ଖରା ଦିନକୁ ନଜରରେ ରଖି ପାନୀୟ ଜଳ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କଲେ ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ):  ପାନୀୟ ଜଳ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ । ଖରା ଦିନକୁ ନଜରରେ ରଖି ନିଷ୍ପତ୍ତି ନେଲା ପଞ୍ଚାୟତ ଓ ନଗର ଉନ୍ନୟନ ବିଭାଗ । ଯେଉଁ ସ୍ଥାନରେ ନଳକୂପ ଅଚଳ ସେ ସ୍ଥାନରେ ସଂପୂର୍ଣ୍ଣ ନୂଆ ନଳକୂପ ଲଗାଯିବ । ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଗ୍ରାମାଞ୍ଚଳ ଓ ସହରାଞ୍ଚଳ  ସବୁଠି ପାନୀୟ ଜଳକୁ ପ୍ରାଥମିକତା ଦିଆଯିବ ।

ଯେଉଁଠି ନଳକୂପ ମରାମତି କରାଯାଇ ପାରିବ ନାହିଁ ସେଠି ନୂଆ ଲଗାଯିବ । ୭୦ ଜଣ ଜନସଂଖ୍ୟା ଥିବା ଛୋଟ ଗାଁରେ ବି ନଳକୂପ ବସାଯିବ । ମେଗା ୱାଟର ସପ୍ଲାଏ ଓ ସିଙ୍ଗଲ ୱାଟର ସପ୍ଲାଏ ଯୋଜନାରେ ଘରେ ଘରେ ପାଣି ଯୋଗାଇବା ପାଇଁ ଯୋଜନା କରାଯାଇଛି । ବ୍ଲକ୍ ସ୍ତରରେ ଟିମ୍ କରାଯାଇଛି, ମୋବାଇଲ ଭ୍ୟାନ ବ୍ୟବସ୍ଥା କରାଯାଇଛି।  ଏମାନେ ନଳକୂପ ମରାମତି କାମ କରିବେ । ବଡ ବ୍ଲକରେ ୨ଟି ଟିମ ନିୟୋଜିତ ହୋଇଛି । ସୋଲାର ୱାଟର ପମ୍ପ ଚଳାଇବା ପାଇଁ ୧୫ ଦିନ ମଧ୍ୟରେ ଓରେଡା ଏହାର ମରମତି ହେବ । ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। ଏହି ନମ୍ବର ଫୋନ କରି ଅଭିଯୋଗ ଗ୍ରହଣ ହେବ ।

ପ୍ରତି ଶନିବାର ବ୍ଲକ ସ୍ତରରେ ଓ ପ୍ରତି  ମଙ୍ଗଳବାର ଜିଲ୍ଲା ସ୍ତରରେ ଏହାର ରିଭ୍ୟୁ ହେବ । ୧୧୪ଟି ସହରାଞ୍ଚଳରେ  ୬୫୦ଟି ହଟ ସ୍ପଟ୍ ରହିଛି। ଯେଉଁଠି ପିଇବା ପାଣିର ଅବ୍ୟବସ୍ଥା ରହିଛି । ୧୨ ଲକ୍ଷ ୧୭ ହଜାର ଘରକୁ ଓ  ୮ ଲକ୍ଷ ୩୦ ହଜାର ଲୋକଙ୍କୁ ପାଇପ ଯୋଗେ  ପିଇବା ପାଣି  ଯୋଗାଇ ଦିଆଯାଇଛି ।  ୩୬୯୦୦ ନଳକୂପ ମରାମତି ପାଇଁ ପଦକ୍ଷେପ ନିଆଯାଇଛି । ସବୁ ସହରାଞ୍ଚଳରେ ୧୫୬ଟି କଣ୍ଟ୍ରୋଲ ରୁମ ଓ ମୋ ସରକାର କେନ୍ଦ୍ର ଖୋଲାଯାଇଛି । ୪୮ ଘଣ୍ଟାରେ ସମସ୍ୟାର ସମାଧାନ କରାଯିବ । ୨ଟି  ଟୋଲ ଫ୍ରି ନମ୍ବର ୧୫୫୩୫୯ ଓ ୧୮୦୦୩୪୫୬୭୮୩ ଜାରି କରାଯାଇଛି। ଏହି ନମ୍ବରକୁ  ଫୋନ କରି ଲୋକେ ଜଳ ସମସ୍ୟା ଜଣାଇପାରିବେ ବୋଲି, ନଗର ଉନୟନ ଓ ପଂଚାୟତିରାଜ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.