Below header

ନିଖୋଜର ୩ ଦିନ ପରେ ଘରକୁ ଫେରିଲା ପୋଷା ବିଲେଇ, ବିଲେଇକୁ ଦେଖି ଉଡ଼ିଗଲା ମାଲିକର ହୋସ, ଜାଣନ୍ତୁ ପୂରା ଘଟଣା

ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଘଟଣାଟି ଆଉ କିଛି ନୁହେଁ, ବରଂ ୩ ଦିନ ଧରି ନିଖୋଜ ଥିବା ବିଲେଇ ଘରକୁ ଫେରିବା ଉପରେ ରହିଛି। ବିଲେଇଟି ଯେତେବେଳେ ଘରକୁ ଫେରିଥିଲା, ସେତେବେଳେ ତା’ ମାଲିକକୁ ଏକ ନୋଟ ମିଳିଥିଲା, ଯାହାକି ବହୁତ ଆଶ୍ଚର୍ଯ୍ୟଜନକ ଥିଲା। ଏହି ନୋଟରେ ‘ଋଣ’ ସମ୍ପର୍କରେ କିଛି ଲେଖାହୋଇଥିଲା।

kii

ଘଟଣାଟି ଘଟିଛି ଥାଇଲାଣ୍ଡରେ। ନିଖୋଜ ହେବାର ଠିକ ୩ ଦିନ ପରେ ବିଲେଇ ମାଲିକ ଘରକୁ ଫେରିଆସିଥିଲା। ପୋଷା ବିଲେଇ ଫେରିଆସିଥିବା ନେଇ ‘Chang Fuak’ ନାମକ ଫେସବୁକ ପେଜ ଫେସବୁକରେ ଏକ ପୋଷ୍ଟ ସେୟାର କରିଥିଲା। ଏହା ହ୍ୟାସଟ୍ୟାଗ ‘Cat Slave’ ଲେଖି ବିଲେଇର ପୂରା କାହାଣୀ ସେୟାର କରିବା ପରେ ଏହା ଭାଇରଲ ହୋଇଯାଇଥିଲା। ଏହି ପୋଷ୍ଟ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା। କାରଣ, ଏଥିରେ କ୍ୟାପସନ ଲେଖାହୋଇଥିଲା କି, ‘Gone for three days and returned with debt’।

kjh

ସେୟାର ହୋଇଥିବା ଏହି ଫଟୋରେ ବିଲେଇ ବେକରେ ଏକ ପ୍ଲାକାର୍ଡ ଝୁଲୁଥିବା ଦେଖାଯାଇଥିଲା। ଏଥିରେ ଲେଖାହୋଇଥିଲା, ‘ଆପଣଙ୍କ ବିଲେଇ ମୋ ଦୋକାନରେ ମ୍ୟାକେରୋଲ ଉପରେ ନଜର ରଖିଆସୁଥିଲା, ଏଥିପାଇଁ ମୁଁ ତାକୁ ୩ ଦିନ ପର୍ଯ୍ୟନ୍ତ ମୋ ପାଖରେ ହିଁ ରଖିଦେଇଥିଲି’। ଏହାସହିତ ନିଜର ଫୋନ ନମ୍ବର ଲେଖି କେହି ଜଣେ ଅଜଣା ବ୍ୟକ୍ତି କାର୍ଡବୋର୍ଡଟି ବିଲେଇ ବେକରେ ଟାଙ୍ଗିଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.