Below header

ପ୍ରଦୂଷଣର କାରଣ ପରିତ୍ୟକ୍ତ ଯାନବାହନ, ଏସବୁକୁ ବୈଜ୍ଞାନିକ ପ୍ରଣାଳୀରେ ନଷ୍ଟ କରିବା ପାଇଁ ଗ୍ରୀନ୍‌ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

ପରିବେଶ ପାଇଁ ଆଦୌ ଭଲ ନୁହେଁ ପରିତ୍ୟକ୍ତ ଯାନବାହନ ସବୁ । ଏହା ପ୍ରଦୂଷଣକୁ ବଢ଼ାଉଛି । ରଦ୍ଦି ହୋଇଯାଇଥିବା ଗାଡି ଗୁଡିକୁ ବୈଜ୍ଞାନିକ ପ୍ରଣାଳୀରେ ନଷ୍ଟ କରିବା ପାଇଁ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ସରକାରଙ୍କ ତରଫରୁ ରିସାଇକ୍ଲିଂ ସେଣ୍ଟର ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୫ ବେଳକୁ ବେକାର ବା ପରିତ୍ୟକ୍ତ ଗାଡି ସଂଖ୍ୟା ପ୍ରାୟ ୨ କୋଟି ୧ ଲକ୍ଷ ହୋଇ ଯାଇଥିବ ବୋଲି ଏନଜିଟି ସୂଚନା ଦେଇଛି।

GREEN TRIBUNAL-1

ଏନଜିଟି ଅଧ୍ୟକ୍ଷ ଜଷ୍ଟିସ ଆଦର୍ଶ କୁମାର ଗୋୟଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କ ମତ ହେଉଛି, ରଦ୍ଦି ହୋଇଯାଇଥିବା ଗାଡି ଗୁଡିକୁ ବର୍ତ୍ତମାନ ଠାରୁ ବୈଜ୍ଞାନିକ ପ୍ରଣାଳୀରେ ନଷ୍ଟ କରାଯିବାର ଆବଶ୍ୟକତା ରହିଛି । କାରଣ ଆମ ପାଖରେ ଏବେ ମହଜୁଦ ଥିବା କ୍ଷମତା ଯଥେଷ୍ଟ ନୁହେଁ। ଆସନ୍ତା ବର୍ଷ ପର୍ଯ୍ୟନ୍ତ ପାଖାପାଖି ୯୦ ଲକ୍ଷ ଗାଡି ଅକାମୀ ହୋଇପଡିବ । ସେଥିମଧ୍ୟରୁ ଅଧିକ ହେଉଛି ଦୁଇ ଚକିଆ ଯାନ। ତେଣୁ ରିସାଇକ୍ଲିଂ ସେଣ୍ଟରର ସ୍ଥାପନ କରିବା ପାଇଁ ଉପଯୁକ୍ତ ମେସିନ୍‌ ଓ ବ୍ୟବସ୍ଥା ବିକଶିତ କରିବା ଏବଂ ତା ସହିତ ଯେଭଳି ଏହି ସମସ୍ୟା ଆଗକୁ କମ୍‌ ହେବ ସେଥି ପ୍ରତି ମଧ୍ୟ ସଜାଗ ରହିବାର ଆବଶ୍ୟକତା ରହିଛି। ଏସବୁ ନେଇ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ଏବଂ ଅନ୍ୟ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.