Below header

ଗୋଟିଏ ସେଓ ସହ ଆପଣ ଖାଇଥାନ୍ତି ୧୦ କୋଟି ବ୍ୟାକ୍ଟେରିଆ : ରିସର୍ଚ୍ଚ

ପିଲାବେଳୁ ଆମେ ଗୋଟିଏ କଥା ଶୁଣିଛେ, ଯେ ନିତି ସେଓ ଖାଏ ତା ଠାରୁ ଡାକ୍ତର ଦୁରେଇ ରହେ । ଫାଇବର ଏବଂ ଭିଟାମିନରେ ଭରପୁର ସେଓ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ । ହେଲେ ଏବେ ରିସର୍ଚ୍ଚରୁ ସାମ୍ନାକୁ ଆସିଛି ଗୋଟିଏ ସେଓରେ ପ୍ରାୟ ୧୦୦ ମିଲିୟନ ଅର୍ଥାତ୍ ୧୦ କୋଟି ବ୍ୟାକ୍ଟେରିଆ ଥାଏ । ତେଣୁ ଧ୍ୟାନରେ ରଖନ୍ତୁ ଗୋଟିଏ ସେଓ ଖାଇବା ସମୟରେ ଆପଣ ପ୍ରାୟ ୧୦ କୋଟି ବ୍ୟାକ୍ଟେରିଆ ଖାଇଥାନ୍ତି ।

ସେଓ ମଧ୍ୟରେ ଥାଏ ସର୍ବାଧିକ ମାଇକ୍ରୋବ୍ସ :

applesସେଓରେ ଥିବା ମାଇକ୍ରୋବ୍ସ ଭଲ ନା ଖରାପ ଏହା ନିର୍ଭର କରେ କିଭଳି ଭାବରେ ଏହାକୁ ଚାଷ କରାଯାଇଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଅଧିକାଂଶ ମାଇକ୍ରୋବ୍ସ ସେଓ ମଧ୍ୟରେ ଥାନ୍ତି । ଅର୍ଗାନିକ୍ ଉପାୟରେ ହୋଇଥିବା ସେଓରେ ବିବିଧ ଏବଂ ସନ୍ତୁଳିତ ବ୍ୟାକ୍ଟେରିଆ ଥାନ୍ତି । ଯାହା ପାରମ୍ପରିକ ସେଓ ତୁଳନାରେ ଅଧିକ ସୁସ୍ଥ ଏବଂ ସ୍ବାଦିଷ୍ଟ ହୋଇଥାଏ ।

ଏହା ସହ ପଢନ୍ତୁ ଚୋପା ସହ ଖାଆନ୍ତୁ ଏହି ଫଳ, ମିଳିବ ଚମତ୍କାରୀ ଫାଇଦା

ମାଇକ୍ରୋବ୍ସ ର ସ୍ରୋତ ହେଉଛି କଞ୍ଚା ଫଳ :

ଆମ ଭୋଜନରେ ଥିବା ବ୍ୟାକ୍ଟେରିଆ ଆମ ପେଟରେ କିଛି ସମୟ ପାଇଁ ଜମା ହୋଇ ଯାଆନ୍ତି । ତେବେ ଖାଇବା ରୋଷେଇ କରିବା ସମୟରେ ଅଧିକାଂଶ ମରିଯାଆନ୍ତି । ତେଣୁ କଂଚା ଫଳ ଏବଂ ପରିବା ମାଇକ୍ରୋବ୍ସ ପାଇଁ ମହତ୍ବପୂର୍ଣ୍ଣ ସ୍ରୋତ । ଅଧ୍ୟୟନରୁ ଜଣା ପଡିଛି ୨୪୦ ଗ୍ରାମ ସେଓରେ ପ୍ରାୟ ୧୦ କୋଟି ବ୍ୟାକ୍ଟେରିଆ ଥାଏ । ଅଧିକାଂଶ ବ୍ୟାକ୍ଟେରିଆ ସେଓ ମଞ୍ଜିରେ ଥିବା ବେଳେ ବାକି ସବୁ ଥାନ୍ତି ସେଓ ଚୋପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.