ଅଗଷ୍ଟରୁ ଭାରତୀୟ ବଜାରକୁ ପ୍ରବେଶ କରିବ iPhoneର ସବୁଠାରୁ ମହଙ୍ଗା ମଡେଲ

iPhone ୟୁଜର୍ସଙ୍କ ପାଇଁ ଖୁସି ଖବର। ଆସନ୍ତା ଅଗଷ୍ଟ ମାସରୁ ଭାରତୀୟ ବଜାରରେ ଉପଲବ୍ଧ ହେବ iPhoneର ସବୁଠାରୁ ଦାମୀ ମଡେଲ। କେନ୍ଦ୍ର ସରକାରଙ୍କଠାରୁ ମଞ୍ଜୁରୀ ମିଳିବା ପରେ ଏହି ମଡେଲର ବଜାର ପ୍ରବେଶ କରାଯିବ।

ଭାରତରେ ଶସ୍ତା ହୋଇଯିବ iPhone

ବର୍ତ୍ତମାନ ଭାରତରେ iPhone ବ୍ୟବହାରକାରୀଙ୍କ ସଂଖ୍ୟା ରହିଛି ମାତ୍ର ୧ ପ୍ରତିଶତ। ଏହା ଏଥିପାଇଁ ଯେ iPhone ସେଟ୍ ବହୁତ ମହଙ୍ଗା। ଆଉ ଏଭଳି ସ୍ଥିତିରେ ସମାନ ଫିଚର ଥିବା ଅନେକ ଫୋନ୍ ଏବେ ବଜାରରେ ଶସ୍ତାରେ ମିଳିଯାଉଛି।

ଏକ ରିପୋର୍ଟ ଅନୁସାରେ, ଆପଲ୍ ତା’ iPhone XR ଏବଂ XS ମଡେଲର ଦାମ୍ ଶସ୍ତା କରିପାରେ।

ଏହାସହ ପଢ଼ନ୍ତୁ : ଜିମେଲ୍ ଆପଣାଇଲା ଏଭଳି ଉପାୟ, ଯେଉଁଥିରେ ଆପେ ଡିଲିଟ୍ ହୋଇଯିବ ଫାଲତୁ ମେଲ୍

ଫୋନ୍ ଏକତ୍ରୀକରଣ କରୁଛି Foxconn

ଭାରତରେ Foxconn ଆପଲର iPhoneକୁ ଏକତ୍ରୀକରଣ କରି ବିକ୍ରି ଯୋଜନା କରୁଛି। ଏହାଦ୍ବାରା ଆପଲକୁ ବି ଆମଦାନୀ ଶୁଳ୍କ କମ୍ ଦେବାକୁ ପଡ଼ିବ। ଏପରିକି, ଆପଲ୍ ନିଜର ଏକ ରିଟେଲ୍ ଷ୍ଟୋର୍ ବି ଖୋଲିପାରିବ। ତେବେ ବର୍ତ୍ତମାନ କମ୍ପାନୀ ନିଜ ରିସେଲର୍ସଙ୍କ ସାହାଯ୍ୟରେ ଏହାକୁ ବଜାରରେ ବିକ୍ରି କରୁଛି।

phone phone

ଆପଲ୍ ପାଇଁ ବଡ଼ ବଜାର ହେଉଛି ଭାରତ

ଆମେରିକା ପରେ ଭାରତ ହିଁ କମ୍ପାନୀ ପାଇଁ ସବୁଠାରୁ ବଡ଼ ବଜାର। ଚୀନରେ ବିକ୍ରି କମ୍ ହେବା ପରେ ଏବେ କମ୍ପାନୀ ନଜର ଭାରତ ଉପରେ ଅଛି। Foxconn iPhoneର X versionକୁ ତାମିଲନାଡ଼ୁ ଫ୍ୟାକ୍ଟ୍ରିରେ ଏକତ୍ରୀକରଣ କରୁଛି। ଅନ୍ୟପକ୍ଷରେ iPhoneର ଶସ୍ତା ମଡେଲ ଯେପରି SE, 6S ଏବଂ 7S ବେଙ୍ଗାଲୁରୁରେ ଏକତ୍ରୀକରଣ ହେଉଛି।

ଭାରତରେ ଏବେ ଏତିକି ଅଛି ଦାମ୍

iPhone XSର 64 ଜିବି ଷ୍ଟୋରେଜ୍ ୱାରେଣ୍ଟିର ଦାମ୍ ରହିଛି ୯୯,୯୦୦ ଟଙ୍କା। ସେପଟେ 256 ଜିବିର ଦାମ୍ ୧,୧୪,୯୦୦ ଟଙ୍କା ରହିଥିବା ବେଳେ 512 ଜିବି ଷ୍ଟୋରେଜ୍ ୱାରେଣ୍ଟିର ଦାମ୍ ୧,୩୪,୯୦୦ ଟଙ୍କା ଅଛି। ସେହିପରି iPhone XS Maxର ୩ ହ୍ୟାଣ୍ଡସେଟ୍ର ଦାମ୍ ଯଥାକ୍ରମେ ୧,୦୯,୯୦୦, ୧,୨୪,୯୦୦ ଏବଂ ୧,୪୪,୯୦୦ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.