Below header

ନିଜ ଜନ୍ମଦିନରେ ଫ୍ୟାନଙ୍କୁ ଉପହାର ହେଲେ ପ୍ରଭାସ, ରିଲିଜ ହେଲା ଫିଲ୍ମ ‘ରାଧେଶ୍ୟାମ’ର ମୋସନ ଭିଡିଓ

ବାହୁବଳି ଫେମ୍‌ ଅଭିନେତା ପ୍ରଭାସ ଆଜି ୪୧ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ନିଜ ଫ୍ୟାନଙ୍କୁ ଉପହାର ଦେଇଛନ୍ତି ପ୍ରଭାସ। ପ୍ରଭାସଙ୍କ ଅପ୍‌କମିଂ ଫିଲ୍ମ ‘ରାଧେ ଶ୍ୟାମ’ର ମୋସନ ଭିଡିଓ ରିଲିଜ ହୋଇଛି। ଏହି ଫିଲ୍ମରେ ପ୍ରଭାସଙ୍କ ସହିତ ପୂଜା ହେଗଡ ଏକାଠି ନଜର ଆସିବେ।

ମୋସନ ଭିଡିଓର ଆରମ୍ଭ ଏକ ରହସ୍ୟମୟ ଜଙ୍ଗଲରୁ ଆରମ୍ଭ ହେଉଛି, ଯେଉଁଠି ଗୋଟେ ମାତ୍ର ଟ୍ରେନ ଟ୍ରାକ ରହିଛି। ଏହି ଟ୍ରେନରୁ ରୋମିଓ ଜୁଲିଏଟ ଅର୍ଥାତ୍‌ ପ୍ରଭାସ ଏବଂ ପୂଜା ନଜର ଆସୁଛନ୍ତି। ଏହି ଭିଡିଓ ସହିତ ଲେଖାଯାଇଛି ‘ଏହି ସୁନ୍ଦର ଯାତ୍ରାରେ ଆପଣ ସମସ୍ତଙ୍କୁ ସ୍ୱାଗତ’। ଫିଲ୍ମରେ ପ୍ରଭାସ ଏବଂ ପୂଜାଙ୍କ ବ୍ୟତୀତ ଭାଗ୍ୟଶ୍ରୀ, ମୁରଲୀ ଶର୍ମା, ସଚିନ ଖେଡେକର, ପ୍ରିୟଦର୍ଶୀ, ସାଶ ଛତ୍ରୀ, କୁନାଲ ରାୟକପୁର ନଜର ଆସିବେ।

ସୂଚନା ମୁତାବକ, ଏହା ଏକ ରୋମାଣ୍ଟିକ ଡ୍ରାମା ଫିଲ୍ମ। ଯେଉଁଥିରେ ପ୍ରଭାସ ଭବିଷ୍ୟ କହୁଥିବା ଜଣେ ଜ୍ୟୋତିଷ ଭୂମିକାରେ ନଜର ଆସିବେ। ଲକଡାଉନ ଆରମ୍ଭ ହେବା ପୂର୍ବରୁ ଏହି ଫିଲ୍ମର ସୁଟିଂ ୟୁରୋପରେ ହେଉଥିଲା। ତା’ ପରେ ଫିଲ୍ମର ସୁଟିଂ ବନ୍ଦ ହୋଇଯାଇଥିଲା। ଫିଲ୍ମର ନିର୍ଦ୍ଦେଶନା କୃଷ୍ଣ କୁମାର ଦେଉଥିବା ବେଳେ ଟି ସିରିଜ ପ୍ରସ୍ତୁତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.