Below header

ଦୁନିଆର ସବୁଠାରୁ ବିଶ୍ବସ୍ତ ପ୍ରାଣୀ କୁକୁର ନେଲେ ମାଲିକଙ୍କ ଜୀବନ, ମିଳିଲାନି ଚିହ୍ନବର୍ଣ୍ଣ

ଘର ଜଗିବା ପାଇଁ ଦିନେ ଲୋକମାନେ କୁକୁର ପୋଷୁଥିଲେ। ଏବେ ସୌଖୀନ ପାଇଁ ବି କୁକୁର ପାଳୁଛନ୍ତି ଅନେକ। କିନ୍ତୁ ଏମାନେ ବେଳେ ବେଳେ ସାଂଘାତିକ ଅପରାଧ ଘଟାଇ ଥାଆନ୍ତି। ଏମିତି ଗୋଟିଏ ଘଟଣା ଘଟିଛି ଆମେରିକାରେ। ଶୁଣିଲେ ଆପଣ ଭୟରେ କମ୍ପିବେ। ଲୋମ ଟାଙ୍କୁରି ଉଠିବ। ନିଜ ମାଲିକଙ୍କ ହାଡ ମାଉଁସ ଖାଇଗଲେ ପାଳିତ କୁକୁର। ଗତ ଏପ୍ରିଲ ମାସରୁ ଘର ମାଲିକ ନିଖୋଜ ଥିଲେ। ବହୁତ ଖୋଜାଖୋଜି ପରେ ତାଙ୍କର ସନ୍ଧାନ ନ ମିଳିବାରୁ ତାଙ୍କ ପୋଷା କୁକୁରଙ୍କ ଉପରେ ସନ୍ଦେହ ଆସିଥିଲା। ଏହାପରେ କୁକୁରଙ୍କ ମଳ ପରୀକ୍ଷା ଓ ଡିଏନଏ ଟେଷ୍ଟ ପରେ ଜଣା ପଡ଼ିଲା ନିଜ ମାଲିକଙ୍କୁ ଖାଇ ଦେଇଛନ୍ତି ପୋଷା କୁକୁର।

ଏପ୍ରିଲରେ ନିଖୋଜ, ଜୁଲାଇରେ ପର୍ଦ୍ଦାଫାସ

Freedi Mackଆମେରିକାର ଟେକ୍ସାସ ଅଞ୍ଚଳରେ ଘଟିଛି ଏହି ହୃଦୟ ବିଦାରକ ଘଟଣା। ସେଠାକାର ଓ୍ଵିନ୍ସ ଅଞ୍ଚଳରେ ରହୁଥିଲେ ୫୭ ବର୍ଷୀୟ ଫ୍ରେଡି ମ୍ୟାକ୍। ପରିବାର କହିଲେ ୧୮ଟି ପାଳିତ କୁକୁର। ସେ ଜଣେ ଦିବ୍ୟାଙ୍ଗ ଥିଲେ। ରୋଗାଗ୍ରସ୍ତ ବି ଥିଲେ ଫ୍ରେଡି। ଏପ୍ରିଲ ୯ ତାରିଖ ପରଠୁ ତାଙ୍କର କୌଣସି ଖୋଜ ଖବର ମିଳୁ ନଥିଲା। ବହୁ ଖୋଜାଖୋଜି ବି ହୋଇଛି। କିନ୍ତୁ କୁକୁର ଭୟରେ ଫ୍ରେଡିଙ୍କ ଘର ଭିତରେ କେହି ପଶି ପାରୁ ନଥିଲେ। ସର୍ଚ୍ଚ ଟିମ୍ ତାଙ୍କ ଘର ଚଟାଣରୁ ଛୋଟିଆ ହାଡ଼ ଖଣ୍ଡେ ପାଇଥିଲେ। ତାସହ କେଶ ଓ କିଛି ପୋଷାକ ବି ମିଳିଥିଲା। ଜବତ ସାମଗ୍ରୀର ଡିଏନ୍ଏ ଟେଷ୍ଟ ହୋଇଥିଲା। କୁକୁରଙ୍କ ମଳକୁ ନେଇ ମଧ୍ୟ ପରୀକ୍ଷା ନିରୀକ୍ଷା ହେଲା। ତାପରେ ଯେଉଁ ତଥ୍ୟ ସାମନାକୁ ଆସିଲା, ତାହା ସମସ୍ତଙ୍କୁ ହତଚକିତ କରି ଦେଲା। କୁକୁରଙ୍କ ମଳରୁ ମିଳିଥିବା ହାଡ଼ଗୁଡ଼ିକ ଫ୍ରେଡି ଅର୍ଥାତ ସେହି ଘର ମାଲିକଙ୍କର ଥିଲା।

