Below header

ଋଷି କପୁରଙ୍କ ଫେସଆପ୍ ଚ୍ଯାଲେଞ୍ଜ, ଛୋଟ ବେଳର ଫଟୋକୁ ସେୟାର କରି ଏପରି ଲେଖିଲେ ନୀତୁ

ଋଷି କପୁର ଏବେ କିଛି ଦିନ ହେବ ନ୍ୟୁୟର୍କରେ ରହୁଛନ୍ତି। ଗତ ୯ମାସ ହେବ ଋଷି ସେଠାରେ ରହି ନିଜର କ୍ୟାନସରର ଚିକିତ୍ସା କରୁଛନ୍ତି। ଋଷି ଏବେ କ୍ୟାନସର ମୁକ୍ତ ହୋଇ ସାରିଥିବା ବେଳେ ବହୁତ ଶୀଘ୍ର ସେ ଭାରତ ଫେରିବେ । ଏନେଇ ସେ ନିଜେ ସୂଚନା ଦେଇଥିଲେ । ଭାରତ ଆସିବା ପୂର୍ବରୁ ପତ୍ନୀ ନୀତୁ କପୁର ଋଷିଙ୍କର ଏକ ଥ୍ରୋବ୍ୟାକ୍ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ ଫଟୋଟିକୁ ଫେସ୍ ଆପ୍ ପରି ସେୟାର କରିଛନ୍ତି ।

nitu

ଏଥିରେ ଋଷିଙ୍କର ଏକ ଛୋଟ ବେଳର ଫଟୋ ରହିଛି। ଅନ୍ୟପଟେ ଆଉ ଏକ ଫଟୋ ବର୍ତ୍ତମାନର ରହିଛି । ଫଟୋ ସେୟାର କରିବା ସହିତ ନୀତୁ ଲେଖିଛନ୍ତି ଏଥିରୁ ପ୍ରମାଣ ହେଉଛି କି ଫେସ୍ ଆପ୍ ବହୁତ ଅଧିକା କରି ଦେଖାଉଛି। ଏପର୍ଯ୍ୟନ୍ତ ଏହି ଫଟୋକୁ ୫୨ ହଜାର ଲୋକ ଲାଇକ୍ କରି ସାରିଲେଣି ।

 

View this post on Instagram

 

This pic proves Faceapp is so exaggerated 🥴

A post shared by neetu Kapoor. Fightingfyt (@neetu54) on

ନିକଟରେ ଋଷି କପୁର କହିଥିଲେ ଯେ କ୍ୟାନସର ଫଳରେ ତାଙ୍କର କି ପ୍ରକାରର ଅବସ୍ଥା ହୋଇଯାଇଛି । ଏକ ଇଣ୍ଟରଭ୍ୟୁରେ ଋଷି କହିଥିଲେ କି, ‘ସମସ୍ତଙ୍କୁ କହିବାକୁ ଚାହୁଁଛି କି ଏବେ ମୁଁ ପୁରା କ୍ୟାନସର ମୁକ୍ତ । ମୁଁ କିଛି ସପ୍ତାହ ଭିତରେ ଭାରତ ଫେରୁଛି । ବର୍ଷେ ଦେଢ ବର୍ଷରେ ମତେ ପୁଣି ଚେକଅପ୍ ପାଇଁ ଆସିବାକୁ ପଡିବ । ଯେବେ ମୁଁ ପ୍ରଥମ ଥର ଏଠାକୁ ଆସିଥିଲି ସେତେବେଳେ ସମସ୍ତେ ମୋ ପାଇଁ ଚିନ୍ତିତ ଥିଲେ । ମୁଁ ଦିଲ୍ଲୀରେ ସୁଟିଙ୍ଗ୍ କରୁଥିଲି ସେତେବେଳେ ଜଣାପଡିଥିଲା କି ମୋତେ କ୍ୟାନସର ହୋଇଛି। ସୁଟିଙ୍ଗ ପାଇଁ ମେତେ ମୋ କେଶକୁ ଧଳା କରିବାକୁ ପଡିଥିଲା। ଏହାପରେ ମତେ  Sloan Kettering ହସ୍ପିଟାଲକୁ ଆସିବାକୁ ପଡିଥିଲା। ମୁଁ ଏପରି ଧଳା କେଶରେ ହିଁ ହସ୍ପିଟାଲକୁ ଯାଇଥିଲି ।’

ଏହାସହ ପଢନ୍ତୁ : ଅଭିଷେକଙ୍କର ଏହି ୧୫ ବର୍ଷର ପୁରୁଣା ଭିଡିଓ ଦେଖିଲେ ଆଜି ବି ଅମିତାଭଙ୍କ ଆଖିରେ ଆସିଯାଏ ଲୁହ

rishiଏହା ସହ ସେ କହିଥିଲେ,’ମୋ ଫଟୋ ଦେଖିବା ପରେ ଲେଖାଯାଇଥିଲା କି, ଋଷି କପୁର କୌଣସି ଏକ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ଏବଂ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି । ମୋ ଧଳା କେଶକୁ ଦେଖିକି ଲୋକଙ୍କୁ ଲାଗିଥିଲା କି ବହୁତ ଅସୁସ୍ଥ ଅଛି । ମୋତେ ଏଠାକୁ ଦେଖା କରିବାକୁ ଆସୁଥିବା ମୋ ବନ୍ଧୁ ମାନେ ମୋ ଫଟୋ ସେୟାର କରୁଥିଲେ । ଫଟୋ ଦେଖିକି ଲୋକେ କହୁଥିଲେ କି ଋଷି କପୁରଙ୍କ ଅବସ୍ଥା କିପରି ହୋଇଗଲାଣି! କିନ୍ତୁ ଚିକିତ୍ସା ପରେ ମୋର ଅବସ୍ଥାରେ ସୁଧାର ଆସିଥିଲା । ଚାରି ମାସରେ ମୋ ଓଜନ ୨୬ କିଲୋ କମି ଯାଇଥିଲା ଏବଂ ମୋତେ ଭୋକ ଲାଗୁନଥିଲା । କିନ୍ତୁ ଏବେ ମୋ ଓଜନ ୭-୮ କିଲୋ ବଢିଯାଇଛି।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.