Below header

ସବୁ ପ୍ରୋଟକଲ୍ ଭାଙ୍ଗି ଭାରତୀୟ ସେନା ଦେଖାଇଲା ମାନବିକତା, ଫେରାଇଲା ପାକିସ୍ତାନୀ ଶିଶୁର ମୃତଦେହ

ନୂଆଦିଲ୍ଲୀ: ଯେତେବେଳେ ସବୁ ପ୍ରୋଟକଲ୍ ଭାଙ୍ଗି ଭାରତୀୟ ସେନା ଜଣେ ପାକିସ୍ତାନୀ ଛୁଆଟିର ଶବକୁ ତାର ପରିବାରକୁ ହସ୍ତାନ୍ତର କଲେ ସେତେବେଳେ ଛୁଆଟିର ବାପା-ମା ସେନାକୁ ଅଶେଷ ଧନ୍ୟବାଦ ଜଣାଇଥିବା ଖବର ସାମ୍ନାକୁ ଆସିଛି। ସୂଚନା ମୁତାବକ ଭାରତ ଓ ପାକିସ୍ତାନ ସୀମାକୁ ଲାଗି ରହିଛି ଅକଚୁରା ଗାଁ। ଯାହା ପାକିସ୍ତାନ ପଟରେ ହିଁ ରହିଛି। ଏହି ଗାଁରେ ବହିଯାଇଥିବା ଏକ ନାଳରେ ଜଣେ ୮ବର୍ଷର ଛୁଆଟି ଭାସି ଯାଇଥିଲା। ତେବେ ଛୁଆଟିର ମୃତଦେହ ଭାରତ ପଟକୁ ଭାସି ଚାଲି ଆସିଥିଲା। ଏହାକୁ ସୀମାରେ ମୁତୟନ ଥିବା ଭାରତୀୟ ସେନାଙ୍କ ନଜରରେ ପଡିଥିଲା। ଯେଉଁ ମୃତଦେହଟିକୁ ଉଦ୍ଧାର କରି ପାକିସ୍ତାନ ସେନାକୁ ହସ୍ତାନ୍ତର କରିଛି ଭାରତୀୟ ସେନା। ଖବର ମୁତାବକ, ମୃତ ଶିଶୁଟିର ନାଁ ଅବିଦ୍ ଶେଖ୍‌। ଘର ବାହାରେ ଖେଳୁ ଥିବାବେଳେ ହଠାତ୍ ନାଳରେ ପଡ଼ି ଯାଇଥିଲା।

ଦେଖନ୍ତୁ ଏହି ଭିଡିଓ:

video courtesy:ChauthiDuniya

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.