Below header

ଏଣିକି ସାନିଟାରୀ ନାପକିନ୍ କୁ ସଫା କରି ପୁଣି ଥରେ କରିପାରିବେ ବ୍ୟବହାର, IITର ଦୁଇ ଛାତ୍ର ତିଆରି କଲେ ନିଆରା ଉପକରଣ

ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି)ର ଦୁଇଜଣ ଛାତ୍ର ସାନିଟାରୀ ନାପକିନକୁ ସଫାକରି ଦ୍ଵିତୀୟ ଥର ବ୍ୟବହାର କରିବା ପାଇଁ ଏକ ଉପକରଣ ଆବିଷ୍କାର କରିଛନ୍ତି । ଏହି ଉପକରଣ ଦ୍ୱାରା ବାୟୋମେଡିକାଲ ଆବର୍ଜନାରୁ ପରିବେଶକୁ ମୁକ୍ତ ରଖାଯାଇପାରିବ । ଏହିଁ ଉପକରଣ ପାଇଁ ବାରମ୍ବାର ନାପକିନ କିଣିବାର ଆବଶ୍ୟକତା ମଧ୍ୟ ରହିବ ନାହିଁ। ଏହା ସାଧାରଣ ନାପକିନଠୁ ଶସ୍ତା ମଧ୍ୟ ରହିବ।

ଏହା ‘କ୍ଲିନଜ ରାଇଟ’ ନାମରେ ଅଧିକୃତ ହେବ

ଆଇଆଇଟି ବମ୍ବେ ଏବଂ ଗୋଆର ଏହି ଛାତ୍ରମାନେ ସାନିଟାରୀ ନାପକିନକୁ ସଫା କରି ପୁଣିଥରେ ବ୍ୟବହାର କରିବା ପାଇଁ ଆଣୁଥିବା ଉପକରଣର ନାମ ‘କ୍ଲିନଜ ରାଇଟ’ ରଖିଛନ୍ତି। ଏହି ଉପକରଣକୁ ପେଟେଣ୍ଟ କରାଇବା ପାଇଁ ପଠାଇ ଦିଆଯାଇଛି। ଆଇଆଇଟିର ଛାତ୍ର ମାନଙ୍କ ମତରେ ଏହି ଉପକରଣଟି ମହିଳା ମାନଙ୍କ ପାଇଁ ମାତ୍ର ୧୫୦୦ ଟଙ୍କାରେ ଉପଲବ୍ଧ କରାଯିବ।

ନନ୍ ବାୟୋଗ୍ରେଡେବଲ ପ୍ଲାଷ୍ଟିକ ପ୍ୟାଡ଼ରୁ ମହିଳା ମାନଙ୍କୁ ସୁରକ୍ଷା

ଆଇଆଇଟି ବମ୍ବେର ଇଲେକ୍ଟ୍ରିକାଲ ଇଂଜିନିୟରିଂର ଛାତ୍ର ଐଶ୍ଵର‌୍ୟ୍ୟା କହିଛନ୍ତି ଯେ ମାସିକ ଋତୁସ୍ରାବ ସମୟରେ ପରିଷ୍କାର ପରିଚ୍ଛନ୍ନତାକୁ ନେଇ ମହିଳା ମାନଙ୍କର ସଚେତନତା ବୃଦ୍ଧି ପାଇବାରେ ଲାଗିଛି। ଏହି ସଚେତନତାକୁ ଦୃଷ୍ଟିରେ ରଖି ଏଭଳି ପ୍ୟାଡର ଆବିଷ୍କାର କରାଯାଇଛି। ସେମାନଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଅଧିକାଂଶ ମହିଳା ଫିଙ୍ଗୁଥିବା ସାନିଟାରୀ ପ୍ୟାଡ଼କୁ ବ୍ୟବହାର କରୁଛନ୍ତି। ଏହି ପ୍ୟାଡ଼ ଗୁଡିକ ନନ୍ ବାୟୋଗ୍ରେଡେବଲ ପ୍ଲାଷ୍ଟିକରେ ବନାଯାଇଥାଏ ଯାହା ପୁଣିଥରେ ବାୟୋମେଡିକାଲ ଆବର୍ଜନାରେ ପରିଣତ ହୋଇଥାଏ। ତେଣୁ ବର୍ତ୍ତମାନ ଏହାର ଆବିଷ୍କାର ଦ୍ୱାରା ନନ୍ ବାୟୋଗ୍ରେଡେବଲ ପ୍ଲାଷ୍ଟିକ ପ୍ୟାଡ଼ରୁ ମହିଳା ମାନଙ୍କୁ ସୁରକ୍ଷା ମିଳିବ।

ବିନା ବିଜୁଳିର ସଫା ହେବ ପ୍ୟାଡ଼

ସୂଚନା ଅନୁଯାୟୀ ଜଣେ ମହିଳାର ମାସିକଧର୍ମ ପାଇଁ ନିଜ ଜୀବନକାଳ ମଧ୍ୟରେ ପ୍ରାୟ ୧୨୫ କିଲୋଗ୍ରାମ ପର‌୍ୟ୍ୟାନ୍ତ ନନ୍ ବାୟୋଗ୍ରେଡେବଲ ଆବର୍ଜନା ସୃଷ୍ଟି କରିଥାଏ। ଗୋଟିଏ ସିନ୍ଥେଟିକ ପ୍ୟାଡ଼କୁ ମାଟିରେ ମିଶିବା ପାଇଁ ପ୍ରାୟ ୫୦୦ ରୁ ୮୦୦ ବର୍ଷ ସମୟ ଲାଗିଥାଏ। ତେଣୁ ଏହି ଉପକରଣଟି ମହିଳାମାନଙ୍କ ପାଇଁ ଲାଭଦାୟକ ହେବ ବୋଲି ଛାତ୍ରମାନେ କହିଛନ୍ତି। ଏହି ଉପକରଣଟି ବିନା ବିଜୁଳିର ମଧ୍ୟ ବ୍ୟବହାର କରାଯାଇପାରିବ ଏହାପାଇଁ ବିଜୁଳିର କୌଣସି ଆବଶ୍ୟକତା ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.