Below header

ମୁମ୍ବାଇ ପୋଲିସ୍ ବିରୋଧରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଅଭିଯୋଗ କଲେ ଅଭିନେତ୍ରୀ ପାୟଲ୍ ରୋହତଗୀ, ଜାଣନ୍ତୁ ପ୍ରକୃତ କାରଣ

ମୁମ୍ବାଇ: ବିଗ୍ ବସ୍ ର ପୂର୍ବ ପ୍ରତିଯୋଗୀ ତଥା ଅଭିନେତ୍ରୀ ପାୟଲ ରୋହତଗୀଙ୍କ ଭିଡିଓ ଭାଇରାଲ ହେବା କିଛି ନୂଆ କଥା ନୁହେଁ । ସେ କେତେବେଳେ ନିଜର ଫେସବୁକ୍ ଲାଇଭ ପାଇଁ ଚର୍ଚ୍ଚାରେ ରହିଥାନ୍ତି ତ କେତେବେଳେ ନିଜର ଟ୍ବିଟ ପାଇଁ । ଗତ କିଛି ଦିନ ତଳେ ସାବନା ଆଜମୀଙ୍କ ଉପରେ ଏକ ଟ୍ବିଟ୍ କରିଥିଲେ ପାୟଲ । ଯାହାକୁ ନେଇ ମୁମ୍ବାଇ ପୋଲିସ୍ ପାୟଲଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ତାଙ୍କ ଟ୍ବିଟର ଆକାଉଣ୍ଟକୁ ବ୍ଳକ୍ କରିଦେଇଥିଲେ । କିନ୍ତୁ ବିବାଦ ବଢିବାକୁ ଏବେ ତାକୁ ପୁଣି ଅନବ୍ଳକ୍ କରିଦିଆଯାଇଛି ।

payalଏହି କଥାକୁ ନେଇ ପାୟଲ ମୁମ୍ବାଇ ପୋଲିସ୍ ଉପରେ ନିଜର ରାଗ ପ୍ରକାଶ କରିବା ସହିତ ପ୍ରଶ୍ନ ଉଠାଇଛନ୍ତି । ସେ ମୁମ୍ବାଇ ପୋଲିସ୍ ବିରୋଧରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ମେଲ୍ ମାଧ୍ଯମରେ ଅଭିଯୋଗ କରିଛନ୍ତି । ପାୟଲ ଟ୍ବିଟରେ ମୁମ୍ବାଇ ପୋଲିସ୍ ଦ୍ବାରା ବ୍ଳକ୍ କରାଯାଇଥିବା ସ୍କ୍ରିନ୍ ସଟ୍ ପଠାଇ ଲେଖିଛନ୍ତି କି- ‘ମୁମ୍ବାଇ ପୋଲିସ୍ ମତେ କାହିଁକି ବ୍ଳକ୍ କଲେ?ମୁମ୍ବାଇ ପୋଲିସର ଏହି ପକ୍ଷପାତିତା ପରେ ମତେ ହିନ୍ଦୁସ୍ତାନରେ ରହିବାକୁ ଡର ଲାଗୁଛି’।

ପାୟଲ ଅମିତ୍ ଶାହଙ୍କୁ ଯାହା ମେଲ କରିଛନ୍ତି ସେଥିରେ ଲେଖା ଅଛି– ‘ମୁଁ ଆଶା କରୁଛି ସବୁ ଭଲ ହେବ । ଆପଣଙ୍କୁ ହଇରାଣ କରିଥିବାରୁ କ୍ଷମା ମାଗୁଛି । କିନ୍ତୁ ଆଜି ସକାଳେ ମତେ ମୋ ଅଫିସରୁ ଜଣାପଡିଲା କି ମୁମ୍ବାଇ ପୋଲିସ୍ ମୋ ଭେରିଫାଏଡ୍ ଆକାଉଣ୍ଟକୁ ବ୍ଳକ୍ କରି ରଖିଛି । ଜଣେ ପ୍ରଫେସନାଲ ହେବା କାରଣରୁ ଏମିତି କରିପାରିବେ ନାହିଁ । ଏହା ବହୁତ ଆଶ୍ଚର୍ଯ୍ୟ କଥା କି କୌଣସି ଟିକସ ଦେଉଥିବା ନାଗରିକଙ୍କ ସହିତ ଏପରି କେମିତି ହୋଇପାରେ’।

ଏହାସହ ପଢନ୍ତୁ : ପ୍ରଥମ ବଲିଉଡ୍‌ ଅଭିନେତ୍ରୀ ଭାବେ ଡେଜି ଶାହାଙ୍କୁ ମିଳିଲା ରାଇଫଲ୍ ସୁଟର ଲାଇସେନ୍ସ

ପାୟଲ ଏହା ମଧ୍ୟ ଲେଖିଛନ୍ତି କି, ‘ଏଜାଜ୍ ଖାନ୍ ନାମକ ଜଣେ ଆକ୍ଟର ମୋ ବିପକ୍ଷରେ ଏକ ଭିଡିଓ କରି ଭୁଲ୍ କଥା କହିଥିଲେ । ଏହି ସବୁକୁ ମୁଁ ନଜର ଅନ୍ଦାଜ କରିଥିଲି । କିନ୍ତୁ ଏବେ ମୁଁ ଆଶା କରୁଛି କି, ଆପଣ ଏଥି ପ୍ରତି ଧ୍ୟାନ ଦିଅନ୍ତୁ’ । ଅନ୍ୟପଟେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫନାଣ୍ଡବିସଙ୍କ ପତ୍ନୀ ଅମୃତା ପାୟଲଙ୍କୁ ସପୋର୍ଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.