ବିଜେପିର କିଛି ବିଗାଡିପାରିବନି ମହାମେଂଟ, ମୋଦିଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଜ୍ୟୋତିର୍ବିଦ

ଘୋଷଣା ହୋଇଛି ନିର୍ବାଚନ ତାରିଖ । ଚଳିତ ଥର ୭ ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ । ଏପ୍ରିଲ ୧୧ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ମେ’ ମାସ ୧୯ ତାରିଖରେ ହେବ ସପ୍ତମ ଅର୍ଥାତ ଶେଷ ପର୍ଯ୍ୟାୟ ନିର୍ବାଚନ । ମେ’ ୨୩ ତାରିଖରେ ହେବା ମତଗଣନା । ତେବେ କିଏ ଦଖଲ କରିବ କ୍ଷମତାର ସିଂହାସନରେ ? ହାରଜିତର ହିସାବ ନିକାଶ ତ ୨୩ ମେ’ ରେ ସ୍ପଷ୍ଟ ହୋଇଯିବ ।

କିନ୍ତୁ ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ଭବିଷ୍ୟବାଣୀର ଯୁଗ ଆରମ୍ଭ ହୋଇଗଲାଣି । ରାଜନେତାଙ୍କ ଗ୍ରହ ନକ୍ଷତ୍ର ଦେଖି ଜ୍ୟୋତିର୍ବିଦ ମାନେ ଗଣିତ ଆରମ୍ଭ କରିସାରିଲେଣି । କିଏ ହେବ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ? ଏନେଇ ଭବିଷ୍ୟବାଣୀ କରିଛନ୍ତି ସନାତନ ଜ୍ଞାନପୀଠର ଜ୍ୟୋତିଷ ପଣ୍ଡିତ ଯୋଗେଶ ମିଶ୍ର । ୨୦୧୪ରେ ବିଜୟ ପତାକା ଉଡାଇଥିବା ନରେନ୍ଦ୍ର ମୋଦି ହିଁ ପୁଣି ଥରେ ଦେଶର ଶାସନଭାର ସମ୍ଭାଳିବେ ବୋଲି ଦାବି କରିଛନ୍ତି ଯୋଗେଶ ମିଶ୍ର ।

ପୁଣି ଅଛି ରାଜଯୋଗ :

ଯୋଗେଶ କହିଛନ୍ତି, ୧୭ ସେପ୍ଟେମ୍ବର ୧୯୫୦ରେ ଜନ୍ମ ହୋଇଥିବା ନରେନ୍ଦ୍ର ମୋଦି ଚନ୍ଦ୍ରମାର ମହାଦଶାରେ ମଧ୍ୟରେ ଗତି କରୁଛନ୍ତି । ଆଉ କେତୁର ଅନ୍ତର୍ଦଶା । ଯାହା ଏକଥାର ସଙ୍କେତ ଦେଉଛି କଡା ମୁକାବିଲା ମଧ୍ୟରେ ସେ ବିଜୟ ଲାଭ କରିବେ ।

ମହାମେଂଟ୍ ମଧ୍ୟ ହେବ ନାହିଁ ସଫଳ :

ୟୁପିରେ ଏସପି ଏବଂ ବିଏସପି ମଧ୍ୟରେ ହୋଇଥିବା ମହାମେଂଟର ଭାଗ୍ୟର ଗଣନା ମଧ୍ୟ କରିଛନ୍ତି ପଣ୍ଡିତ ଯୋଗେଶ । ଆଉ ଦାବି କରିଛନ୍ତି ମାୟା – ଅଖିଲେଶଙ୍କ ମହାମେଂଟକୁ ସେତେ ସଫଳତା ମିଳିବ ନାହିଁ ଯେତିକି ସେ ଭାବୁଛନ୍ତି । ସତ୍ତାରୁ ବିଜେପିକୁ ହଟାଇବା ପାଇଁ ହୋଇଥିବା ମହାମେଂଟର ସମସ୍ତ ଚେଷ୍ଟା ଅସଫଳ ରହିବ । ବିଜେପିକୁ ପରାସ୍ତ କରିପାରିବ ନାହିଁ ମହାମେଂଟ । ଶତ ଚେଷ୍ଟା ପରେ ବି ୨୩୦ ରୁ ୨୪୦ ମଧ୍ୟରେ ସୀମିତ ରହିବ ମହାମେଂଟ । ଯେତେବେଳେ କି ବିଜେପି ହାତକୁ ୩୦୦ ସିଟ୍ ଯାଇପାରେ ।

କଂଗ୍ରେସର ନିର୍ବାଚନ ନୌକା ପାର କରିବେ ପ୍ରିୟଙ୍କା :

ସେହିପରି ନିକଟରେ ରାଜନୀତିରେ ପାଦ ରଖିଥିବା ପ୍ରିୟଙ୍କା ଗାନ୍ଧୀଙ୍କ କୁଣ୍ଡଳୀ ଦେଖି ପଣ୍ଡିତ ଯୋଗେଶ କହିଛନ୍ତି ସେ ଶୁକ୍ରରେ ଶନିର ଅନ୍ତର୍ଦ୍ଦଶାରେ ଗତି କରୁଛନ୍ତି । ଏହି ସମୟରେ ସେ ଭଲ ପ୍ରଦର୍ଶନ କରିବେ । ଏବଂ କଂଗ୍ରେସର ବୁଡିଯାଉଥିବା ନୌକାକୁ କୂଳରେ ଲଗାଇପାରିବା ଭଳି ଜଣେ ଷ୍ଟାର୍ ନେତା ପ୍ରମାଣିତ ହେବେ । ଅନ୍ୟପଟେ ବିଜେପି ନେତୃତ୍ୱରେ ମଧ୍ୟପ୍ରଦେଶ, ରାଜସ୍ଥାନ,ହରିୟାଣା, ଉତ୍ତରପ୍ରଦେଶ , ଓଡିଶା, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗରେ ଭଲ ପ୍ରଦର୍ଶନ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.