ରୁଟି କିମ୍ବା ପରଟା ସାଙ୍ଗେ କଣ ଖାଇବେ ଭାବୁଛନ୍ତି କି ? ତାହେଲେ ଏବେ ହିଁ ପ୍ରସ୍ତୁତ କରନ୍ତୁ ଦହି ତଡକା

ଆବଶ୍ୟକୀୟ ସାମଗ୍ରୀ

  • ଦହି
  • ଜିରା ଗୁଣ୍ଡ
  • ସୋରିଷ
  • ଜିରା
  • ଶୁଖିଲା ଲଙ୍କା
  • କଞ୍ଚାଲଙ୍କା
  • ଧନିଆ ପତ୍ର
  • ରସୁଣ
  • ଭୃସଙ୍ଗ ପତ୍ର
  • ଲଙ୍କାଗୁଣ୍ଡ
  • ହେଙ୍ଗୁ
  • ତେଲ
  • ଲୁଣ

Curd Ki Curry - 10 minute recipe - Zayka Ka Tadka

ପ୍ରସ୍ତୁତି ପ୍ରଣାଳୀ

  • ଦହି ତଡକା ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଦହିରେ ଲୁଣ, ଜିରାଗୁଣ୍ଡ, କଟା କଞ୍ଚାଲଙ୍କା ଓ ଧନିଆ ପତ୍ର ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ।
  • ତାପରେ ଗ୍ୟାସରେ ଏକ ପ୍ୟାନ ଗରମ କରନ୍ତୁ ।
  • ପ୍ୟାନ ଗରମ ହୋଇଗଲା ପରେ ସେଥିରେ ତେଲ ପକାନ୍ତୁ ।
  • ତାପରେ ସେଥିରେ ଜିରା ଓ ସୋରିଷ ଫୁଟାନ୍ତୁ ।
  • ବର୍ତ୍ତମାନ ସେଥିରେ କଟା ରସୁଣ , ଶୁଖିଲା ଲଙ୍କା ଓ ଭୃସଙ୍ଗ ପତ୍ର ପକାଇ ଅଳ୍ପ ଭାଜନ୍ତୁ ।
  • ତାପରେ ସେଥିରେ ହେଙ୍ଗୁ ପକାନ୍ତୁ ।
  • ତଡକା ପ୍ରସ୍ତୁତ ହୋଇଗଲା ପରେ ତାକୁ ପୂର୍ବ ପ୍ରସ୍ତୁତ ଦହିରେ ଢାଳି ଦିଅନ୍ତୁ ।
  • ଶେଷରେ ଅଳ୍ପ ଧନିଆ ପତ୍ର ପକାଇ ଗାର୍ନିସିଙ୍ଗ କରନ୍ତୁ ।
  • ପ୍ରସ୍ତୁତ ହୋଇଗଲା ଆପଣଙ୍କର ଦହି ତଡକା ।
  • ଏହାକୁ ଆପଣ ରୁଟି କିମ୍ବା ପରଠା ସାଙ୍ଗରେ ଖାଇପାରିବେ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.