Below header

ଶ୍ରୀରାମଙ୍କ ଫର୍ଜି ଟ୍ୱିଟର ଆକାଉଣ୍ଟରୁ ଧୋକା ଖାଇଲେ ଖୋଦ ପ୍ରଧାନ ମନ୍ତ୍ରୀ, ନିଜେ ଅରୁଣ ଗୋଭୀଲ ହିଁ ସାମ୍ନାକୁ ଆଣିଲେ ପ୍ରକୃତ ସତ

କରୋନା ସତର୍କତା ନେଇ ଦେଶ ବ୍ୟାପୀ ଦୀର୍ଘ ୨୧ ଦିନ ପାଇଁ ଲକ ଡାଉନ ଘୋଷଣା କରାଯାଇଛି । ଏହି କାରଣରୁ କିଛି ଦିନ ତଳେ ଲୋକେ ରାମନନ୍ଦ ସାଗରଙ୍କ ରାମାୟଣ ଓ ବିଆର ଚୋପ୍ରାଙ୍କ ମହାଭାରତର ପୁନ୍ହ ପ୍ରସାରଣ ପାଇଁ ଦାବି କରିଥିଲେ । କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ଏହି ଦାବି ରକ୍ଷା କରି ଏହି ଦୁଇ ପୌରାଣିକ ସିରିଏଲର ପୁନଃ ପ୍ରସାରଣ କରିଥିଲେ । ବର୍ତ୍ତମାନ ସମୟରେ ଲୋକେ ବେଶ ଆଗ୍ରହର ସହ ଏହି ଦୁଇ ସିରିଏଲ ଟିଭି ପରଦାରେ ଦେଖୁଥିବା ଜଣାଯାଇଛି । ଏଭିତରେ ରାମାୟଣ ଅନେକ ଟିଆର୍ପି ରେକର୍ଡ ମଧ୍ୟ ଭାଙ୍ଗି ସାରିଥିବା ଜଣାଯାଇଛି

pm modi

ଏମିତିକି ବିଭିନ୍ନ ସୋସିଆଲ ମିଡିଆରେ ରାମାୟଣକୁ ନେଇ ଚର୍ଚ୍ଚା ଜୋର ଧରିଛି । କିଛି ଦୁବୃତ ଏହି କଥାର ଫାଇଦା ଉଠାଇ ରାମାୟଣରେ ଭଗବାନ ଶ୍ରୀରାମଙ୍କ ଭୂମିକା ନିଭେଇଥିବା ଅଭିନେତା ଅରୁଣ ଗୋଭୀଲଙ୍କ ନାଁରେ ଏକ ଫରଜି ଟ୍ୱିଟର ଆକାଉଣ୍ଟ ତିଆରି କରି @TheArunGovil ନାମକ ଏହି ଫରଜି ଏକ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ଟ୍ୱିଟ ମଧ୍ୟ କରିଛନ୍ତି । ଆଉ ଲେଖାଯାଇଥିଲା, “‘ଶେଷରେ ମୁଁ ଟ୍ୱିଟରରେ ଆସିଗଲି ଢ ଜୟ ଶ୍ରୀ ରାମ ।” ଦେଖୁ ଦେଖୁ ଏହି ଆକାଉଣ୍ଟରେ ଫଲୋଅର୍ଶଙ୍କ ସଂଖ୍ୟା ବି ବଢିବାକୁ ଲାଗିଥିଲା । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୫ ତାରିଖ ରାତି ୯ ଟାରେ ୯ ମିନିଟ ପାଇଁ ଦେଶ ବାସୀଙ୍କୁ ଘରର ସମସ୍ତ ଲାଇଟ ବନ୍ଦ କରି ଛାତରେ ବା ବାଲକୋନୀରେ ମହମବତୀ, ଦୀପ, କ୍ୟାଣ୍ଡେଲ ଆଦି ଜଳାଇବା ପାଇଁ ନିବେଦନ କରିଥିଲେ ।

ପିଏମଙ୍କ ଏହି କଥାକୁ ସମର୍ଥନ କରି ଅଭିନେତା ଅରୁଣ ଗୋଭୀଲ ବି ଏକ ଭିଡିଓ ଜାରି କରିଥିଲେ । କିନ୍ତୁ ଦୁବୃତ୍ତ ମାନେ ଅରୁଣଙ୍କ ଫ୍ରଯି ଟ୍ୱିଟର ଆକାଉଣ୍ଟକୁ ଅପଲୋଡ଼ କରି ପିଏମ ମୋଦିଙ୍କୁ ଟ୍ୟାଗ କରି ଦେଇଥିଲେ । ଅନ୍ୟ ପକ୍ଷରେ ପ୍ରଧାନ ମନ୍ତ୍ରୀ ମୋଦି ବି ଏହି ଆକାଉଣ୍ଟ ଦେଖି ଧୋକା ଖାଇ ଯାଇଥିଲେ ସେ ଏହି ଟ୍ୱିଟ ଟିକୁ ରିଟ୍ୱିଟ କରି ଅଭିନେତା ଅରୁଣଙ୍କୁ ଧନ୍ୟବାଦ ଜଣାଇଥିଲେ । କିନ୍ତୁ ଅରୁଣ ଗୋଭୀଲ ଫର୍ଜି ଟ୍ୱିଟର ବାବଦରେ ସମସ୍ତ ତଥ୍ୟ ଜାଣି ସମସ୍ତଙ୍କ ସାମ୍ନାରେ ସତ୍ୟତା ପ୍ରକାଶ କରିଥିଲେ । ଅରୁଣ ଆହୁରି ମଧ୍ୟ କହିଛନ୍ତିକି,  @TheArunGovil ଏକ ଫେକ ଆକାଉଣ୍ଟ ଯେବେକି ତାଙ୍କର ପ୍ରକୃତ ଟ୍ୱିଟର ଆକାଉଣ୍ଟ ହ୍ୟାଣ୍ଡଲ ହେଉଛି @TheArunGovil12 ।ଏହା ସହ ଖୁବ ଶୀଘ୍ର ତାଙ୍କ ଆକାଉଣ୍ଟ ଭେରି ଫାଏଡ କରି ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.