ଭିନ୍ନକ୍ଷମ ଯୁବତୀଙ୍କ ସହିତ ଦୁଷ୍କର୍ମ ଘଟଣା: ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ ଜେଲ ଓ ୬ ହଜାର ଟଙ୍କା ଜରିମାନା

କଟକ(କେନ୍ୟୁଜ୍):ଭିନ୍ନକ୍ଷମ ଯୁବତୀଙ୍କ ସହିତ ଦୁଷ୍କର୍ମ ଘଟଣାର ଶୁଣାଣି କରି କଟକ ଦ୍ବିତୀୟ ଅତିରିକ୍ତ ଦୌରା ଜଜ୍ ଯୋବ୍ରା କେନାଲ ରୋଡ୍‌ର ଚୁନଭାଟି ଲେନ ବାସିିନ୍ଦା କାଳିଆ ନାୟକ ଓରଫ ଟେରାକୁ ଆଇପିସର ଦଫା ୩୭୬ ଓ ୪୫୮ରେ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ସଶ୍ରମ ଜେଲ ଓ ୬ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଜରିମାନା ଅନାଦେୟ ଆସାମୀକୁ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗ କରିବାକୁ ପଡିବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୮ ଜାନୁଆରି ୧୦ ତାରିଖ ରାତିରେ କାଳିଆ ପୀଡିତାଙ୍କ ଘରେ ପଶି ତାଙ୍କ ସହିତ ଦୁଷ୍କର୍ମ କରିଥିଲା। ପୀଡିତା ଜଣେ ମାନସୀକ ବିକୃତ ଯୁବତୀ। ତାଙ୍କ ପାଟି ଶୁଣି ପରିବାର ସଦସ୍ୟ କାଳିଆକୁ ଘଟଣାସ୍ଥଳରେ ଦେଖିବାକୁ ପାଇଥିଲେ। ଏ ନେଇ ପୀଡିତା ପରିବାର ତରଫରୁ ମହିଳା ଥାନାରେ ଏତଲା ଦିଆ ଯାଇଥିଲା। ମାମଲା ବିଚାରାଧୀନ ଥିବା ବେଳେ ପୀଡିତା ଯୁବତୀଙ୍କ ମୃତ୍ୟୁ ହୋଇଥିଲା। ଅଦାଲତରେ ମାମଲାର ଶୁଣାଣି ସମୟରେ ପୀଡିତାଙ୍କ ପରିବାର ସଦସ୍ୟ ଓ ଅନ୍ୟମାନଙ୍କୁ ମିଶାଇ ମୋଟ ୧୨ଜଣଙ୍କ ପ୍ରସିକ୍ୟୁସନ୍ ତରଫରୁ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ନନ୍ଦନନ୍ଦନ ମହାପାତ୍ର ଓ ଏପିପି ସୌରଭ ସାମଲ ମାମଲା ପରିଚାଳନା କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.