ମହିଳାମାନଙ୍କ ପାଇଁ କାହିଁକି ସୁନାର ପାଉଞ୍ଜି ଓ ଗୋଡ ମୁଦି ପିନ୍ଧିବା ହୋଇନଥାଏ ଶୁଭ, ଜାଣନ୍ତୁ କାରଣ

ହିନ୍ଦୁ ଧର୍ମରେ ସବୁ ଜିନିଷକୁ ନେଇ କିଛି ନା କିଛି ମାନ୍ୟତା ଯୋଡି ହୋଇ ରହିଛି । ସେମିତି ମହିଳାଙ୍କର ଷୋଳ ଶୃଙ୍ଗାର ସାମଗ୍ରୀ ଏବଂ ଆଭୂଷଣ ର ମଧ୍ୟ ଏକ ନିଜସ୍ୱ ଖାସ ମହତ୍ୱ ବିଷୟରେ କୁହାଯାଇଛି । ମାନ୍ୟତା ରହିଛି ମହିଳାଙ୍କୁ ସୁନାର ପାଉଁଜି କିମ୍ବା ସୁନା ଗୋଡ ମୁଦି ପିନ୍ଧିବା ଉଚିତ ନୁହେଁ ।

ହିନ୍ଦୁ ଧର୍ମରେ ମହିଳାଙ୍କର ମୁଣ୍ଡରୁ ପାଦ ଯାଏଁ ପିନ୍ଧା ଯାଉଥିବା ଷୋଳ ଶୃଙ୍ଗାର ସାମଗ୍ରୀ ର ଖାଲି ଧାର୍ମିକ ହିଁ ନୁହେଁ ବୈଜ୍ଞାନିକ ଦୃଷ୍ଟିରୁ ମଧ୍ୟ ବଡ ମହତ୍ୱ ରହିଛି । ଏଗୁଡ଼ିକୁ ମହିଳାଙ୍କର ସୁହାଗ ଏବଂ ସୌଭାଗ୍ୟ ର ଚିହ୍ନ ମାନାଯାଇଥାଏ । ଧାର୍ମିକ ମାନ୍ୟତା ଅଛି ଯେ ମହିଳାଙ୍କ ପାଦରେ ପିନ୍ଧୁଥିବା ଗୋଡ ମୁଦି ସୀମନ୍ତିନୀଙ୍କୁ ତାଙ୍କ ପତିଙ୍କ ସହିତ ଯୋଡି ରଖିଥାଏ । କିନ୍ତୁ ଗୋଡ଼ରେ ସୁନା ମୁଦି ପିନ୍ଧିବା ଉଚିତ ନୁହେଁ । ଏହାକୁ ଅଶୁଭ ମାନାଯାଏ । ତାହେଲେ ଆସନ୍ତୁ ଜାଣିବା କଣ ଅଛି ଏହା ପଛର ମାନ୍ୟତା ।

ମହିଳାଙ୍କୁ କାହିଁକି ସୁନାର ଗୋଡ ମୁଦି ଉଚିତ ନୁହେଁ ପିନ୍ଧିବା :

ଧାର୍ମିକ ମାନ୍ୟତା ଅଛି ସୁହାଗିନୀଙ୍କୁ କେବଳ ରୁପା ଧାତୁର ବିଛିୟା ବା ଗୋଡ ମୁଦି ହିଁ ପିନ୍ଧିବା ଉଚିତ, କିନ୍ତୁ ସୁନାର ନୁହେଁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୁନାର ସମ୍ବନ୍ଧ ମା ଲକ୍ଷ୍ମୀଙ୍କ ସହିତ ରହିଛି । ଏମିତିବି ମହିଳାମାନଙ୍କ ମୁଣ୍ଡରୁ କମର ପର୍ଯ୍ୟନ୍ତ ସୁନାର ଆଭୂଷଣ ପିନ୍ଧାଯାଏ । କିନ୍ତୁ ପାଦରେ ପାଉଁଜି ବା ଗୋଡ ମୁଦି । ରୁପା ବା ଚାନ୍ଦିର ହିଁ ପିନ୍ଧିବା ଶୁଭ ହୋଇଥାଏ । ଚାନ୍ଦିକୁ ଚନ୍ଦ୍ର ଗ୍ରହ ସହିତ ଯୋଡ଼ା ଯାଇଥାଏ । ଲକ୍ଷ୍ମୀ ମାଙ୍କ ରୁପ ମାନିଥିବା କାରଣରୁ ସୁନାର ଗୋଡ ମୁଦି ପାଦରେ ପିନ୍ଧିଲେ ତାଙ୍କର ଅନାଦର ହୋଇଥାଏ |

ଏହା ବ୍ୟତୀତ ବୈଜ୍ଞାନିକ ଦୃଷ୍ଟିରୁ ବି ମାନାଯାଇଥାଏ କି ରୁପାର ସ୍ୱଭାବ ଥଣ୍ଡା ହୋଇଥାଏ । ଏହା ପୃଥିବୀର ଶକ୍ତିକୁ ଶରୀରରେ ପହଞ୍ଚାଇଥାଏ । ତେଣୁ ପାଦରେ ରୁପା ପିନ୍ଧିବା ଶରୀର ପାଇଁ ଭଲ ହୋଇଥାଏ ।

ଏହି କଥାକୁ ରଖନ୍ତୁ ଧ୍ୟାନରେ : 

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମହିଳାଙ୍କ ବିବାହ ସହ ଗୋଡ ମୁଦିର ସମ୍ପର୍କ ରହୁଥିବା ଯୋଗୁ ସର୍ବଦା ଗୋଡ ମୁଦି ପିନ୍ଧିବା ଦରକାର । ଯଦି ହଜିଯାଏ ତୁରନ୍ତ ଏହାକୁ ପିନ୍ଧନ୍ତୁ । ନିଜର ପିନ୍ଧିଥିବା ଗୋଡ ମୁଦିକୁ କେବେ ବି ଅନ୍ୟ କାହାକୁ ପିନ୍ଧିବାକୁ ଦିଅନ୍ତୁ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.