ଭାରତକୁ ମିଳିବ ଆଉ ଏକ ଭ୍ୟାକସିନ୍,ଋଷ୍‌ ଟିକା ସ୍ପୁଟନିକ୍‌-ଭିକୁ ମିଳିଲା ଅନୁମତି

କେନ୍ୟୁଜ୍(ବ୍ୟୁରୋ): ଖୁବଶୀଘ୍ର ଭାରତକୁ ମିଳିବ ଆଉ ଏକ ଭ୍ୟାକସିନ୍‌ । ଋଷ୍‌ ଟିକା ସ୍ପୁଟନିକ୍‌-ଭିକୁ ମିଳିଲା ଅନୁମତି । ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ସବଜେଟ୍‌ ଏକ୍ସପର୍ଟ କମିଟି । ଏନେଇ ଆଜି ବସିଥିଲା ବୈଠକ । ବିଚାରବିମର୍ଶ ପରେ ସ୍ପୁଟନିକ୍‌ ଭିକୁ ଗ୍ରୀନ ସିଗନାଲ୍‌ ଦେଇଛି ଏକ୍ସପର୍ଟ ପ୍ୟାନେଲ୍‌ । ବର୍ତ୍ତମାନ ଋଷର ସ୍ପୁଟନିକ V ଟିକାକୁ ଭାରତରେ ପ୍ରସ୍ତୁତ କରୁଛି ଡକ୍ଟର ରେଡିସ୍‌।

ଋଷିଆ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ ଭାରତ ଅନେକ କଂପାନୀ ସହ ଟିକା ପାଇଁ ଚୁକ୍ତି କରିଛି। ପାନେସିଆ ବାୟୋଟେକ୍‌, ଡକ୍ଟର ରେଡିସ୍‌ ଲାବୋରାଟୋରିଜ୍‌ ଏବଂ ଗ୍ଲାଣ୍ଡ ଫାର୍ମା ସହ ଚୁକ୍ତି ହୋଇଛି। ସ୍ପୁଟନିକ -V ତୃତୀୟ ଟିକା ଭାବେ ଦେଶର ଟିକାକରଣରେ ସାମିଲ ହେବ । ଏବେ କୋଭିସିଲ୍‌୍ଡ ଓ କୋଭାକ୍ସିନ ଟିକାକରଣ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.