ସ୍ୱାଭାବିକ ସ୍ଥିତିକୁ ଫେରୁଛି କରୋନାର ଉତ୍ପତ୍ତି ସ୍ଥଳ ଉହାନ ସହର, ୭୬ ଦିନ ପରେ ଆଜି ସେଠାରୁ ଉଠିବ ଲକ୍‌ଡାଉନ୍‌

ଉହାନ: ସ୍ୱାଭାବିକ ସ୍ଥିତିକୁ ଫେରୁଛି କରୋନାର ଉତ୍ପତ୍ତି ସ୍ଥଳ ଉହାନ ସହର । ୭୬ ଦିନ ପରେ ଆଜି ସେଠାରୁ ଉଠିବ ଲକ୍‌ଡାଉନ୍‌ । ମଧ୍ୟରାତ୍ରିରୁ ସମ୍ପୂର୍ଣ୍ଣ ଭାବରେ ଲକ୍‌ଡାଉନ୍‌ରୁ ମୁକୁଳିବ ଉହାନ୍‌ । କରୋନା ଭାଇରସ୍‌ ବ୍ୟାପିବା ପରେ ଜାନୁଆରୀ ୨୩ ତାରିଖରୁ ସେଠାରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା ।

Virus Outbreak Chinaଘର ଭିତରେ ତାଲା ବନ୍ଦ ହୋଇ ରହିଥିଲେ ଶହେ ଦଶ କୋଟି ଲୋକ । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ ଲୋକ ଘରୁ ବାହାରୁଥିଲେ । ସହରର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରିଥିଲେ ଚୀନ ସରକାର । ଉହାନରେ କରୋନାରେ ୩ ହଜାର ୩ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ୮୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିଲେ । ଗତକାଲି ଉହାନରେ ଗୋଟିଏ ବି କରୋନା ମାମଲା ସାମନାକୁ ଆସି ନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.