Below header

ଦୀର୍ଘ ୧୦ ବର୍ଷ ଧରି ପୂଜା ପାଉନାହିଁ ଏହି ଶିବଲିଙ୍ଗ, ଏହା କୌଣସି ଅଭିଶାପ ନୁହେଁ ତ ?

ବର୍ତ୍ତମାନ ଆରମ୍ଭ ହୋଇସାରିଛି ଶ୍ରାବଣ ମାସ। ଏହି ମାସରେ ଦେଶର ସମସ୍ତ ଶୈବ ପୀଠରେ ଜଳାଭିଷେକ କରିବା ପାଇଁ ଭକ୍ତମାନଙ୍କ ଭିଡ ଜମିଥାଏ। କୁହାଯାଇଥାଏ ଭଗବାନ ଶଙ୍କରଙ୍କୁ ଜଳ ଅଭିଷେକ କରିବା ଦ୍ବାରା ଭଗବାନ ପ୍ରସନ୍ନ ହେବା ସହ ଭକ୍ତର ସମସ୍ତ ମନସ୍କାମନା ପୂରଣ କରିଥାନ୍ତି। କିନ୍ତୁ ଆପଣ ଜାଣଛନ୍ତି କି ଦେଶରେ ଏଭଳି ଏକ ସ୍ଥାନ ରହିଛି, ଯେଉଁଠାରେ ଶିବଲିଙ୍ଗ ଥିବା ସତ୍ତ୍ବେ ମଧ୍ୟ କେହି ଭି ଜଳ ଲାଗି କରିନଥାନ୍ତି କିମ୍ବା କୌଣସି ପ୍ରକାର ପୂଜା-ପାଠ ମଧ୍ୟ କରାଯାଇନଥାଏ। ଏହି ଶିବଲିଙ୍ଗରେ ଦୀର୍ଘ ୧୦ ବର୍ଷ ଧରି କିଏଭି ଜଳ ଲାଗି କରିନାହାନ୍ତି। ଏହି ଶିବଲିଙ୍ଗ ଦେଶର ରାଜଧାନୀ ନିକଟସ୍ଥ ଗୁରୁଗ୍ରାମର ବାଗନୀରେ ଅବସ୍ଥିତ। ତେବେ ଜାଣନ୍ତୁ ଅନେକ ବର୍ଷ ଧରି ଭକ୍ତମାନେ କାହିଁକି ପୂଜା କରିନାହାନ୍ତି ଏହି ଶିବଲିଙ୍ଗ।

shivlingଶ୍ରାବଣ ମାସ ସମସ୍ତ ଲୋକମାନଙ୍କ ପାଇଁ ଖୁସି ନେଇ ଆସିଥାଏ। କିନ୍ତୁ ଏହି ଶ୍ରାବଣ ମାସ ହେବା ମାତ୍ରେ ହିଁ ବାଗନୀ ଗାଁରେ ଦୁଃଖର ଲହରୀ ଖେଳିଥାଏ। କେବଳ ଏତିକି ନୁହେଁ ଗ୍ରମାବାସୀମାନେ କାଉଡିଆଙ୍କର କମଳା ରଙ୍ଗକୁ ମଧ୍ୟ ଘୃଣା କରିଥାନ୍ତି। ସର୍ବଦା ଏହି ସ୍ଥାନ ଏଭଳି ରହିନଥାଏ। ପୂର୍ବରୁ ଶ୍ରାବଣ ମାସ ଆସିବା ମାତ୍ରେ ହିଁ ଏଠାରେ ଭଗବାନ ଶଙ୍କରଙ୍କର ଜୟ ଜୟକାର ଶୁଣିବାକୁ ମିଳୁଥିଲା। କିନ୍ତୁ ଏଭଳି କିଛି ଘଟଣା ୨୦୦୯ ମସିହାରେ ଭଗବାନ ଶିବଙ୍କୁ ତାଙ୍କ ଭକ୍ତମାନଙ୍କ ଠାରୁ ଦୂର କରି ଦେଇଥିଲା। ୨୦୦୯ ମସିହାରେ ବାଗନୀ ଗାଁର ୨୨ ଜଣ ଯୁବକ ପାଣି ଭାର ନେଇ ବାହାରିଥିଲେ। କିନ୍ତୁ ଦୁର୍ଭାଗ୍ୟ ବସତଃ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ସମସ୍ତ କାଉଡିଆଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା। ସେହି ଦିନର ଏହି ହୃଦୟ ବିଦାରକ ଦୃଶ୍ୟ ପାଇଁ ଆଜି ମଧ୍ୟ ଗାଁ ଲୋକଙ୍କ ଆଖିରୁ ଲୁହ ସୁଖି ନାହିଁ। ଏକା ସହ ୧୦ଟି ପରିବାରର ଦୀପ ଲିଭି ଯାଇଥିଲା। ଏହି ଦୁର୍ଘଟଣା ବୃଦ୍ଧ ପିତା-ମାତାଙ୍କର ସାହାର ମଧ୍ୟ ଛଡେଇ ନେଇଥିଲା। ଏହା ପରେ କିଛି ଲୋକମାନେ ସେହି ଗାଁ ଛାଡି ପଳାଇଛନ୍ତି।

ଏହାସହ ପଢନ୍ତୁ: ରାବଣ ଥିଲେ ପ୍ରଥମ କାଉଡିଆ, ଏଇଠି ରହିଛି କାଉଡି ଯାତ୍ରାର ନିୟମ

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସେହି ଘଟଣା ପରେ ଏଠାରେ ମନ୍ଦିର ନିର୍ମାଣ କରିବା କାର୍ଯ୍ୟ ମଧ୍ୟ ବନ୍ଦ କରିଦିଆଯାଇଥିଲା। ବର୍ତ୍ତମାନ ମନ୍ଦିର ଖାଲି ପଡ଼ି ରହିଛି। ଏଠାରେ ମଧ୍ୟ କେହି ଜଳ ଲାଗି କରିନଥାନ୍ତି। ଏଠାରେ ଶିବରାତ୍ରୀ ମଧ୍ୟ ପାଳନ କରାଯାଇନଥାଏ। ଦୀର୍ଘ ୧୦ ବର୍ଷ ଧରି ମନ୍ଦିର ସଫା କରାନଯିବାରୁ ସେଠାରେ ଅନେକ ଗଛ ମଧ୍ୟ ଉଠିସାରିଲାଣି। ରିପୋର୍ଟ ଅନୁଯାୟୀ ପୁଣି ଥରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ପୂଜା-ଅର୍ଚ୍ଚନା କରିବା ପାଇଁ ଲୋକମାନେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.