ମିଛ କହିବାରେ ମାହିର ଟ୍ରମ୍ପ, ଆମେରିକାର ରାଷ୍ଟ୍ରପତି ହେବା ପରେ କହିସାରିଛନ୍ତି ୧୦ ହଜାରରୁ ଅଧିକ ମିଛ

ମିଛ କହିବାରେ ମାହିର୍ ଟ୍ରମ୍ପ । ପ୍ରତିଦିନ ପ୍ରାୟ ୧୨ ଥର ମିଛ କହିଥାନ୍ତି ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି । ଏପରିକି ମିଛ କହିବାରେ ରେକର୍ଡ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ନିଜ ରାଷ୍ଟ୍ରପତିଙ୍କ ଏହି ମିଛର ପୋଲ୍ ଖୋଲିଛି ଆମେରିକାର ହିଁ ଏକ ଖବରକାଗଜ । ‘ୱାସିଂଟନ୍‌ ପୋଷ୍ଟ’ ରିପୋର୍ଟ ମୁତାବକ ରାଷ୍ଟ୍ରପତି ହେବା ପରେ କାର‌୍ୟ୍ୟକାଳର ପ୍ରଥମ ୮୬୯ ଦିନରେ ୧୦୭୯୬ ଥର ମିଛ କହିଛନ୍ତି ଟ୍ରମ୍ପ।

ସବୁଠାରୁ ଅଧିକ ଟ୍ରମ୍ପ ୧୭୨ ଥର ମିଛ ଦାବି କରିଛନ୍ତି ଯେ ତାଙ୍କ ସୀମାରେ ପାଚେରୀ ତିଆରି ହେଉଛି । ଏହା ବାଦ୍ ବିଦେଶ ନୀତି ସଂକ୍ରାନ୍ତରେ ଏ ପର‌୍ୟ୍ୟନ୍ତ ୯୯ ଏବଂ ବାଣିଜ୍ୟ କାରବାର ସଂକ୍ରାନ୍ତରେ ୮୫୪ ଥର ମିଛ କହି ସାରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ୍‌ । ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ଟ୍ରମ୍ପ୍‌ ୭୯୦ ଥର ମିଛ କହିଥିବା ବେଳେ ଅନ୍ୟ ମାମଲାରେ ୮୯୯ ଥର ମିଛ କହିଥିବା ଦର୍ଶାଇଛି ‘ୱାସିଂଟନ୍‌ ପୋଷ୍ଟ’।

ଏହା ସହ ପଢନ୍ତୁ ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ମନ୍ତବ୍ୟ,କହିଲେ ଉଭୟ ଦେଶ ଚାହିଁଲେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ରାଜି

ସୂଚନାଯୋଗ୍ୟ, ଦୁଇ ଦିନ ତଳେ କଶ୍ମୀରକୁ ନେଇ ଅନ୍ତର୍ଜାତୀୟ ମିଛ କହିଥିଲେ ଟ୍ରମ୍ପ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ କହିଥିଲେ ଯେ କଶ୍ମୀର ପ୍ରସଙ୍ଗରେ ମୋଦି ତାଙ୍କୁ ମଧ୍ୟସ୍ଥତା କରିବାକୁ ଅନୁରୋଧ କରିଛନ୍ତି । ଟ୍ରମ୍ପଙ୍କ ଏହି ମିଛ ଭାରତରେ ସୃଷ୍ଟି କରିଥିଲା । ଅନ୍ୟପଟେ ମୋଦି ଏପରି କିଛି କହିନଥିବା ସ୍ପଷ୍ଟ କରିଥିଲେ ବୈଦେଶିକ ବ୍ୟପାର ମନ୍ତ୍ରୀ ଏସ୍ ଜୟଶଙ୍କର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.