ଡନଙ୍କ ପାଇଁ ନଥିଲା ‘ଖାଇକେ ପାନ୍ ବନାରସ୍ ବାଲା’ . . . ତେବେ ଏହା କେଉଁ ଫିଲ୍ମର ଗୀତ ଯାହା ଖୋଲିଦେଲା ବିଗ ବିଙ୍କ ଭାଗ୍ୟ ?

ବଲିଉଡ ଶେହେନ୍ସାଙ୍କ ସୁପରହିଟ୍ ସିନେମା ଡନ୍ । ଫିଲ୍ମରେ ଦେଖିବାକୁ ମିଳିଥିଲା ଡନ୍ ଅର୍ଥାତ୍ ଅମିତାଭଙ୍କ ଦମଦାର ଅଭିନୟ । ତେବେ ଫିଲ୍ମଠୁ ଅଧିକ ସୁପରହିଟ୍ ଏହାର ଡାଇଲଗ୍ ଏବଂ ଗୀତ । ଯାହା ଆଜି ଦର୍ଶକଙ୍କ ମନରେ ଘର କରି ରହିଯାଇଛି । ତେବେ ଫିଲ୍ମର ସବୁଠାରୁ ସୁପରହିଟ୍ ଗୀତ ଥିଲା ଖାଇକେ ପାନ୍ ବନାରସ୍ ବାଲା । ଗୀତ ଏମିତି ଯାହାକୁ ଶୁଣିଲେ ଆପେ ଆପେ ପାଦ ଉଠିଯାଏ । ଏହି ଗୀତଟି ଫିଲ୍ମ ପାଇଁ ଏକ ମାଇଲଷ୍ଟୋନ୍ ସାବ୍ୟସ୍ତ ହୋଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ ।

ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଗୀତଟି ଏହି ସିନେମା ପାଇଁ ଲେଖା ଯାଇ ନଥିଲା । ଗୀତଟି ପ୍ରଥମେ ଦେବାନନ୍ଦଙ୍କ ଫିଲ୍ମ ‘ବନାରସି ବାବୁ’ ପାଇଁ ତିଆରି କରାଯାଇଥିଲା । ହେଲେ ପସନ୍ଦ ନଆସିବାରୁ ଦେବାନନ୍ଦ ଏହାକୁ ଫିଲ୍ମରୁ ହଟାଇ ଦେଇଥିଲେ । ଏବେ ଏହାକୁ ଭାଗ୍ୟ ହିଁ କୁହାଯିବ ଯେ ଗୀତଟି ଅମିତାଭଙ୍କ କ୍ୟାରିୟରରେ ଯୋଡି ହୋଇ ଯାଇଥିଲା । ଏବଂ ଏହି ଗୀତ ପାଇଁ ମଧ୍ୟ ଫିଲ୍ମ ଡନ୍ ଚାଲିଥିଲା ।

ଏହା ସହ ପଢନ୍ତୁ Instagram ର ବି କିଙ୍ଗ୍ ହେଲେ କୋହଲି, ଗୋଟିଏ ପୋଷ୍ଟ ପାଇଁ ନେଉଛନ୍ତି ମ୍ୟାଚର ୨୨ ଗୁଣା ଟଙ୍କା

ତେବେ ସିନେମାରେ ଏହି ଗୀତଟି ନେବା ପଛରେ ଏକ କାରଣ ମଧ୍ୟ ଅଛି । ଅଭିନେତା ଓ ନିର୍ଦେଶକ ମନୋଜ କୁମାରଙ୍କ ପାଖରେ ଆସିଷ୍ଟାଂଟ୍ ଭାବରେ କାମ କରୁଥିଲେ ‘ଡନ୍’ର ନିର୍ଦେଶକ ଚନ୍ଦ୍ର ବରୁଟ୍ । ସରିଯିବା ପରେ ମନୋଜ କୁମାରଙ୍କୁ ପୁରା ସିନେମାଟି ଦେଖାଇଥିଲେ ସେ । ହେଲେ ମନୋଜ କୁମାର କହିଥିଲେ ସିନେମାଟି ଖୁବ୍ ଭଲ ହୋଇଛି , ହେଲେ ଏଥିରେ ବ୍ରେକ୍ ନେବା ବହୁତ କଷ୍ଟ । ତେଣୁ ଇଂଟରଭାଲ୍ ପରେ ଏକ ହାଲକା ଫୁଲକା ଗୀତ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ । ଆଉ ସିନେମାଟି ସଂପୂର୍ଣ୍ଣ ହୋଇସାରିଥିଲେ ମଧ୍ୟ ଚନ୍ଦ୍ର ବରୁଟ୍ ଗୀତଟିକୁ ସୁଟିଂ କରି ଏଥିରେ ଯୋଡି ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.