Below header

ଝିଅ ବାହାଘର ଥିବାରୁ ୩୦ ଦିନ ପାଇଁ ପାରୋଲ୍‌ରେ ଆସିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀ ନଳିନୀ ଶ୍ରୀହରନ୍‌

ତାମିଲନାଡୁ: ଜେଲ୍‌ରୁ ବାହାରକୁ ଆସିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀ ନଳିନୀ ଶ୍ରୀହରନ୍‌ । ୩୦ ଦିନ ପାଇଁ ପାରୋଲ୍‌ରେ ଆସିଛନ୍ତି ନଳିନୀ । ଝିଅ ବାହାଘର ପାଇଁ ସେ ପାରୋଲରେ ଆସିଛନ୍ତି । ନଳିନୀଙ୍କ ଝିଅ ଲଣ୍ଡନରେ ରହୁଛନ୍ତି । ଝିଅ ବାହାଘର ପ୍ରସ୍ତୁତି ପାଇଁ ମାଦ୍ରାସ ହାଇକୋର୍ଟରେ ୬ ମାସ ପାଇଁ ପାରୋଲ ଆବେଦନ କରିଥିଲେ । ହେଲେ କୋର୍ଟ ୩୦ ଦିନ ପାଇଁ ପାରୋଲ ଦେଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀ ନଳିନୀ ଶ୍ରୀହରନ୍‌ ଆଜୀବନ ସଜା କାଟୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.