ଅଢେଇ ମିନିଟ ଭିଡିଓରେ ୯ଟି ଅଦ୍ଭୁତ ପୋଷାକ,ଲେଡି ଗାଗା କଲେ ଭିନ୍ନ ଅନ୍ଦାଜରେ ଭୋଟିଙ୍ଗ ଅପିଲ

କରୋନା ମହାମାରୀ ମଧ୍ୟରେ ଆମେରିକାରେ ମତଦାନ ଚାଲିଛି ଏବଂ ରେର୍କଡ ଭୋଟିଙ୍ଗ ଦେଖିବାକୁ ମିଳିଛି।ତେବେ ଆମେରିକାର ଆଗାମୀ ରାଷ୍ଟ୍ରପତି କିଏ ହେବ ଏହି ପ୍ରଶ୍ନର ଉତ୍ତର ନଭେମ୍ବର ୩ ତାରିଖ ପରେ ସାରା ବିଶ୍ୱକୁ ମିଳିଯିବ।ଏହା ମଧ୍ୟରେ ଆମେରିକାର ଫେମସ ସିଙ୍ଗର, ପର୍ଫୋମର ଓ ଅଭିନେତ୍ରୀ ଲେଡି ଗାଗା ନିଜର ଏକ ଭିଡିଓ କରି ଭୋଟ ମାଗିବାର ଭିନ୍ନ ଅନ୍ଦାଜ ଆପଣେଇଛନ୍ତି।ଏହି ଅଢେଇ ମିନିଟ ଭିଡିଓରେ ଲେଡି ଗାଗା ଭୋଟ ଦେଇ ସାରିଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ତାଳି ବଜାଇଥିଲେ।ଏହାସହିତ ଯେଉଁମାନେ ଏପର୍ଯ୍ୟନ୍ତ ଭୋଟ ଦେଇ ନାହାନ୍ତି ତାଙ୍କୁ ମଧ୍ୟ ଏହି ଭିଡିଓ ଜରିଆରେ ବାର୍ତ୍ତା ଦେଇଛନ୍ତି।

lady gaga2

ଲେଡି ଗାଗା କହିଛନ୍ତି ଯେ ଭୋଟ ଦେବା ଲୋକଙ୍କର କର୍ତ୍ତବ୍ୟ ଓ ଏହି କର୍ତ୍ତବ୍ୟକୁ ସେମାନଙ୍କୁ ପାଳନ କରିବା ଉଚିତ୍‌।ଯଦି ଆପଣମାନେ ଇଲେକ୍‌ସନକୁ ନେଇ ମନରେ କିଛି ଦ୍ୱନ୍ଦ ରଖିଛନ୍ତି କିମ୍ବା ଦେଶର ଅବସ୍ଥାକୁ ଦେଖି ଇଲେକ୍‌ସନ ପ୍ରତି ବିଶ୍ୱାସ କରୁନାହାନ୍ତି ତେବେ ଆପଙ୍କୁ ନିଜ ଦେଶର ଉଜ୍ୱଳ ଭବିଷ୍ୟତ ପାଇଁ ଇଲେକ୍‌ସନରେ ଭାଗ ନେବାକୁ ହେବ।ଆପଣ ନିଜ ଭୋଟ ଦ୍ୱାରା ଏହି ସିଷ୍ଟମକୁ ବଦଳାଇ ପାରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାରଙ୍କ ଶାସନ କେବେ ବି ଶେଷ ହେବ ନାହିଁ ଏବଂ କୌଣସି ଅନ୍ୟ ଦେଶକୁ ଯିବା ପୂର୍ବରୁ ଏହି ଦେଶ ହିଁ ଆପଣଙ୍କର ଘର।ବର୍ତ୍ତମାନ ଆପଣମାନେ କିଛି ଅନୁଭବ କରୁନଥିଲେ ମଧ୍ୟ ଆପଣଙ୍କ ଭବିଷ୍ୟତ ଆପଣଙ୍କ ଭୋଟ ଉପରେ ନିର୍ଭର କରେ।

lady gaga3

ଭିଡିଓ ଶେଷକୁ ସେ କହିଛନ୍ତି ଯେ ସେ ମୁଁ ବିଭିନ୍ନ ଉପାୟରେ, ବିଭିନ୍ନ ପୋଷାକରେ ଓ ବିଭିନ୍ନ ଶୈଳୀରେ ଅନେକ କଥା କହିଛି।ଷ୍ଟେଜ ଉପରେ ପାଟି କରିବା,ଷ୍ଟାଡିଅମ୍‌ରେ ଡେଇଁବା, ଅଦ୍ଭୁତ ମେକ୍‌ଅପ କରିବା ଭଳି ସମସ୍ତ କାମ କରିଛିି। ବର୍ଷ ବର୍ଷ ଧରି ମୋର ବ୍ୟକ୍ତିତ୍ୱ ଏବଂ ଷ୍ଟାଇଲ ବଦଳିଛି, କିନ୍ତୁ ମୋର ସ୍ୱର ଏବଂ ଦୁନିଆ ବିଷୟରେ ମୋ ମନୋଭାବ ଏବଂ ବିଶ୍ୱାସରେ ବରିବର୍ତ୍ତନ ହୋଇନାହିଁ। ଚଳିତ ବର୍ଷ ନିର୍ବାଚନରେ ମୋର ସ୍ୱର ଆପଣମାନେ ଶୁଣିବେ ବୋଲି କହିଛନ୍ତି।

ଏହି ଭିଡିଓରେ ଲେଡି ଗାଗା ଅନେକ ଆର୍କଷଣୀୟ ଏବଂ ବିବାଦୀୟ ପୋଷାକ ପିନ୍ଧି ଅଭିନୟ କରିଥିଲେ। ୨୦୧୦ ମସିହା MTV VMA ପୁରସ୍କାରରେ ତାଙ୍କୁ ପିନ୍ଧାଯାଇଥିବା ବିବାଦୀୟ ମାଂସ ପୋଷାକ,୨୦୧୭ ମସିହାରେ ପିନ୍ଧାଯାଇଥିବା ବଡିସୁଟ୍‌, କ୍ରୋମାଟିକ୍‌ ଟି-ସାର୍ଟ,ଆଇକନିକ୍‌ କାଓବଏ ଟୋପି ଏବଂ ଏକ ପୋକର ଚେହେରା ମ୍ୟୁଜିକ୍‌ ଭିଡିଓ ପୋଷାକରେ ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.