ଗଜପତି ଜିଲ୍ଲା ପୋଲିସକୁ ବଡ ସଫଳତା, ପ୍ରେମିକାର ଭିଡିଓ ଓ ଫଟୋ ଭାଇରାଲ ଘଟଣାରେ ପ୍ରେମିକ ଗିରଫ

ଗଜପତି(କେନ୍ୟୁଜ୍): ଗଜପତି ଜିଲ୍ଲା ପୋଲିସକୁ ବଡ ସଫଳତା। ଗଞ୍ଜାମ ଜିଲ୍ଲା ଖଲିକୋଟଥାନା ଅନ୍ତର୍ଗତ କଇଠଡା ଗ୍ରାମର କୁବେର ପଲେଇ ନାମକ ବ୍ୟକ୍ତିିଙ୍କୁ ପ୍ରେମିକାର ଭିଡିଓ ଓ ଫଟୋ ଭାଇରାଲ ଘଟଣାରେ ଗିରଫ କରିଛି। ଆର.ଉଦୟଗିରି ଥାନା ଅଞ୍ଚଳରେ ଜଣେ ୨୪ବର୍ଷିୟା ମହିଳାଙ୍କୁ ବିବାହ ପୂର୍ବରୁ ଏବଂ ବିବାହ ପରେ ମଧ୍ୟ ପ୍ରେମ କରୁଥିବା ପ୍ରେମିକକୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ବ୍ଯକ୍ତି ଜଣଙ୍କ ଫେକ୍ ଫେସବୁକ ଏବଂ ହ୍ବାର୍ଟ ଆପ ଆଇଡି କରି ଅଶ୍ଳୀଳ ଭିଡିଓ ସହ ଫଟୋ ଭାଇରାଲ କରିଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗକାରୀଙ୍କ ନାମ ଗୋପନ ରଖିବା ପାଇଁ ପୋଲିସ ପାରଳାଖେମୁଣ୍ଡି ଥାନାରେ ମାମଲା ରୁଜୁକରି ଗତ ମେ ମାସ ୨୮ତାରିଖରୁ ତଦନ୍ତ ଆରମ୍ଭ କରିଥିଲା । ତେବେ ୪୪ବର୍ଷିୟ ତିନି ସନ୍ତାନର ବାପା କୁବେର ପଲେଇ ଗିରଫ କରିବାରେ ପୋଲିସ୍ ସଫଳ ହୋଇଥିବାବେଳେ ତାକୁ ସହଯୋଗ କରୁଥିବା ଅଭିଯୁକ୍ତ ଫେରାର ରହିଛି।  ଅତିଶୀଘ୍ର ଫେରାର ଅଭିଯୁକ୍ତକୁ ଧରାଯିବ ବୋଲି ପାରଳାଖେମୁଣ୍ଡି ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମୀଳନିରେ ଗଜପତି ଜିଲ୍ଲା ଏସପି ସାରା ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.