ନିଶ୍ଚିତ ପଢ଼ନ୍ତୁ : ମାଲିକକୁ ଜେଲ ପହଁଚାଇଦେଲା କୁକୁର, ଜାଣନ୍ତୁ ଏହା ପଛର ଥିବା କାରଣ

ଭୟାନକ ମୃତ୍ୟୁ

ଘଟଣାର ସତ୍ୟାସତ୍ୟ ଜାଣିବା ପରେ ହତବାକ ହୋଇଯାଇଥିଲା ତଦନ୍ତକାରୀ ଟିମ୍। ଜଣେ ମଣିଷର ପୁରା ଶରୀରକୁ କୁକୁର ଖାଇଦେବା ବୋଧେ ବିଶ୍ୱରେ ପ୍ରଥମ ଘଟଣା। କିନ୍ତୁ ଏକଥା ଅସ୍ପଷ୍ଟ ରହିଛି ଯେ, ଫ୍ରେଡିଙ୍କୁ ମାରି କୁକୁରମାନେ ଖାଇଦେଲେ ନା ମୃତ୍ୟୁ ପରେ ତାଙ୍କ ଶବକୁ ଖାଇଦେଲେ। କାରଣ ଫ୍ରେଡି ମ୍ୟାକ୍ ରୋଗାଗ୍ରସ୍ତ ବି ଥିଲେ। ତେଣୁ ବଞ୍ଚିଥିବା ଅବସ୍ଥାରେ ନା ମୃତ୍ୟୁ ପରେ ତାଙ୍କୁ କୁକୁରମାନେ ଖାଇ ଦେଲେ ଏହା କହିବା ମୁସ୍କିଲ।

Man eaten by dogs୧୮ଟି କୁକୁର ଏବେ କେଉଁଠି?

ନିଜ ମାଲିକଙ୍କୁ ଚୋବାଇ ଖାଇ ଦେଇଥିବା କୁକୁରମାନେ ଏବେ କେଉଁଠି? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଠୁଥିବ। ଜଣାପଡ଼ିଛି, ୧୮ଟି ମଧ୍ୟରୁ ଦୁଇଟି କୁକୁରକୁ ବାକି କୁକୁରମାନେ ମାରି ଦେଲେ। ଫ୍ରେଡିଙ୍କ ମୃତ୍ୟୁ ପରେ ବାକି ୧୬ଟିରୁ ବେଶୀ ଉତ୍ପାତ କରୁଥିବା ୧୩ଟି କୁକୁରକୁ ହତ୍ୟା କରାଗଲା। ଏବେ ବଞ୍ଚିଛନ୍ତି ୩ଟି। ସେମାନଙ୍କୁ ସ୍ୱତନ୍ତ୍ର ପର‌୍ୟ୍ୟବେକ୍ଷଣରେ ରଖାଯାଇଛି। ଫ୍ରେଡି ମ୍ୟାକ୍ ବୋଧେ କେବେ ସ୍ୱପ୍ନରେ ଭାବି ନଥିବେ ତାଙ୍କ ମୃତ୍ୟୁ ଏତେ ଭୟଙ୍କର ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.