Below header

ଅର୍ଜୁନ କପୁରଙ୍କ ସହିତ ବିବାହକୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ମଲାଇକା

ମଲାଇକା ଆରୋରା ଏବଂ ଅର୍ଜୁନ କପୁର ଲମ୍ବା ସମୟ ଧରି ନିଜର ଲଭ ଆଫେୟାରକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି । ଏବେ ଦୁହିଁଙ୍କୁ ସାଙ୍ଗରେ ଦେଖିବା ଗୋଟେ ସାଧାରଣ କଥା ହୋଇଗଲାଣି। ବର୍ତ୍ତମାନ ବିବାହ ସିଜିନ ଚାଲିଛି ଏବଂ ଏହି ସମୟରେ ଚର୍ଚ୍ଚା ହେଉଛି କି ଜଲଦି ମଲାଇକା ଏବଂ ଅର୍ଜୁନ ବିବାହ ବଦ୍ଧନରେ ଆବନ୍ଧ ହୋଇପାରନ୍ତି। ଏହା ମଧ୍ୟରେ ପ୍ରଥମ ଥର ପାଇଁ ମଲାଇକା ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ମୁହଁ ଖୋଲିଛନ୍ତି।

ଖବର ଅଛି ଯେ, ମଲାଇକା ଅର୍ଜୁନଙ୍କ ସହିତ ଏପ୍ରିଲରେ ଚର୍ଚ୍ଚରେ ବିବାହ କରିବେ । ଏହା ସହ ମଲାଇକା କହିଛନ୍ତି ଯେ, ‘ଏହା ସବୁ ମିଡିଆର ମନଗଢ଼ା କାହାଣୀ ଅଟେ । ସେ ରିଲେସନସିପ ଚାହାଁନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଏମାନେ ନିକଟରେ ବିବାହ କରିବାକୁ ଯାଉନାହାନ୍ତି। ଏହା ଛଡା ମଲାଇକା କହିଲେ ଯେ ମୁଁ ମୋର ବିବାହକୁ କେବେବି ଶେଷ କରିବାକୁ ଚାହୁଁନାହିଁ।

arjun kapoorସେ କହିଛନ୍ତି ’ ସମସ୍ତେ ରିଲେସନ ଚାହିଁଥାନ୍ତି। ଏହି ବିଷୟରେ ମୋତେ ବହୁତ ଜଣ କହିଛନ୍ତି ଯେ ମୋତେ ଛାଡପତ୍ର ଦେବାର ନଥିଲା। କିନ୍ତୁ ମୁଁ ନିଷ୍ପତ୍ତି ନେଇ ସାରିଥିଲି। ବର୍ତ୍ତମାନ ମୁଁ ମୋ ଏହି ନିଷ୍ପତ୍ତିରେ ବହୁତ ଖୁସି ଅଛି। ଯାହା ହେଲା ବହୁତ ଭଲ ହେଲା।

ମଲାଇକା ଆହୁରି କହିଛନ୍ତି ଯେ, ‘ମୋତେ ଲାଗେ କି ସମସ୍ତେ ମୁଭ୍ ଅନ୍ କରି ପ୍ରେମ ଏବଂ ଜଣେ ସାଥୀଙ୍କୁ ପାଇବାକୁ ଚାହାଁନ୍ତି । ସେ ଏମିତି ହୋଇଥିବେ ଯେପରି ତାଙ୍କ ସହ ଆପଣଙ୍କ ସାମଞ୍ଜସ୍ୟ ରହିଥାଉ । ଯଦି ଏମିତି ହୋଇଯାଏ ତେବେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି । ଆପଣଙ୍କୁ ଜୀବନରେ ଖୁସିରେ ରହିବାକୁ ଏକ ନୂଆ ରାସ୍ତା ମିଳିଯାଏ।

malaikaଆପଣଙ୍କୁ ଜଣାଇବାକୁ ଚାହିଁବୁ କିଛି ଦିନ ପୂର୍ବରୁ ଅର୍ଜୁନ କପୁର ଏକ ଟକ୍ ଶୋ’କୁ ଯାଇଥିଲେ । ସେଠାରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ‘କଣ ଆପଣ ଆପଣଙ୍କ ବାନ୍ଧବୀଙ୍କୁ ପରିବାର ସହ ମିଶାଇବେ’ ? ଏହି ପ୍ରଶ୍ନର ଉତ୍ତରରେ ଅର୍ଜୁନ କହିଲେ- ଏମିତି ହେବାର ହିଁ ଅଛି । ବହୁତ କିଛି ଏମିତି ଅଛି ଯାହା ପରିବାର ସହ କିଛି ଦିନ ପୂର୍ବରୁ ହୋଇଛି । ଏପରିକି ତାଙ୍କୁ ନୂଆ କରି ଜିଇବାର ବାଟ ମିଳିଯାଇଛି ବୋଲି ସେ କହିଥିଲେ ।

କିଛି ଦିନ ପୂର୍ବରୁ ମଲାଇକାଙ୍କ ପ୍ରଥମ ସ୍ୱାମୀ ଅରବାଜ ମଧ୍ୟ ନିଜର ବ୍ୟକ୍ତିଗତ ଜୀବନ ସଂପର୍କରେ ଜଣାଇଥିଲେ । ଅରବାଜ ଜର୍ଜିୟାଙ୍କ ସହିତ ନିଜର ସମ୍ପର୍କ ବିଷୟରେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ମୁଁ ନିଜର ପିଲା ସହିତ ବହୁତ ସମୟ କାଟୁଛି ଏବଂ ବାପା ହେବାର ସବୁ ଦାୟିତ୍ବ ପାଳନ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.