Below header

ସାରୁଆ ଜମି ଦୁର୍ନୀତି ମାମଲା: ଓଡ଼ିଶା ଇନଫ୍ରାଟେକର ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ

କେନ୍ୟୁଜ୍(ବ୍ୟୁରୋ): ସାରୁଆ ଜମି ଦୁର୍ନୀତି ମାମଲାରେ ଆଉ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ସୂଚନା । ଓଡ଼ିଶା ଇନଫ୍ରାଟେକର   ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ କରି ପଚରାଉଚରା କରୁଛି ଇଓଡବ୍ଲୁ । ଶିବପ୍ରସାଦଙ୍କ ହାତରେ ଥିଲା ଓଡିଶା ଇନଫ୍ରାଟେକର ପାୱାର ଅଫ ଆଟର୍ଣ୍ଣ । ଶିବ ପ୍ରସାଦଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି।  ସେପଟେ ଗତକାଲି ଗିରଫ ହୋଇଥିବା ଓଡ଼ିଶା ଇନଫ୍ରାଟେକ୍‌ ନିର୍ଦ୍ଦେଶକ ତଥା ଓଟିଭି ସିଏଫଓ ମନୋରଞ୍ଜନ ଷଡଙ୍ଗୀଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ମନୋରଞ୍ଜନଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ।

୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମ୍‌ବ୍ରାଞ୍ଚ । ହେଲେ ଦୁଇ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ ଭୁବନେଶ୍ୱର ଜିଲ୍ଲା ଦୌରା ଜଜ କୋର୍ଟ । ସାରୁଅ ଜମି କିଣାବିକା ମାମଲାରେ କ୍ରାଇମବ୍ରାଞ୍ଚ ମନୋରଞ୍ଜନ ଷଡଙ୍ଗୀଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ଲାଗିଛି ୪୨୦/୪୨୩/୪୬୭/୪୬୮/୪୭୧/୧୨୦-B ସଙ୍ଗୀନ ଦଫା । ଆଇପିସି ଦଫା ୪୨୦ ଠକେଇ ତଥା ଅସାଧୁ ପ୍ରବଞ୍ଚନା, ୪୨୩ ମିଥ୍ୟା ତଥ୍ୟ ସମ୍ବଳିତ ସମ୍ପତ୍ତି ଦଲିଲରେ ଅସାଧୁ ଉପାୟ ଅବଲମ୍ବନ, ୪୬୭ କାଗଜପତ୍ରରେ ଜାଲିଆତି, ୪୬୮ ପ୍ରବଞ୍ଚନା ଉଦ୍ଦେଶ୍ୟରେ ଜାଲିଆତି, ୪୭୧ ଜାଲ ଦଲିଲକୁ ପ୍ରକୃତ ଦଲିଲ ରୂପେ ବ୍ୟବହାର, ୧୨୦-B ଅପରାଧିକ ଷଡଯନ୍ତ୍ର ଦଫା ଲାଗିଛି । ଏହା ସହ ଏସ୍‌ସି ଓ ଏସ୍‌ଟି ଆକ୍ଟର ସେକ୍ସନ ୩(୧) (ଜି) (କ୍ୟୁ) ଧାରା ମଧ୍ୟ ମାମଲାରେ ଯୋଡା ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.