ଫିଲ୍ମ ‘ନେରରୁକ୍କୁ ନେର’ ରୁ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ ।

କପଡା ଫାକ୍ଟେରୀରେ କରୁଥିଲେ କାମ

ଅଭିନେତା ହେବା ପୂର୍ବରୁ ସୂର୍ଯ୍ୟ କପଡା ଫାକ୍ଟେରୀରେ କାମ କରୁଥିଲେ । ସେତେବେଳେ ସୂର୍ଯ୍ୟ ଲୋକଙ୍କୁ ନିଜର ପରିଚୟ ଲୁଚାଇ ରଖିଥିଲେ । କାହାକୁ ଜାଣିବାକୁ ଦେଇ ନଥିଲେ ଯେ ସେ କାହାର ପୁଅ ବୋଲି । ପ୍ରାୟ ୮ ମାସ ଧରି ସେ ସେହି ଫାକ୍ଟେରୀରେ କାମ କରୁଥିଲେ । ଯେଉଁଥିପାଇଁ ତାଙ୍କୁ ମାତ୍ର ମାସକୁ ୧ ହଜାର ଟଙ୍କା ମିଳୁଥିଲା ।

ହେଲେ ଯେତେବେଳେ ଫାକ୍ଟେରୀ ମାଲିକଙ୍କୁ ଏ ସମ୍ପର୍କରେ ଜଣାପଡିଲା, ସୂର୍ଯ୍ୟ ସେ ଚାକିରି ଛାଡିଦେଇଥିଲେ । ୨୦୦୬ ରେ ସୂର୍ଯ୍ୟ ଅଭିନେତ୍ରୀ ଜ୍ୟୋତିକାଙ୍କୁ ବିବାହ କରିଥିଲେ । ୨୦୦୧ ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଫ୍ରେଣ୍ଡସ’ ଓ ‘ନନ୍ଦା’ ପାଇଁ ତାଙ୍କୁ ଫିଲ୍ମ ଜଗତରେ ପ୍ରକୃତ ପରିଚୟ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.