Below header

କାଜୋଲଙ୍କ ଗୀତରେ ସ୍କୁଲରେ ଡ୍ୟାନ୍ସ ପରଫରମାନ୍ସ ଦେଲେ ଝିଅ ନ୍ୟାସା ଦେବଗନ୍‌, ଆପଣ ବି ଦେଖନ୍ତୁ ଭିଡିଓ

ବଲିଉଡର ଏମିତି ଅନେକ ଷ୍ଟାର କିଡ୍ ଅଛନ୍ତି, ଯେଉଁମାନେ ଫିଲ୍ମ ଜଗତରୁ ଦୂରରେ ଥାଇ ବି ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଯେମିତି କାଜଲ ଏବଂ ଅଜୟ ଦେବଗନଙ୍କ ଝିଅ ନ୍ୟାସା ଦେବଗନ। ନ୍ୟାସାଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି ଏବେ ସୋସିଆଲ ମିଡିଆରେ। ଯେଉଁଥିରେ ସେ ନିଜ ସ୍କୁଲରେ ବଲିଉଡ ଗୀତରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି। ତାଙ୍କ ସହିତ ତାଙ୍କର ସ୍କୁଲ ସାଙ୍ଗମାନେ ବି ଡ୍ୟାନ୍ସ କରୁଛନ୍ତି। କିନ୍ତୁ ସବୁଠୁ ଖାସ୍ କଥା ହେଉଛି ନ୍ୟାସା ତାଙ୍କ ମାଆଙ୍କ ଗୀତରେ ହିଁ ନାଚୁଛନ୍ତି।

ନ୍ୟାସା ଦେବଗନଙ୍କ ଏହି ଭିଡିଓ ତାଙ୍କ ଫ୍ୟାନପେଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି। ଯାହାକୁ ଏବେ ସୁଦ୍ଧା ୨୧ ହଜାରରୁ ଅଧିକ ଥର ଦେଖାଯାଇସାରିଲାଣି। ଏହି ଡ୍ୟାନ୍ସ ପରଫରମାନ୍ସରେ ସବୁ ଷ୍ଟେପ ବହୁତ ଜବରଦସ୍ତ ଲାଗୁଛି। ଏହାସହିତ ନ୍ୟାସା ଦେବଗନଙ୍କ ବ୍ୟତୀତ ଅନ୍ୟ ସବୁ ପିଲା ମଧ୍ୟ ଏହି ବଲିଉଡ୍ ସଙ୍ଗରେ ବହୁତ ଖାସ୍ ଅନ୍ଦାଜରେ ଡ୍ୟାନ୍ସ କରୁଛନ୍ତି।

ନ୍ୟାସାଙ୍କର ଏହି ଭିଡିଓକୁ େନେଇ ଫ୍ୟାନ୍ସ ବି ତାଙ୍କ ପ୍ରଶଂସା କରି କରି ଥକୁନାହାଁନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଅଜୟ ଏବଂ କାଜୋଲ ଦେବଗନଙ୍କ ଝିଅ ନ୍ୟାସା ସୋସିଆଲ ମିଡିଆରେ ଏତେଟା ଆକ୍ଟିଭ୍ ରୁହନ୍ତିନାହିଁ। କିନ୍ତୁ ତାଙ୍କ ଫଟୋ ଏବଂ ଭିଡିଓ ସବୁବେଳେ ଭାଇରାଲ ହେଉଥାଏ। କେବଳ ଏତିକି ନୁହେଁ ତାଙ୍କ ନାମ ବଲିଉଡ୍ ପପୁଲାର ଷ୍ଟାର କିଡ୍ସରେ ବି ସାମିଲ ରହିବା କାରଣରୁ ତାଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ବହୁତ ଅଧିକ।

 

View this post on Instagram

 

A post shared by Nysa devgan ♡ (@nysadevganx)

kajol

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.