Below header

ସ୍ପେସ୍‌ ମିଶନର ସତ କାହାଣୀ ଉପରେ ଆଧାରିତ “ମିଶନ ମଙ୍ଗଳ”ର ଟିଜର ହେଲା ରିଲିଜ୍‌, ଅକ୍ଷୟଙ୍କ ସହ ନଜର ଆସୁଛନ୍ତି ଏହି ଦମଦାର କଳାକାର

ମୁମ୍ବାଇ : ଅଗଷ୍ଟ ୧୫ରେ ରିଲିଜ୍‌ ହେବାକୁ ଥିବା ଅକ୍ଷୟ କୁମାରଙ୍କ ବହୁ ଅପେକ୍ଷିତ ଫିଲ୍ମ ମିଶନ ମଙ୍ଗଳର ଟିଜର ଆଜି ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ଖିଲାଡି କୁମାର ଜଣେ ସ୍ପେସ୍‌ ସାଇନଟିଷ୍ଟ ଭାବେ ନଜର ଆସିଛନ୍ତି। ଫିଲ୍ମର କାହାଣୀ ଭାରତରୁ ମଙ୍ଗଳ ଗ୍ରହକୁ ପଠାଯାଇଥିବା ପ୍ରଥମ ସାଟେଲାଇଟର ପ୍ରସ୍ତୁତି ଉପରେ ଆଧାରିତ।

mission-mangal-teaser

ଟିଜରରେ ଆପଣ ମିଶନ ମଙ୍ଗଳର ସମସ୍ତ ମୁଖ୍ୟ କଳାକାରଙ୍କୁ ଦେଖିପାରିବେ। ଫିଲ୍ମରେ ଅଭିନେତା ଅକ୍ଷୟ କୁମାରଙ୍କ ବ୍ୟତୀତ ବିଦ୍ୟା ବାଲନ, ସୋନାକ୍ଷୀ ସିହ୍ନା, ତାପସୀ ପନ୍ନୁ, କିର୍ତ୍ତୀ କୁହ୍ଲରୀ,ନିତ୍ୟା ମେନନ୍‌ ଏବଂ ସରମନ୍‌ ଜୋସୀଙ୍କୁ ଦେଖିବାକୁ ମିଳିବ। ଏଥିରେ ଅକ୍ଷୟଙ୍କ ଚରିତ୍ରର ନାମ ରାକେଶ ଧଓ୍ଵନ ରହିଛି।

ଫିଲ୍ମର କାହାଣୀ ଏହି ସମସ୍ତ ଚରିତ୍ରଙ୍କର ବ୍ୟକ୍ତିଗତ ଜୀବନର ବାଧା ସହ କିପରି ପ୍ରଫେସନାଲ ଜୀବନୀରେ ସଫଳତା ପାଉଛନ୍ତି ତାହା ବିଷୟରେ ବର୍ଣ୍ଣିତ କରାଯାଇଛି। କହିବାକୁ ଗଲେ ଏଥିରେ ସାଧାରଣ ବ୍ୟକ୍ତିଙ୍କ ଅସାଧାରଣ ସଫଳତା ବିଷୟରେ ବର୍ଣ୍ଣନା କରାଯାଇଛି। ମିଶନ ମଙ୍ଗଳର ନିର୍ଦ୍ଦେଶନା ଦାୟିତ୍ୱରେ ଜଗନ ଶକ୍ତି ରହିଥିବା ବେଳେ ଏହାକୁ ହୋପ ପ୍ରଡକ୍ଟସନରେ ପ୍ରସ୍ତୁତ କରାଯାଇଛି।


ତେବେ ଟିଜରକୁ ଶେୟାର କରିବା ସହ ଅଭିନେତା ଅକ୍ଷୟ କ୍ୟାପସନରେ ଲେଖିଛନ୍ତି, ଗୋଟିଏ ଦେଶ, ଗୋଟିଏ ସ୍ୱପ୍ନ, ଗୋଟିଏ ଇତିହାସ। ମଙ୍ଗଳ ଗ୍ରହ ପାଇଁ ଦେଶର ପ୍ରଥମ ସ୍ପେସ୍‌ ମିଶନର ଏହା ସତ କାହାଣୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.