Below header

ପ୍ରେସିଡେନ୍ସିଆଲ ଡ଼ିବେଟରେ ଜଳବାୟୁ ପରିବର୍ତ୍ତନ ପାଇଁ ଭାରତକୁ ଦୋଷ ଦେଲେ ଟ୍ରମ୍ପ

ପୁଣି ଥରେ ଭାରତକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ । ଶୁକ୍ରବାର ଆୟୋଜିତ ହୋଇଥିବା ପ୍ରେସିଡେନ୍ସିଆଲ ଡ଼ିବେଟରେ ଜଳବାୟୁ ପରିବର୍ତ୍ତନକୁ ନେଇ ଭାରତର ପ୍ରୟାସ ଉପରେ ପ୍ରଶ୍ନ ଉଠାଇଛନ୍ତି ଟ୍ରମ୍ଫ । ଏହା ମଧ୍ୟ କହିଛନ୍ତିକି, ଜଳବାୟୁ ପରିବର୍ତ୍ତନ ବିରୋଧୀ ଲଢେଇରେ ଭାରତ ସମେତ ଚୀନ, ରୁଷର ରେକର୍ଡ ବି ଖୁବ ଖରାପି ସ୍ଥିତିରେ ରହିଛି । ଏପଟେ ଟ୍ରମ୍ପଙ୍କ ଏହି ଟିପ୍ପଣୀକୁ ନେଇ ଭାରତର ବିଭିନ୍ନ ପ୍ରାନ୍ତରେ ବିଦ୍ରୋହ ସୃଷ୍ଟି ହୋଇଛି । ବିପକ୍ଷ ଦଳ ଟ୍ରମ୍ଫଙ୍କ ଏହି ଟିପ୍ପଣୀକୁ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଥିବା ବେଳେ ଏନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଶିବସେନାର ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁରବେଦି ଟ୍ୱିଟ କରି ଏପରି ଟିପ୍ପଣୀ ଦେଇଛନ୍ତି । ଏହାସହ ଜଳବାୟୁ ପରିବର୍ତ୍ତନ ବିରୋଧୀ ଲଢେଇ ଗୁଡିକୁ ମନେ ପକାଇବା ସହିତ ଜଳବାୟୁ ପରିବର୍ତ୍ତନକୁ ନେଇ ଭାରତ ପ୍ରତିବଦ୍ଧ ବୋଲି କହିଛନ୍ତି । ସେପଟେ କଂଗ୍ରେସର ବରିଷ୍ଠ ନେତା କପିଳ ଶିବଲ ଟ୍ରମ୍ପଙ୍କ ବୟାନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଏହା ସହ ଭାରତରେ କରୋନା ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହା ସହ “ହାୱଡ଼ି ମୋଦି” କାରଣରୁ ହିଁ ଆଜି ଭାରତକୁ ଏହି ପରିଣାମ ଭୋଗିବାକୁ ପଡୁଛି ବୋଲି ମତ ରଖିଛନ୍ତି । ସେପଟେ କଂଗ୍ରେସର ଆଉ ଜଣେ ବରିଷ୍ଠ ନେତା ରଣଦୀପ ସୁରଜେୱାଲା ଆମେରିକା ରାଷ୍ଟ୍ରପତିଙ୍କ ବୟାନକୁ ସମ୍ପୂର୍ଣ୍ଣ ଭୁଲ ଦର୍ଶାଇ ବିକାଶଶୀଳ ଦେଶ ମାନେ ସ୍ୱଚ୍ଛ ବାୟୁ ପାଇଁ ସଦାସର୍ବଦା ପ୍ରୟାସରତ ବୋଲି ମତ ଦେଇଛନ୍ତି । ଟ୍ରମ୍ପ ଏହା ମଧ୍ୟ କହିଛନ୍ତି କି, ବାୟୁ ମାଧ୍ୟ୍ୟମରେ ଭାରତ ଆମେରିକାକୁ କେବଳ ଅଶୁଦ୍ଧ ପଦାର୍ଥ ମାନ ହିଁ ପଠାଇବାରେ ଲାଗିଛି । ଏହା ସହ ଭାରତକୁ ତାରିଫ କିଙ୍ଗର ଆଖ୍ୟା ଦେଇଛନ୍ତି । କହିରଖିବା ଉଚିତ ହେବକି, ଆଗକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପ୍ରେସିଡେନ୍ସିଆଲ ଲଢେଇରେ ଚୀନ ଓ ରୁଷ ବ୍ୟତୀତ ଭାରତର ପ୍ରୟାସକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି ଟ୍ରମ୍ପ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.